Parliament : ମୌସୁମୀ ଅଧିବେଶନରେ ଲୋକସଭାରେ ମାତ୍ର ୧୯% ଓ ରାଜ୍ୟସଭାରେ ମାତ୍ର ୩୯% କାର୍ଯ୍ୟ ହୋଇଛି

1 month ago 13
ARTICLE AD BOX

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ତେବେ ମୌସୁମୀ ଅଧିବେଶରେ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଓ ଛାତ୍ର ଆନ୍ଦୋଳନକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଗୁରୁବାର ଉଭୟ ଲୋକସଭା ଓ ରାଜ୍ୟସଭା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର କହିଛନ୍ତି ଯେ, ଲୋକସଭା ମାତ୍ର ୧୯ ପ୍ରତିଶତ ଓ ରାଜ୍ୟସଭା ୩୯ ପ୍ରତିଶତ କାର୍ଯ୍ୟ ହୋଇଛି। ରିଜିଜୁ ମୌସୁମୀ ଅଧିବେଶନ ସମୟରେ କାର୍ଯ୍ୟରେ ବ୍ୟାଘାତ ପାଇଁ କଂଗ୍ରେସକୁ ଦାୟୀ କରିଥିଲେ ଓ ନିମ୍ନ ସ୍ତରର ବିତର୍କ ପାଇଁ ନିରାଶା ପ୍ରକାଶ କରିଥିଲେ।

ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରିଜିଜୁ କହିଥିଲେ ଯେ, ସଂସଦର ଏହି ଅଧିବେଶନରେ ବିଶେଷ କାର୍ଯ୍ୟ ହୋଇପାରିନଥିଲା। ସରକାରଙ୍କ ବିତର୍କ ପାଇଁ ଇଚ୍ଛୁକତା ସତ୍ତ୍ୱେ ବିରୋଧୀ ଦଳ ବାରମ୍ବାର ଆଲୋଚନାକୁ ଏଡ଼ାଇ ଚାଲିଥିଲେ। ସରକାର ବିତର୍କ ପାଇଁ ଚାହୁଁଥିଲେ ମଧ୍ୟ ବିରୋଧୀ ବିତର୍କରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିବା ପ୍ରଥମ ଥର ଦେଖିବାକୁ ପାଇଥିଲୁ। ସଦନରେ ଏପରି ବାଧା ଉତ୍ପନ୍ନ କରିବା ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ଭାବରେ ଦାୟୀ ବୋଲି ସେ କହିଛନ୍ତି। ରିଜିଜୁ କହିଛନ୍ତି, ମୌସୁମୀ ଅଧିବେଶନରେ ୧୨ଟି ବିଲ୍‌ ପାରିତ ହୋଇଥିଲା, କିନ୍ତୁ କେବଳ ଗୋଟିଏ ବିଲ୍‌ ଉପରେ ଆଲୋଚନା ହୋଇପାରିଥିଲା।

ମୌସୁମୀ ଅଧିବେଶନରେ ୧୨ଟି ବିଲ୍‌ ପାରିତ 

ଜୁଲାଇ ୨୦ ରେ ଆରମ୍ଭ ହୋଇଥିବା ଅଧିବେଶନରେ ବାରମ୍ବାର ବାଧା ସୃଷ୍ଟି ହୋଇଥିଲା, ପ୍ରଥମେ ବିରୋଧୀ ଦଳ ନିଟ୍‌ ପ୍ରଶ୍ନପତ୍ର ଲିକ୍ ଓ ଅଯୋଧ୍ୟାର ରାମ ମନ୍ଦିରରେ ଦାନ ପ୍ରସଙ୍ଗ ଓ ପରେ ନିଟ୍‌ ପ୍ରସଙ୍ଗରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଦାବି କରିଥିଲେ।

ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ସରକାର ନିଟ୍‌ ପ୍ରସଙ୍ଗରେ ବିତର୍କ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ବୁଧବାର ମଧ୍ୟ ସମାନ ପ୍ରୟାସ ବିଫଳ ହୋଇଥିଲା। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ, ବିରୋଧୀ କେବଳ ପ୍ରତିବାଦକାରୀ ଛାତ୍ରମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉତ୍ତର ଚାହୁଁଛି, ଶାହାଙ୍କ ଭାଷଣ ଓ ମନକଥା ଶୁଣିବାକୁ ଚାହୁନାହିଁ। ପ୍ରତିବାଦକାରୀ ଛାତ୍ରମାନଙ୍କ ଉପରେ କିଏ ପେଲେଟ୍‌ ଗନ୍‌ ମାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲା ତାହା ଜାଣିବାକୁ ପ୍ରତିବାଦକାରୀ ଯୁବକ ଚାହୁଛନ୍ତି। ଯଦି ପେଲେଟ୍‌ ଗନ୍‌ ମାଡ଼ କରିବାକୁ ଶାହ ନିର୍ଦ୍ଦେଶ ଦେଇଥିବେ ତେବେ ସେ ଦୋଷୀ, ଯଦି ସେ ନିର୍ଦ୍ଦେଶ ଦେଇ ନଥିବେ ତେବେ ସେ ଅଯୋଗ୍ୟ। ଉଭୟ କ୍ଷେତ୍ରରେ ଶାହ ଇସ୍ତଫା ଦେବା ଉଚିତ ବୋଲି କଂଗ୍ରେସ ସାଂସଦ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.