ARTICLE AD BOX
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଇନ୍ଧନ ପ୍ରଚୁର ଓ ଶସ୍ତା ବୋଲି ରହିଥିବା ସାଧାରଣ ଧାରଣାକୁ ଭାଙ୍ଗି ଏବେ ଦୁବାଇ ଠାରୁ ଭାରତର କେତେକ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କମ୍ ରହିଛି। ଅକ୍ଟୋବର ମାସ ପାଇଁ ଦୁବାଇ ସରକାର ଇନ୍ଧନ ଦରରେ ପ୍ରାୟ ୧୬ ପ୍ରତିଶତ ବୃଦ୍ଧି କରିବା ପରେ ଏଭଳି ଏକ ରୋଚକ ଆକଳନ ସାମ୍ନାକୁ ଆସିଛି।
ଆଜିର ବିନିମୟ ମୂଲ୍ୟ ଅନୁଯାୟୀ, ଦୁବାଇରେ ''ସ୍ପେଶାଲ ୯୫'' ଗ୍ରେଡ୍ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୪.୨୮ ଦିରହାମ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧୧୦ ଟଙ୍କା ୪ ପଇସା ରହିଛି। ସେହିପରି ଦୁବାଇରେ ଡିଜେଲ ଲିଟର ପିଛା ୪.୮୦ ଦିରହାମ୍ ଅର୍ଥାତ୍ ପ୍ରାୟ ୧୨୩ ଟଙ୍କା ୪୧ ପଇସାରେ ବିକ୍ରି ହେଉଛି। ତୁଳନାତ୍ମକ ଭାବେ, ଭାରତର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଥିବା ବେଳେ ଡିଜେଲ ୯୫ ଟଙ୍କା ୨୦ ପଇସାରେ ମିଳୁଛି। ଅର୍ଥାତ୍ ଦୁବାଇ ତୁଳନାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୭ ଟଙ୍କା ୯୨ ପଇସା ଶସ୍ତା ଏବଂ ଡିଜେଲ ପ୍ରାୟ ୨୮ ଟଙ୍କା ୨୧ ପଇସା ଶସ୍ତା ରହିଛି।
ସାମ୍ନାକୁ ଆସିଛି ରୋଚକ ଆକଳନ
ଭାରତର ଅନ୍ୟାନ୍ୟ ସହରଗୁଡ଼ିକରେ ରାଜ୍ୟ ଭ୍ୟାଟ୍ ଏବଂ ପରିବହନ ଖର୍ଚ୍ଚ ଭିନ୍ନ ହୋଇଥିବାରୁ ମୁମ୍ବାଇ ଓ କୋଲକାତାରେ ପେଟ୍ରୋଲ ଦୁବାଇଠାରୁ ସାମାନ୍ୟ ଅଧିକ ରହିଛି। ତେବେ ଡିଜେଲ ମୂଲ୍ୟ ଭାରତର ସମସ୍ତ ପ୍ରମୁଖ ସହରରେ ଦୁବାଇ ତୁଳନାରେ ଯଥେଷ୍ଟ କମ୍ ରହିଛି। ଉଦାହରଣ ସ୍ୱରୂପ ମୁମ୍ବାଇରେ ପେଟ୍ରୋଲ ୧୧୧ ଟଙ୍କା ୨୧ ପଇସା ଏବଂ ଡିଜେଲ ୯୭ ଟଙ୍କା ୮୩ ପଇସା ଥିବାବେଳେ କୋଲକାତାରେ ପେଟ୍ରୋଲ ୧୧୩ ଟଙ୍କା ୫୧ ପଇସା ଏବଂ ଡିଜେଲ ୯୯ ଟଙ୍କା ୮୨ ପଇସା ରହିଛି।
Barclays Bank: ବାର୍କ୍ଲେ ୫୦୦୦ ଛଟେଇ କରିବ
ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ଅସ୍ଥିରତା କାରଣରୁ ଦୁବାଇର ''ଗ୍ୟାସୋଲିନ୍ ଆଣ୍ଡ ଡିଜେଲ ପ୍ରାଇସେସ୍ ଫଲୋ-ଅପ୍ କମିଟି'' ଅକ୍ଟୋବର ମାସ ପାଇଁ ଦର ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ, ଭାରତରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଦୈନିକ ଭିତ୍ତିରେ ଦର ସମୀକ୍ଷା ହେଉଥିଲେ ହେଁ ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖୁଚୁରା ମୂଲ୍ୟରେ ସ୍ଥିରତା ବଜାୟ ରଖାଯାଇଛି।

57 minutes ago
1


