ARTICLE AD BOX
ରାୱଲପିଣ୍ଡି: ପାକିସ୍ତାନର ରାୱଲପିଣ୍ଡି ସହରରେ ଜଳ ସଙ୍କଟ ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ସହରର ଅନେକ ଅଞ୍ଚଳରେ ନିୟମିତ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଲୋକମାନେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାରୀ ସଂସ୍ଥାମାନଙ୍କ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ବଢ଼ିଚାଲିଛି।
ଆହୁରି ପଢନ୍ତୁ: Tamilnadu: କରୁର ଦଳାଚକଟା ମାମଲା: ‘ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆମେ କିପରି ନିୟନ୍ତ୍ରଣ କରିବୁ?’ ଡିଏମ୍କେକୁ ସୁପ୍ରିମ୍କୋର୍ଟଙ୍କ ତୀବ୍ର ଭର୍ତ୍ସନା
ରିପୋର୍ଟ ଅନୁସାରେ,ରାୱଲପିଣ୍ଡିର ଅନେକ ଆବାସିକ ଅଞ୍ଚଳରେ ଦିନ ଦିନ ଧରି ପାଣି ଯୋଗାଣ ବାଧାପ୍ରାପ୍ତ ହେଉଛି। ଅନେକ ପରିବାର ଟ୍ୟାଙ୍କରରୁ ପାଣି କିଣିବାକୁ ବାଧ୍ୟ ହେଉଥିବାବେଳେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକମାନେ ଅଧିକ ହଇରାଣ ହେଉଛନ୍ତି। କେତେକ ସ୍ଥାନରେ ଲୋକମାନେ ପାଣି ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରୁଥିବା ଦେଖାଯାଇଛି।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବର୍ଷାର ଅଭାବ, ଜଳଭଣ୍ଡାରରେ ପାଣି ସ୍ତର କମିଯିବା, ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବଂ ପୁରୁଣା ଜଳ ଯୋଗାଣ ବ୍ୟବସ୍ଥା ଏହି ସଙ୍କଟର ମୁଖ୍ୟ କାରଣ। ଏହା ସହ ଜଳ ପରିଚାଳନାରେ ଅବହେଳା ଓ ଦୀର୍ଘମିଆଦୀ ଯୋଜନାର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଏହି ଜଳ ସଙ୍କଟକେବଳ ଘରୋଇ ଜୀବନରେ ସୀମିତ ନାହିଁ। ହସ୍ପିଟାଲ, ବିଦ୍ୟାଳୟ, ଛୋଟ ବ୍ୟବସାୟ ଓ ଅନ୍ୟାନ୍ୟ ସେବା କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି। ପର୍ଯ୍ୟାପ୍ତ ପାଣି ନ ମିଳିବାରୁ ସ୍ୱଚ୍ଛତା ବଜାୟ ରଖିବା କଷ୍ଟକର ହେଉଥିବାବେଳେ ଜନସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ବଢ଼ୁଛି।

2 hours ago
2


