ARTICLE AD BOX
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ଆହ୍ୱାନରେ ପାଳିତ ହେଉଥିବା ଏହି ସ୍ମୃତି ଦିବସ ଆମକୁ ପ୍ରତିମୁହୂର୍ତ୍ତରେ ସ୍ମରଣ କରାଇଦିଏ ଯେ, ଘୃଣା, ସଂକୀର୍ଣ୍ଣତା ଓ ବିଦ୍ୱେଷ କେବଳ ବିନାଶ ଆଣିଥାଏ। ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ 'ବିଭାଜନ ବିଭୀଷିକା ସ୍ମୃତି ଦିବସ' ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
/filters:format(webp)/sambad/media/media_files/2026/08/14/new-project-3-2026-08-14-22-29-18.jpg)
ସେ କହିଥିଲେ ଅତୀତର ସେହି କଷ୍ଟକର ଅଧ୍ୟାୟରୁ ଶିକ୍ଷା ନେଇ, ଆମ ସ୍ୱାଧୀନତା ଓ ଭାରତୀୟ ସଂସ୍କୃତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ଏକ ସଶକ୍ତ, ସମୃଦ୍ଧ, ଆତ୍ମନିର୍ଭର ଭାରତ ଗଠନ ପାଇଁ ପୂର୍ଣ୍ଣ ସମର୍ପିତ ଭାବେ ସଙ୍କଳ୍ପବଦ୍ଧ ହେବା ହିଁ ସେହି ଅମର ଶହୀଦ, ନିରୀହ ପୀଡ଼ିତ ଓ ପୂର୍ବଜମାନଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
Chief Minister: ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଏହି ଅବସରରେ ସେ ଦେଶ ବିଭାଜନର ଅକଥନୀୟ ଯନ୍ତ୍ରଣା, ହିଂସା ଓ ଅତ୍ୟାଚାରର ଶିକାର ହୋଇ ସର୍ବସ୍ୱ ହରାଇଥିବା ଆମର ଅସଂଖ୍ୟ ପୂର୍ବଜଙ୍କ ଅସୀମ ତ୍ୟାଗ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୪୭ ମସିହାର ସେହି ଅତି ସମ୍ବେଦନଶୀଳ ଓ ରକ୍ତାକ୍ତ ଅଧ୍ୟାୟ କେବଳ ଭୂଖଣ୍ଡ କିମ୍ବା ମାନଚିତ୍ରର ବିଭାଜନ ନଥିଲା, ତାହା ଥିଲା ମାନବ ସଭ୍ୟତାର ସବୁଠାରୁ ଭୟାବହ, ହୃଦୟବିଦାରକ ଓ ଦୁଃଖଦ ଜନ-ବିସ୍ଥାପନ। ଗଣମାଧ୍ୟମ ପ୍ରତିନିଧି, ସ୍ୱାଧୀନତା ସଂଗ୍ରାମୀ, ସେମାନଙ୍କ ପରିବାରବର୍ଗ ଓ ଅନ୍ୟାନ୍ୟ ସୁଧୀଜନଙ୍କ ଉପସ୍ଥିତିରେ ଆଜିର ପିଢ଼ିଙ୍କୁ ଇତିହାସର ଏହି ଅଧ୍ୟାୟ ସମ୍ପର୍କରେ ଗଭୀର ଭାବେ ଅନୁଧ୍ୟାନ କରି ଜାତୀୟ ଚେତନାକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଥିଲେ।

57 minutes ago
1


