Nepal Flood: ନେପାଳରେ କାହିଁକି ଘଟିଲା ଜଳପ୍ରଳୟ: କାରଣ ସ୍ପଷ୍ଟ କଲା ଆମେରିକା ଭୂତତ୍ତ୍ୱ ସର୍ଭେ

1 hour ago 1
ARTICLE AD BOX

ୱାସିଂଟନ/କାଠମାଣ୍ଡୁ: ବୁଧବାର ପ୍ରତ୍ୟୁଷରେ ନେପାଳର ରାସୁୱା ଜିଲ୍ଲାର ଭୋଟେକୋଶି ନଦୀରେ ଏକ ବଡ଼ ଜଳପ୍ରଳୟ ଘଟି ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏହି ଦୁଃଖଦ ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପ୍ରାରମ୍ଭରେ, ନେପାଳ-ଚୀନ୍ ସୀମା ନିକଟରେ ରେକର୍ଡ ହୋଇଥିବା ୪.୪ ତୀବ୍ରତାଯୁକ୍ତ ଭୂମିକମ୍ପ ଏହାର କାରଣ ବୋଲି ବିବେଚନା କରାଯାଉଥିଲା। ତେବେ ଏହି ଫ୍ଲାସ୍ ବନ୍ୟା ସମ୍ପର୍କରେ ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ) ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ନେପାଳ-ଚୀନ୍ ସୀମା ନିକଟରେ ରେକର୍ଡ ହୋଇଥିବା ଏହି ଘଟଣା ପ୍ରକୃତରେ ଭୂମିକମ୍ପ ନୁହେଁ ବୋଲି ୟୁଏସଜିଏସ ସ୍ପଷ୍ଟ କରିଛି।

ହିମବାହ ଭାଙ୍ଗିବା ଯୋଗୁଁ ଘଟିଛି ବନ୍ୟା

ବୈଜ୍ଞାନିକ ବିଶ୍ଳେଷଣ ଅନୁସାରେ, ହିମବାହ ଭାଙ୍ଗିବା ଯୋଗୁଁ ଘଟିଛି। ନଦୀରେ ଏକ ବିରାଟ ବରଫ ଏବଂ ପଥର ଖଣ୍ଡ ପଡ଼ିଥିଲା। ଯାହା ଦ୍ବାରା ପାଣି ଉଛଳିବା ଯୋଗୁଁ ହଠାତ୍ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।ଏକ ଶକ୍ତିଶାଳୀ ହିମବାହ ଭାଙ୍ଗି ଭୁଶୁଡ଼ିବା ଦ୍ବାରା ବଡ଼ ଧରଣର ଭୂସ୍ଖଳନ ଘଟିବା ଦ୍ବାରା ଭୂକମ୍ପୀୟ ତରଙ୍ଗ ସୃଷ୍ଟି ହୋଇଥିଲା। ​​ଏହାକୁ ପ୍ରାରମ୍ଭରେ ଭୂମିକମ୍ପ ବୋଲି ଭୁଲ୍ ଭାବେ ଆକଳନ କରାଯାଇଥିଲା। ସାଟେଲାଇଟ୍ ଚିତ୍ର ଏବଂ ଅନ୍ୟାନ୍ୟ ବିଶ୍ଳେଷଣ ଆଧାରରେ ୟୁଏସଜିଏସ ଫ୍ଲାସ୍ ବନ୍ୟା ଘଟିବା କାରଣକୁ ସଂଶୋଧନ କରିଛି। ପ୍ରାରମ୍ଭିକ ସାଟେଲାଇଟ୍ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ନେପାଳ-ଚୀନ୍ ସୀମାରେ ରସୁୱାଗଢ଼ିର ପ୍ରାୟ ୨୦ କିଲୋମିଟର ଉତ୍ତର-ପୂର୍ବରେ ଏକ ବଡ଼ ବରଫ ଖଣ୍ଡର ଭୂସ୍ଖଳନ ଘଟିଥିଲା। ବରଫ ଏବଂ ପଥରର ଏହି ବିଶାଳ ଭଗ୍ନାବଶେଷ ଲେଣ୍ଡେ ନଦୀରେ ପଡ଼ିଥିଲା। ଫଳରେ ନଦୀ ପାଣି ଉଛୁଳିବା ଦ୍ବାରା ଭୋଟେକୋଶି ନଦୀର ଶାଖା ନଦୀ ଦେଇ ହଠାତ୍ ବିପୁଳ ପରିମାଣର ପାଣି, ବରଫ, ପଥର ଏବଂ ଭଗ୍ନାବଶେଷ ନେପାଳ ମୁହାଁ ହୋଇଥିଲା। ଏହା ଯୋଗୁଁ ନେପାଳର ରସୁୱା ଜିଲ୍ଲା ଏବଂ ତିବ୍ଦତର କିଛି ଅଂଶରେ ଏକ ଜଳପ୍ରଳୟ ଆସିଥିଲା।

Road Accident: ଆନ୍ଧ୍ରପ୍ରଦେଶର ପାଲନାଡୁରେ ଭୟଙ୍କର ଦୁର୍ଘଟଣା: ବସ୍‌-ଅଟୋ ଧକ୍କାରେ ୭ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.