Pets Affect Your Health: ପୋଷା କୁକୁର ଓ ବିରାଡ଼ିଠାରୁ ହୋଇପାରେ ସଂକ୍ରମଣ, ଜାଣନ୍ତୁ କ’ଣ ରହିଛି ସତର୍କତା

19 minutes ago 1
ARTICLE AD BOX

ଘରେ କୁକୁର ଓ ବିରାଡ଼ି ପାଳିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ଏହା କିଛି ଲୋକଙ୍କୁ ମାନସିକ ଭାବେ ଶାନ୍ତି ଦେଇଥାଏ କିଛି ଲୋକ ସଉକ୍‌ ପାଇଁ ପାଳିଥାଆନ୍ତି। ଆମେ ସେମାନଙ୍କ ଖାଦ୍ୟ, ଟିକାକରଣ ଓ ସ୍ବାସ୍ଥ୍ୟର ପୂରା ଯତ୍ନ ନେଇଥାଉ। କିନ୍ତୁ ଅନେକ ସମୟରେ ଆମେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକୁ ଅଣଦେଖା କରିଥାଉ। ତାହା ହେଉଛି ପୋଷା ପ୍ରାଣୀ ଆମ ସ୍ବାସ୍ଥ୍ୟକୁ କ’ଣ  ସବୁ ପ୍ରଭାବିତ କରୁଛି। 

ଆହୁରି ପଢ଼ନ୍ତୁ: ଗୁଜରାଟ ଟାଇଟନ୍ସକୁ ଗଲେ ହର୍ଷଲ

ଚେନ୍ନାଇ ସ୍ଥିତ ଗ୍ଲେନଇଗଲ୍ସ ହସ୍ପିଟାଲର ସଂକ୍ରାମକ ରୋଗ ବିଭାଗର ନିର୍ଦ୍ଦେଶକ ଡାକ୍ତର ସୁବ୍ରମଣ୍ୟମ ସ୍ୱାମୀନାଥନଙ୍କ ମତରେ, ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପୁଥିବା ସଂକ୍ରମଣ ବିଷୟରେ ସଚେତନ ରହିବା ଅତ୍ୟନ୍ତ ଜରୁରୀ।

ପୋଷା ପ୍ରାଣୀଙ୍କ ସହ ରହିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ବିପଦ ଥାଏ କି?

ଡାକ୍ତରଙ୍କ କହିବା ଅନୁଯାୟୀ, କେତେକ ନିର୍ଦ୍ଦିଷ୍ଟ ସଂକ୍ରମଣ ପଶୁଙ୍କଠାରୁ ମଣିଷ ଶରୀରକୁ ଆସିପାରେ, ଯାହାକୁ ‘ଜୁନୋଟିକ୍ ରୋଗ’ କୁହାଯାଏ।
କିପରି ବ୍ୟାପେ: 
ଏହା ପଶୁଙ୍କ କାମୁଡ଼ା, ନଖ ରାମ୍ପୁଡ଼ା, ଲାଳ, ପରିସ୍ରା, ମଳ, ଦୂଷିତ ଖାଦ୍ୟ ଓ ଜଳ କିମ୍ବା ସଂକ୍ରମିତ ପଶୁ ରହୁଥିବା ସ୍ଥାନର ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ। ସବୁଠାରୁ ଚିନ୍ତାର ବିଷୟ ହେଉଛି, ସଂକ୍ରମିତ ପଶୁଟି ବାହାରକୁ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଥିଲେ ମଧ୍ୟ ତା’ଠାରୁ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ।

କୁକୁର କାମୁଡ଼ିଲେ ଆମେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇଥାଉ, କିନ୍ତୁ ସବୁ ସଂକ୍ରମଣ ଏତେ ସହଜରେ ଜଣାପଡ଼େ ନାହିଁ। ଉଦାହରଣ ସ୍ୱରୂପ, ବିରାଡ଼ିମାନଙ୍କ ଶରୀରରେ ବାରଟୋନେଲା ହେନ୍‌ସେଲାଇ  ନାମକ ଏକ ବ୍ୟାକ୍ଟେରିଆ ରହିପାରେ, ଯାହା ‘କ୍ୟାଟ୍-ସ୍କ୍ରାଚ୍ ଡିଜିଜ୍’ ସୃଷ୍ଟି କରେ। ବିରାଡ଼ି ରାମ୍ପୁଡ଼ିବା ଦ୍ୱାରା ଯଦି ସେଥିରେ ସଂକ୍ରମିତ ଟିଙ୍କ ବା ମାଛିର ମଳ ଲାଗିଯାଏ, ତେବେ ଏହି ସଂକ୍ରମଣ ହୋଇପାରେ। ଏହାର ପ୍ରଭାବରେ ରାମ୍ପୁଡ଼ିବାର ଏକ ସପ୍ତାହ ପରେ ଜ୍ୱର ହେବା ସହ ଶରୀରର ଲସିକା ଗ୍ରନ୍ଥି ଫୁଲିଯାଇପାରେ।

ଆହୁରି ପଢ଼ନ୍ତୁ: ବିଷାକ୍ତ ସାପ କାମୁଡ଼ିବା ପରେ ଜୀଅନ୍ତା ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ପରିବାର

କେଉଁମାନେ ଅଧିକ ସତର୍କ ରହିବା ଜରୁରୀ?

ଛୋଟ ପିଲା, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନଙ୍କୁ ବିଶେଷ ଯତ୍ନ ନେବା ଆବଶ୍ୟକ। ଏହାର ଅର୍ଥ ନୁହେଁ ଯେ ସେମାନେ ପୋଷା ପ୍ରାଣୀ ରଖିପାରିବେ ନାହିଁ; ବରଂ ଦୈନନ୍ଦିନ ଯତ୍ନରେ କିଛି ସାଧାରଣ ସତର୍କତା ଅବଲମ୍ବନ କରିବାକୁ ହେବ।

ଯେପରି;
କୀଟନାଶକ ନିୟନ୍ତ୍ରଣ: ପଶୁଙ୍କ ଶରୀରରୁ ଟିଙ୍କ ବା ଉକୁଣୀ ଦୂର କରିବା ପାଇଁ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଔଷଧ ବ୍ୟବହାର କରନ୍ତୁ।
ହାତ ଧୋଇବା ଅଭ୍ୟାସ: ପଶୁଙ୍କୁ ଛୁଇଁବା ପରେ, ସେମାନଙ୍କ ଖାଦ୍ୟ ବା ଖେଳନା ଧରିବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
ପରିଷ୍କାର ପରିଚ୍ଛନ୍ନତା: ପଶୁଙ୍କ ମଳମୂତ୍ରକୁ ସୁରକ୍ଷିତ ଭାବେ ସଫା କରନ୍ତୁ। ସେମାନଙ୍କ ଖାଇବା ବାସନ ଏବଂ ମଳତ୍ୟାଗ ସ୍ଥାନକୁ ରୋଷେଇ ଘରଠାରୁ ଦୂରରେ ଓ ପରିଷ୍କାର ରଖନ୍ତୁ।
ମୁହଁ ବା କ୍ଷତ ସ୍ଥାନକୁ ଚାଟିବାକୁ ଦିଅନ୍ତୁ ନାହିଁ: ପୋଷା ପ୍ରାଣୀଙ୍କୁ ନିଜ ମୁହଁ କିମ୍ବା ଶରୀରର କୌଣସି ଖୋଲା କ୍ଷତ ସ୍ଥାନକୁ ଚାଟିବାକୁ ଦିଅନ୍ତୁ ନାହିଁ।
ପିଲାଙ୍କ ଉପରେ ନଜର ରଖନ୍ତୁ: ଛୋଟ ପିଲାମାନେ ପୋଷା ପ୍ରାଣୀଙ୍କ ସହ ଖେଳିବା ସମୟରେ ସେମାନଙ୍କ ଉପରେ ସବୁବେଳେ ନଜର ରଖନ୍ତୁ।

ଆହୁରି ପଢ଼ନ୍ତୁ: ଭାରତରେ ସୁପାରିଶ ପ୍ରଣାଳୀକୁ ଅପଡେଟ୍ କଲା ଇନଷ୍ଟାଗ୍ରାମ: ଏଆଇ ଦ୍ୱାରା ହେବ ଚିହ୍ନଟ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.