Operation Sindroor: ଅଷ୍ଟ୍ରେଲିଆରେ ‘ଅପରେସନ ସିନ୍ଦୂର’ ପ୍ରସଙ୍ଗ ଉଠାଇଲେ ମୋଦୀ

1 hour ago 1
ARTICLE AD BOX

ମେଲବୋର୍ଣ୍ଣ,: ଭାରତର ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟ ଏବେ ବୈଶ୍ବିକ ସ୍ୱୀକୃତି ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସ୍ଥିତ ମାର୍ଭେଲ ଷ୍ଟାଡିୟମଠାରେ ପ୍ରବାସୀ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ହୋଇଥିବା ବିସ୍ଫୋରଣର ଶବ୍ଦ ସମଗ୍ର ବିଶ୍ବ ଶୁଣିଛି ଏବଂ ଏହା ଭାରତର ସାମରିକ ଶକ୍ତି ତଥା ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱସନୀୟତାକୁ ପ୍ରମାଣିତ କରିଛି। 

ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଭାରତ ଆତଙ୍କବାଦର ଦୃଢ଼ ଜବାବ ଦେବ ବୋଲି ଏହି ଅପରେସନ ମାଧ୍ୟମରେ ବିଶ୍ବକୁ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା। ଅପରେସନ ସିନ୍ଦୂର ସମୟରେ ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳ ଉପରେ ଯେଉଁ ସାଙ୍ଘାତିକ ବିସ୍ଫୋରଣ କରାଯାଇଥିଲା, ତାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିବା ପରେ ଉପସ୍ଥିତ ଜନସାଧାରଣ କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ।

Operation Sindoor: ଅପରେସନ ସିନ୍ଦୂର ପରେ ଲସ୍କରର ଷଡ଼ଯନ୍ତ୍ର: ନିର୍ମାଣ କରୁଛି ନୂଆ ଆତଙ୍କବାଦୀ କେନ୍ଦ୍ର...

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକାବିଂଶ ଶତାବ୍ଦୀର ଭାରତ ନିଜର ୧୪୦ କୋଟି ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ନେଇ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଗତ ୧୨ ବର୍ଷ ମଧ୍ୟରେ ‘ମେକ୍ ଇନ୍ ଇଣ୍ଡିଆ’ ଏକ ବଡ଼ ବିଶ୍ବ ବ୍ରାଣ୍ଡରେ ପରିଣତ ହୋଇଛି। ଭାରତରେ ନିର୍ମିତ ମୋବାଇଲ୍ ଫୋନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଅଟୋମୋବାଇଲ୍ ଏବଂ ଔଷଧ ଆଜି ସମଗ୍ର ବିଶ୍ବର ବଜାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗୋଟିଏ ସ୍ୱପ୍ନ ପୂରଣ ହେବା ପରେ ଭାରତ ଆଉ ଏକ ନୂଆ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ଏବଂ ‘ଅଧିକ ପ୍ରଗତି, ଅଧିକ ସଫଳତା’ ନୀତି ଉପରେ ଏହି ନୂତନ ଭାରତ ବିଶ୍ୱାସ କରେ ବୋଲି ସେ ପ୍ରକାଶ କରିଛନ୍ତି। 

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଅଗ୍ରଗତି ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ଭାରତ ବର୍ତ୍ତମାନ ବିଶ୍ବର ଦ୍ୱିତୀୟ ବୃହତ୍ତମ ୫ଜି ବଜାରରେ ପରିଣତ ହୋଇଛି ଏବଂ ଦେଶରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ୬ଜି ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ଙ୍କୁ ଭାରତର ଜଣେ ପ୍ରକୃତ ବନ୍ଧୁ ଭାବେ ବର୍ଣ୍ଣନା କରି କରି ଦ୍ବିପାକ୍ଷିକ ସଂପର୍କରେ ନୂଆ ଅଧ୍ୟାୟ ପାଇଁ ତାଙ୍କର ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.