Organ donation: ଆନ୍ଧ୍ରରେ ଅଙ୍ଗଦାନ କରି ଅମର ହେଲେ ଓଡ଼ିଆ ଯୁବକ ଜୀବରତ୍ନମ

1 hour ago 1
ARTICLE AD BOX

ଗୋଷାଣୀ  (ଆପନ୍ନା ସାମଲ): ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଅଙ୍ଗଦାନ କରି ଜଣେ ଓଡ଼ିଆ ଯୁବକ ଅମର ହୋଇଛନ୍ତି। ଗଜପତିଜିଲ୍ଲା ଗୋଷାଣୀ ଅଞ୍ଚଳରୁ ଏଭଳି ମହାନ କାର୍ଯ୍ୟର ଖବର ଆସିଛି। ସୋବରା ପଞ୍ଚାୟତ ଅନ୍ତର୍ଗତ ଗୌଡତାଳସିଂ ଗ୍ରାମର ସିଏଚ୍. ଜୀବରତ୍ନମ୍ (୪୫) ମୃତ୍ୟୁ ପରେ ଅଙ୍ଗ ଦାନ କରି ଅମର ହୋଇପାରିଛନ୍ତି। 

ସୂଚନାଯୋଗ୍ୟ, ସିଏଚ୍. ଜୀବରତ୍ନମ ଗୁରୁବାର ସନ୍ଧ୍ୟା ୭ଟାରେ ସୀମାନ୍ତ ଆନ୍ଧ୍ରପ୍ରଦେଶରେ ରହୁଥିବା ନିଜ ଶଶୁରଙ୍କ ଘର ଗାଙ୍ଗରାଜପୁରମ୍‌ ଗ୍ରାମକୁ ଚାଲିଚାଲି ଯାଉଥିଲେ। ତେବେ ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମ ନିକଟରେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇ ଯାଇଥିଲା।

ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଠାରୁ ସୂଚନା ପାଇଁ ଗୁରାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜୀବରତ୍ନମଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଯୋଗୁଁ ତାଙ୍କୁ ପରିବାର ଲୋକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ତିନିଦିନର ଚିକିତ୍ସା ପରେ ମୃତ୍ୟୁ ଘଟିଥିଲା। 

Organ donation: ଅଙ୍ଗଦାନ କରି ଅମର: ୩ ଜଣଙ୍କ ଜୀବନ ବଞ୍ଚାଇଲେ ରିତେଶ୍‌

ପରିବାର ଲୋକ ଅଙ୍ଗଦାନ ପାଇଁ ସମ୍ମତି ଦେବା ପରେ ଜୀବରତ୍ନମଙ୍କ ହୃତପିଣ୍ଡ, ଲିଭର୍, କିଡ୍‌ନି ଆଦି ୫ଟି ଅଙ୍ଗ ପ୍ରତ୍ୟାରୋପଣ ପାଇଁ ସଂଗ୍ରହ କରାଯାଇଥିଲା। ଅଙ୍ଗଦାନ ଭଳି ମହତ କାର୍ଯ୍ୟ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପରିବାରକୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। 

ଜୀବରତ୍ନମ ଜଣେ ଗରିବ ଲୋକ ହୋଇଥିବା ବେଳେ ବଢେଇ କାମକରି ଗୁଜାରଣ ମେଣ୍ଟାଉଥିଲେl ତାଙ୍କ ପରିବାରରେ ସ୍ତ୍ରୀଙ୍କ ସମେତ ଦୁଇଟି ଛୋଟ ପିଲା ଥିବାରୁ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଗଲେ ସେମାନେ ଉପକୃତ ହେବେ ବୋଲି ଗ୍ରାମବାସୀଙ୍କ ମତ ପ୍ରକାଶ କରିଛନ୍ତିl

Read Entire Article
LEFT SIDEBAR AD

Hidden in mobile, Best for skyscrapers.