Cyclone: ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି

14 minutes ago 1
ARTICLE AD BOX

ଛତ୍ରପୁର (ବସନ୍ତ ମହାରଣା): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଘନଘନ ବୈଠକ କରି ପରିସ୍ଥିତିର ସମୀକ୍ଷା କରୁଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା ମଧ୍ୟ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଜିଲ୍ଲାର ସମ୍ଭାବ୍ୟ ବିପଦପୂର୍ଣ୍ଣ ୭ଶହ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ସିଡିଓ ଶ୍ରୀ ଜେନା ଆଜି ଗଞ୍ଜାମ ବ୍ଲକର ସନ୍ତୋଷପୁର, ବରପଲ୍ଲୀ ସମେତ ବିଭିନ୍ନ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଯାଞ୍ଚ କରିଥିଲେ। ଏଥିସହ ବିଭିନ୍ନ ଅସ୍ଥାୟୀ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ସେଠାରେ ରହିଥିବା ଆବଶ୍ୟକୀୟ ବ୍ୟବସ୍ଥାର ତଦାରଖ କରିଥିଲେ।  ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇଦେବା ପାଇଁ ଶୁଖିଲା ଖାଦ୍ୟ ପ୍ୟାକିଂ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି। ସିଡିଓ ଶ୍ରୀ ଜେନା ଏହି ପ୍ୟାକିଂ କାର୍ଯ୍ୟର ତଦାରଖ କରିବା ସହ ନିଜେ ଏଥିରେ ସାମିଲ ହୋଇ ଖାଦ୍ୟ ପ୍ୟାକିଂ କରିଥିଲେ। ପ୍ୟାକିଂର ଗୁଣବତ୍ତା ଓ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସେ ଯାଞ୍ଚ କରିଥିଲେ।

Cyclone today: ଆଜି ବାତ୍ୟା: ୧୭ରେ ଅତିଭୀଷଣ ରୂପ ନେବ

ଏହି ଅବସରରେ ଗଞ୍ଜାମ ବ୍ଲକରେ ୧୪୦ ଅଧିକା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ଆଗକୁ କେତେ ଲୋକଙ୍କୁ ସୁରକ୍ଷିତ ଭାବେ ନିଆଯିବ, ସେ ସମ୍ପର୍କରେ ବିଡିଓ ଅଚ୍ୟୁତାନନ୍ଦ ଜାନୀ ଓ ତହସିଲଦାର ସୁକାନ୍ତ କୁମାର ମିଶ୍ରଙ୍କ ସହ ସିଡିଓ ଆଲୋଚନା କରିଥିଲେ। ଏହି ସମୟରେ ବହୁ ମହିଳା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.