Orangutans: ଓରାଂଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟ ସଚିବ

4 days ago 4
ARTICLE AD BOX

ବାରଙ୍ଗ: ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନନ୍ଦନକାନନରେ ପହଞ୍ଚି ପ୍ରାଣୀ ଚିକିତ୍ସାକେନ୍ଦ୍ର ସଂଗରୋଧ ଗୃହରେ ଥିବା ୫ ଓରାଂଉଟାନ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଧୀରେ ଧୀରେ ନୂଆ ପରିବେଶ ସହ ନିଜକୁ ଖାପ ଖୁଆଇ ଆସୁଥିବା ମା’ ଛେଉଣ୍ଡ ଶାବକମାନଙ୍କୁ ସୁସ୍ଥ ଥିବା ଦେଖି ଶ୍ରୀମତୀ ଗର୍ଗ ଖୁସି ହେବା ସହ ସେମାନଙ୍କ ଯତ୍ନରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି। ବିଶେଷକରି ରକ୍ତହୀନତାର ଶିକାର ହୋଇଥିବା ସମସ୍ତ ୩ ଶାବକ ସୁସ୍ଥ ହୋଇଯାଇଥିବାରୁ ସେ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି। 

ଆଜି ଶ୍ରୀମତୀ ଗର୍ଗଙ୍କ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମା ଓ ପିସିସିଏଫ୍(ବନ୍ୟପ୍ରାଣୀ) ପି କେ ଝା ନନ୍ଦନକାନନ ଆସିଥିଲେ। ଶିଶୁ ପ୍ରାଣୀକେନ୍ଦ୍ରରେ ସଂଗରୋଧ ଅବସ୍ଥାରେ ଚିକିତ୍ସାଧୀନ ଓରାଂଉଟାନ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସ୍ଥିତିର ସମୀକ୍ଷା କରିଥିଲେ। ଶାବକମାନଙ୍କ ନିୟମିତ ଖାଦ୍ୟ, ଚିକିତ୍ସା ଆଦି ବିଷୟରେ ଶ୍ରୀମତୀ ଗର୍ଗ ପଚାରି ବୁଝିଥିଲେ। ରକ୍ତହୀନତା ପାଇଁ ଅସୁସ୍ଥ ଥିବା ୩ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ। ଶାବକମାନଙ୍କ ପାଇଁ ଆଉ କି ଭଲ ପଦକ୍ଷେପ ନିଆଯାଇପାରେ ବୋଲି ମଧ୍ୟ ପଚାରି ବୁଝିଥିଲେ। ଶାବକମାନଙ୍କୁ ଚାପମୁକ୍ତ ଓ ଭୟମୁକ୍ତ କରାଇବା ସହ ସେମାନଙ୍କୁ ସବୁ ପ୍ରକାର ଖୁସି ଯୋଗାଇ ଦେବାକୁ ସେ ନନ୍ଦନକାନନ କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କୁ କହିଥିଲେ। ଏଥିପାଇଁ ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ସେ ନିର୍ଭର ପ୍ରତଶ୍ରୁତି ଦେଇଥିଲେ। ଏହି ସ୍ବଳ୍ପ ସମୟର ରହଣି ଭିତରେ ଓରାଂଉଟାନ ଶାବକମାନଙ୍କ ଖେଳକୁଦ ଓ ମଉଜ ମସ୍ତି ଦେଖି ସେ ଖୁସି ହୋଇଥିଲେ। ସୂଚନାଯୋଗ୍ୟ ଯେ ୩ ଅଣ୍ଡିରା ଓ ୨ ମାଈ ଶାବକଙ୍କ ସ୍ୱାସ୍ଥ୍ୟରେ ବହୁ ସୁଧାର ଆସିଛି ଏବଂ ସେମାନେ ପୂର୍ବପେକ୍ଷା ଅଧିକ ସକ୍ରିୟ ରହୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.