ARTICLE AD BOX
ନୂଆଦିଲ୍ଲୀ: ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଏକ ମିଳିତ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଥିବା ବେଳେ ଏକ "ଇସଲାମିକ୍ ନାଟୋ" ଗଠନ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଞ୍ଚଳିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସାଉଦି ଆରବରେ ଏହି ଚୁକ୍ତି ସ୍ୱାକ୍ଷର ହୋଇପାରେ। ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ପୂର୍ବରୁ ରହିଥିବା ପ୍ରତିରକ୍ଷା ସମ୍ପର୍କକୁ ଆହୁରି ବ୍ୟାପକ କରିବା ପାଇଁ ପାକିସ୍ତାନ କରୁଥିବା ଉଦ୍ୟମର ଏହା ଏକ ପ୍ରମୁଖ ପରିଣାମ ବୋଲି କୁହାଯାଉଛି।
‘Top Gun’ Pilot: ଭାରତୀୟ ବାୟୁସେନାର ପ୍ରଥମ ମହିଳା ‘ଟପ୍ ଗନ୍’ ପାଇଲଟ ଭାବନା କଣ୍ଠ
ତେବେ ଏହି ସମ୍ଭାବ୍ୟ ତ୍ରିପାକ୍ଷିକ ଚୁକ୍ତି ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନଜର ରଖିଛି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୈସୱାଲ ପୂର୍ବରୁ କହିଥିଲେ ଯେ, ସରକାର ଏହି ପ୍ରକାରର ପଦକ୍ଷେପଗୁଡ଼ିକର ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ଉପରେ ପଡ଼ୁଥିବା ପ୍ରଭାବକୁ ଅନୁଧ୍ୟାନ କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ସାଉଦି ଆରବ, ପାକିସ୍ତାନ କିମ୍ବା ତୁର୍କୀ ପକ୍ଷରୁ ଏହି ଚୁକ୍ତି ଅଧିକୃତ ଭାବେ ଘୋଷଣା କରାଯାଇନାହିଁ।

1 hour ago
1


