ARTICLE AD BOX
ଶାମାଖୁଣ୍ଟା: ଆଜି ସକାଳ ୭ଟା ସମୟରେ ମୟୂରଭଞ୍ଜଜିଲ୍ଲା ଶାମାଖୁଣ୍ଟା ବ୍ଲକରେ ପ୍ରବାହିତ ପଳପଳା ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବା ଯୋଗୁଁ ବାଲିଡ଼ିହା ପୋଲ ଉପରେ ତିନିଫୁଟର ଜଳ ପ୍ରବାହିତ ହୋଇଥିବା ଜଣାଯାଇଛି। ଯାହାଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି।
ବାଲିଡ଼ିହା - ବାଙ୍ଗିରିପୋଷି ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ
ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ରାତିରେ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ଜଣାଯାଇଛି। ଏହା ଫଳରେ ବାଲିଡ଼ିହା - ବାଙ୍ଗିରିପୋଷି ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି।
Schools Closed Today: ପ୍ରବଳ ବର୍ଷା ପାଇଁ ଆଜି ମୟୂରଭଞ୍ଜର ସମସ୍ତ ସ୍କୁଲ ବନ୍ଦ, ପରୀକ୍ଷା ମଧ୍ୟ ସ୍ଥଗିତ

3 days ago
5


