ARTICLE AD BOX
ଜଳେଶ୍ଵର: ଜଳେଶ୍ଵର-ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ତାଳବଣିଆ ଛକ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ସେଥିରେ ଯାତ୍ରା କରୁଥିବା ୧୫ କୃଷି ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି।
Accident: ତିନି ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍; ପୁଅ ମୃତ, ଦଂପତି ଗୁରୁତର
ଆଜି (ମଙ୍ଗଳବାର) ଅପରାହ୍ନ ୩ ଟା ୪୫ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ୟାମାନନ୍ଦିପୁର, ନାକିଚୁଆ, ଚିଞ୍ଚଳଗଡିଆ, ରାଇଶୋଳ ଆଦି ଗାଁର ୧୫ଜଣ କୃଷି ଶ୍ରମିକ ଷ୍ଟେସନ ଅମର୍ଦ୍ଦା ଧାନବିଲରେ ରୁଆପୋତା କାମ ପାଇଁ ଯାଇଥିଲେ। ସେଠାରୁ ଏକ ଭ୍ୟାନ୍ରେ(ଓଡି୦୧ଜେ-୮୦୬୭) ଷ୍ଟେସନ୍ ଅମର୍ଦ୍ଦାରୁ ମୟୂରଭଞ୍ଜ ଫେରୁଥିଲେ।
ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଉଛିବେଳେ ଜଳେଶ୍ୱର-ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ତାଳବଣିଆ ଛକ ସାମାନ୍ୟ ଆଗରେ ପିକପ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଭ୍ୟାନ୍ ତଳେ ଶ୍ରମିକ ମାନେ ଚାପି ହୋଇଯାଇଥିଳେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଅଟୋ ସାହାଯ୍ୟରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ଜଣେ ମହିଳା ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ୮ ଜଣ ଗୁରୁତର ଆହତଙ୍କୁ ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସାମାନ୍ୟ ଆହତ ହୋଇଥିବା ଅନ୍ୟ ୫ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି।
ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିଲେ; ପିକ୍ଅପ୍ ଭ୍ୟାନ୍ ଓଲଟିଲା, ୨୦ ଜଣ ଗୁରୁତର
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ରାସଗୋବିନ୍ଦପୁର ଥାନା ଶ୍ୟାମାନନ୍ଦପୁର ଗାଁର ମଞ୍ଜୁ ଦେହୁରୀ(୩୦) ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଆହତମାନଙ୍କ ମଧ୍ୟରେ, ଶ୍ୟାମାନନ୍ଦିପୁର ଗାଁର ବାସନ୍ତୀ ରଣା(୫୦), ସଞ୍ଜୁଲତା ଦେହୁରୀ(୨୬), ପ୍ରକାଶ ପାତ୍ର (୫୦), ଉପେନ୍ଦ୍ର ପାତ୍ର (୪୫), ସବିତା ପାତ୍ର(୩୦), ଅଞ୍ଜନ ବେହେରା(୧୮), ନାକିଚୁଆଁ ଗାଁର ସବିତା କବାକ(୨୬), ଦୀପା କବାକ୍(୨୨), ରାଇଶୋଳ ଗାଁ ର ବରୁଣ ଦାସ(୩୯), ଚିଞ୍ଚଳଗଡିଆ ଗ୍ରାମର କୁବେର ବେହେରା(୩୫)କୌଶଲ୍ୟା ବେହେରା (୪୦) ପ୍ରମୁଖଙ୍କ ଅବସ୍ଥା ଗୁରୁତର ରହିଛି।
ପିକ୍ଅପ୍ ଭ୍ୟାନ୍ ଓଲଟିଲା: ଆହତଙ୍କୁ ଛାଡ଼ି ତରଭୁଜ ଗୋଟାଇଲେ
ପିକପ୍ ଚାଳକ ଦୁର୍ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ନାମ୍ପୋ ଫାଣ୍ଡି ପୁଲିସ ପିକପ୍ କୁ ଜବତ୍ କରିଛି। ଗାଡ଼ିର ମାଲିକ ରାସଗୋବିନ୍ଦପୁର ଥାନା ବ୍ରହ୍ମପୁରା ଗାଁର ମଧୁସୂଦନ ଜେନା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

1 hour ago
1


