ARTICLE AD BOX
ସମ୍ବଲପୁର: ଚାଷୀ ପଞ୍ଜୀକରଣ ପାଇଁ ଚଳିତ ବର୍ଷ ବାଧ୍ୟତାମୂଳ ହୋଇଛି ଏଗ୍ରିଷ୍ଟାକ୍ ଫାର୍ମର ଆଇଡି। ଅର୍ଥାତ ଜମିପଟ୍ଟା ସହିତ ଆଧାରକାର୍ଡ ସଂଯୋଗ ପରେ ଯେଉଁ ୧୪ ଅଙ୍କ ବିଶିଷ୍ଟ ଆଇଡି (ଏଗ୍ରିଷ୍ଟାକ୍ ଫାର୍ମର ଆଇଡି) ମିଳିବ, ତାହା ଧାନ ସଂଗ୍ରହ ପଞ୍ଜୀକରଣ ସମୟରେ ଦେବାକୁ ପଡ଼ିବ। ପଟ୍ଟା ମାଲିକାନା (କଲମ-୨) ସଂଶୋଧିତ ହୋଇ ପାରି ନଥିବାରୁ ଫାର୍ମର ଆଇଡି ତିଆରି ହୋଇପାରୁ ନାହିଁ। ଫଳସ୍ବରୂପ ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ କେବଳ ୪୫.୫୩% ଏବଂ ସମ୍ବଲପୁର ଜିଲ୍ଲାରେ ୫୩.୪୪% ଫାର୍ମର ଆଇଡି ତିଆରି ହୋଇ ପାରିଛି। ଅଗଷ୍ଟ ଶେଷ ସୁଦ୍ଧା ଏହାକୁ ଶତପ୍ରତିଶତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସମ୍ବଲପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସତ୍ୟବାନ ସୋରେନ। ଅନ୍ୟଦିଗରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ କହିଛି, ଚଳିତ ବର୍ଷ ପ୍ରଥମଥର ପାଇଁ ଚାଷଜମି ପଟ୍ଟା ସହିତ ଆଧାରକାର୍ଡ ସଂଯୋଗ ବ୍ୟବସ୍ଥା କରାଯାଇ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ସୃଷ୍ଟି କରାଯାଇଛି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରଚାର-ପ୍ରସାର ହୋଇ ନାହିଁ। ଏଭଳି ସ୍ଥିତିରେ ଧାନ ପଞ୍ଜୀକରଣରେ ଚାଷୀ ସମସ୍ୟାର ସମ୍ମୁଖୀନ ହେବା ସ୍ପଷ୍ଟ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ସଭାପତି ବ୍ୟୋମକେଶ ଠାକୁର। ବିଶେଷ କରି ଭାଗଚାଷୀମାନଙ୍କୁ ଚାଷ ଜମିରେ ଅଧିକାର ପ୍ରଦାନର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଚାଷୀମାନେ କହୁଛନ୍ତି।
Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା
ଜମି ମାଲିକ ନ ଆସିଲେ ବିକିପାରିବେନି ଭାଗଚାଷୀ
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ୬ ତାରିଖରୁ ଆରମ୍ଭ ହୋଇଛି। ନିୟମ ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୯ ହଜାର ୨୨ ଚାଷୀଙ୍କ ଫାର୍ମର ଆଇଡି ତିଆରି ହୋଇଯିବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୪୭ ହଜାର ୫୬୩ ଚାଷୀଙ୍କ ଆଇଡି ତିଆରି ହୋଇପାରିଛି। ସେଥିରେ ପୁଣି ରେଙ୍ଗାଲି ବ୍ଲକ୍ରେ ସର୍ବନିମ୍ନ ଅର୍ଥାତ ଧାର୍ଯ୍ୟ ଲକ୍ଷ୍ୟରୁ ମାତ୍ର ୩୯.୧୦% ଚାଷୀଙ୍କର ହିଁ ଫାର୍ମର ଆଇଡି ତିଆରି ହୋଇପାରିଛି। ସମ୍ବଲପୁର ତୁଳନାରେ ରାଜ୍ୟର ଅନ୍ୟ ଜିଲ୍ଲାର ସ୍ଥିତି ଆହୁରି ଜଟିଳ। ଧାର୍ଯ୍ୟ ଲକ୍ଷ୍ୟରୁ ସୁବର୍ଣ୍ଣପୁରରେ ମାତ୍ର ୨୬.୬%, ସୁନ୍ଦରଗଡ଼ରେ ୩୬.୫%, କେନ୍ଦ୍ରାପଡ଼ାରେ ୩୭.୧୮%, ବଲାଙ୍ଗୀରରେ ୩୭.୫୩%, ପୁରୀରେ ୪୧.୧୫%, ମୟୂରଭଞ୍ଜରେ ୪୨.୩୩%, ଯାଜପୁରରେ ୪୩.୧୫%, ଭଦ୍ରକରେ ୪୩.୪୨%, ଖୋର୍ଦ୍ଧାରେ ୪୩.୬୯% ଫାର୍ମର ଆଇଡି ତିଆରି ହୋଇଛି। ଏକମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ହିଁ ସର୍ବାଧିକ ୭୫% ଚାଷୀଙ୍କ ଫାର୍ମର ଆଇଡି ତିଆରି ହୋଇଛି।
LAC: ଭାରତ-ଚୀନ୍ ମଧ୍ୟରେ ଏଲ୍ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା
ଅନ୍ୟ କୌଣସି ଜିଲ୍ଲାରେ ୬୦%ରୁ ଅଧିକ ଚାଷୀଙ୍କ ଫାର୍ମର ଆଇଡି ତିଆରି ହୋଇ ପାରିନାହିଁ। ଜାନୁଆରି ୧ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାର୍ଯ୍ୟ ଏତେ ମନ୍ଥର ଯେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଶତପ୍ରତିଶତ ହାରରେ ପହଞ୍ଚିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଗଚାଷୀ ମନବୋଧ ବାରିକ କହିଛନ୍ତି, ସେ ଭାଗ ସୂତ୍ରରେ ୩୦ ଏକର ଜମିରେ ଚାଷ କରିଛନ୍ତି। ଜମିମାଲିକ ଭୁବନେଶ୍ବର ଓ କାନାଡ଼ାରେ ଅଛନ୍ତି। ପୂର୍ବରୁ ସେମାନେ ଅନୁମତିପତ୍ର ଦେବା ପରେ ପଞ୍ଜୀକରଣ ସହଜରେ ହୋଇ ପାରୁଥିଲା। କିନ୍ତୁ ଏବେ ସେମାନେ ସମ୍ବଲପୁର ଆସୁନଥିବାରୁ ଫାର୍ମର ଆଇଡି ତିଆରି ହୋଇ ପାରୁନାହିଁ। ପଞ୍ଜୀକରଣ ପାଇଁ ଜମି ମାଲିକ ଓ ଭାଗଚାଷୀଙ୍କ ଆଖି ସ୍କାନ୍ ବାଧ୍ୟତାମୂଳକ କରାଯାଇଛି। ଏଭଳି ସ୍ଥିତିରେ ଧାନ ବିକ୍ରି କରିହେବ କି ନାହିଁ ତାକୁ ନେଇ ସେ ଚିନ୍ତାରେ ଅଛନ୍ତି। ଜମି ମାଲିକ ଗୋଟିଏ ବର୍ଷ ଆସିଲେ ମଧ୍ୟ ପ୍ରତିବର୍ଷ କେବଳ ପଞ୍ଜୀକରଣ ପାଇଁ ଆସିବେ ନାହିଁ। ସ୍ବଚ୍ଛତା ନାମରେ ସରକାର ପଞ୍ଜୀକରଣରେ ନୂତନ ବ୍ୟବସ୍ଥା କରୁଛନ୍ତି, କିନ୍ତୁ ଏଥିରେ ଚାଷୀଙ୍କ ଅଡ଼ୁଆ ଆହୁରି ବଢୁଛି।

1 week ago
3


