Photography: ପ୍ରଦର୍ଶନୀରୁ କାହିଁକି ହଟିଲା ରେହାନ୍‌ ଭଦ୍ରାଙ୍କ ଫଟୋ: ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

56 minutes ago 1
ARTICLE AD BOX

ନୂଆଦିଲ୍ଲୀ: କେରଳର ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ ଭଦ୍ରାଙ୍କ ଫଟୋ ପ୍ରଦର୍ଶନୀକୁ ନେଇ ରାଜନୈତିକ ଝଡ଼ ସୃ‌ଷ୍ଟି ହୋଇଛି। ଫଟୋ ପ୍ରଦର୍ଶନୀ ଆୟୋଜନ କରିଥିବା ନୂଆଦିଲ୍ଲୀର ବିକାନେର ହାଉସର ପରିଚାଳନା ଅଧିକାରୀ ପ୍ରଦର୍ଶନୀର ଠିକ୍ ପୂର୍ବରୁ ରେହାନଙ୍କର ଦିଲ୍ଲୀ ପ୍ରତିବାଦ ସମ୍ପର୍କିତ ଅନେକ ଫଟୋଗ୍ରାଫକୁ ହଟାଇ ଦେଇଛନ୍ତି। ସେଗୁଡ଼ିକ ପ୍ରଦର୍ଶନୀର ବିଷୟବସ୍ତୁ ସହିତ ପ୍ରାସଙ୍ଗିକ ନୁହେଁ ବୋଲି ସେମାନେ ଯୁକ୍ତି ରଖିଥିବାବେଳେ ଏହାକୁ ପ୍ରିୟଙ୍କା ହାସ୍ୟାସ୍ପଦ କହିଛନ୍ତି।

ପ୍ରଦର୍ଶନୀ ଗୁରୁବାର ( ୨୨ ଅକ୍ଟୋବର) ଆରମ୍ଭ ହେବାକୁ ଥିବାବେଳେ ବୁଧବାର ସନ୍ଧ୍ୟାରେ ଏକ ପ୍ରିଭ୍ୟୁ ସେସନ୍ ପରେ ବିକାନେର ହାଉସ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେହାନ ଭଦ୍ରା କହିଛନ୍ତି, ବୁଧବାର ବିକାନେର୍‌ ହାଉସ୍‌ ମ୍ୟାନେଜମେଣ୍ଟ ପ୍ରଦର୍ଶନୀରେ ଲାଗିଥିବା ମୋଟ ୧୦୫ଟି ଫଟୋରୁ ୭୫ଟି ଫଟୋ ହଟେଇବାକୁ କହିଥିଲେ। ଏହାସହିତ ସେମାନେ କହିଥିଲେ ଯେ, ସେ ଯଦି ଫଟୋ ନ ହଟାନ୍ତି ତେବେ ପ୍ରଦର୍ଶନୀ ସମ୍ପୂର୍ଣ୍ଣ ରଦ୍ଦ କରିଦିଆଯିବ। ଏଥିମଧ୍ୟରେ ତ୍ରିରଙ୍ଗା (ଜାତୀୟ ପତାକା) ଥିବା ଦୁଇଟି ଫଟୋଗ୍ରାଫ୍ ଥିଲା।

ଫଟୋ ନ ହଟାଇଲେ ପ୍ରଦର୍ଶନୀ ସମ୍ପୂର୍ଣ୍ଣ ରଦ୍ଦ

ସେ ପ୍ରଥମେ ସେହି ଦୁଇଟି ଫଟୋଗ୍ରାଫ୍ ହଟାଇବାକୁ ମନା କରିଥିଲେ। ସେ ପ୍ରଦର୍ଶନୀ ସ୍ଥଳ ଛାଡି ଯିବାପରେ ବିକାନେର ହାଉସର କର୍ମଚାରୀମାନେ ଦୁଇଟି ଫଟୋଗ୍ରାଫ ମଧ୍ୟରୁ ଗୋଟିଏକୁ ହଟାଇ ଦେଇଥିଲେ। ରେହାନଙ୍କର ମୋଟ ୭୪ଟି ଫଟୋଗ୍ରାଫ ପ୍ରଦର୍ଶନୀରୁ ହଟାଇ ଦିଆଯାଇଥିଲା। ଉଲ୍ଲେଖନୀୟ ଯେ, ବିକାନେର ହାଉସ ରାଜସ୍ଥାନ ସରକାର ଦ୍ୱାରା ପରିଚାଳିତ, ଯାହା ବିଜେପି ଦ୍ୱାରା ଶାସିତ। 

Barclays Bank: ବାର୍‌କ୍ଲେ ୫୦୦୦ ଛଟେଇ କରିବ

ରେହାନଙ୍କ ମା’ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଯେତେବେଳେ ଜଣେ କ୍ଷମତାଶାଳୀ ବ୍ୟକ୍ତି ଅନ୍ୟ ଜଣଙ୍କର ଅଭିବ୍ୟକ୍ତିକୁ ଭୟ କରେ, ସେ ଏହା ଜାଣି ନଥାଏ, କିନ୍ତୁ ସେ ଯେଉଁ ଶକ୍ତିକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ତାହା ସେ ହରାଇ ସାରିଲାଣି। ଅନ୍ୟପକ୍ଷରେ ବିକାନେର୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଫଟୋ ପ୍ରଦର୍ଶନୀ ମୁଖ୍ୟତଃ ବନ୍ୟଜନ୍ତୁ ଓ ସଂସ୍କୃତି ଉପରେ କେନ୍ଦ୍ରିତ, କିନ୍ତୁ ରେହାନଙ୍କ ଫଟୋ ସେହି ଶ୍ରେଣୀରେ ଆସୁ ନଥିଲା। ରାଜନୈତିକ ବାର୍ତ୍ତା ଥିବା ଫଟୋଗୁଡ଼ିକ ହଟାଇ ଦିଆଯାଇଥିବା କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.