Onion: ପିଆଜ ସଂଗ୍ରହ ମୂଲ୍ୟ ପୁଣି ବଢ଼ାଇଲେ ସରକାର

1 hour ago 1
ARTICLE AD BOX

ବଫର୍‌ ଷ୍ଟକ୍‌ ସ୍ଥିତିରେ ଉନ୍ନତି ଆଣିବା ଲାଗି ସରକାର ଚଳିତ ସିଜନ୍‌‌ରେ ପୁଣି ଥରେ ପିଆଜ ସଂଗ୍ରହ ମୂଲ୍ୟ ବଢ଼ାଇଛନ୍ତି। ମୂଲ୍ୟ ୧୩ ପ୍ରତିଶତ ବୃଦ୍ଧି ହୋଇ କ୍ବିଣ୍ଟାଲ ପିଛା ୨୧୨୫ ଟଙ୍କା ରଖାଯାଇଛି। ଆଜିଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି।

 ପିଆଜ ସଂଗ୍ରହ ମୂଲ୍ୟ ପୁଣି ବଢ଼ାଇଲେ ସରକାର

ନୂଆଦିଲ୍ଲୀ: ବଫର୍‌ ଷ୍ଟକ୍‌ ସ୍ଥିତିରେ ଉନ୍ନତି ଆଣିବା ଲାଗି ସରକାର ଚଳିତ ସିଜନ୍‌‌ରେ ପୁଣି ଥରେ ପିଆଜ ସଂଗ୍ରହ ମୂଲ୍ୟ ବଢ଼ାଇଛନ୍ତି। ମୂଲ୍ୟ ୧୩ ପ୍ରତିଶତ ବୃଦ୍ଧି ହୋଇ କ୍ବିଣ୍ଟାଲ ପିଛା ୨୧୨୫ ଟଙ୍କା ରଖାଯାଇଛି। ଆଜିଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହା ପୂର୍ବରୁ ୪ ଥର ଦର ବଢ଼ାଯାଇଥିଲା।

ଚଳିତବର୍ଷ ଜୁନ ପହିଲାରେ ସଂଗ୍ରହ ଆରମ୍ଭ ହୋଇଥିବାବେଳେ ସରକାର ବର୍ତ୍ତମାନ ସୁଦ୍ଧା ୨୦୨୬ ବଫର ଷ୍ଟକ୍‌ ବାବଦରେ ପ୍ରାୟ ୨୦୦୦ ଟନ୍‌ ପିଆଜ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ବଫର୍‌ ଷ୍ଟକ ସଂଗ୍ରହ କମ୍‌ ରହିଥିଲେ ମଧ୍ୟ ଦେଶରେ ପିଆଜ ଉପଲବ୍ଧତା ଭଲ ରହିଛି ବୋଲି ସରକାର କହିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୃଷି ବିଭାଗର ଦ୍ବିତୀୟ ଅଗ୍ରିମ ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ ୩୦୭.୩୭ ଲକ୍ଷ ଟନ୍‌ରେ ରହିବ। ୨୦୨୪-୨୫ର ଏହା ୩୦୭.୬୭ ଲକ୍ଷ ଟନ୍‌ ରହିଥିଲା।

Onion juice: ଚୁଟି ଝଡ଼ିବା କମେଇବ ପିଆଜ ରସ!

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.