Ollywood: ଓଲିଉଡ୍ ଅଭିନେତ୍ରୀ ରୀୟା ଦେଙ୍କ ସହ ଡେବ୍ୟୁ କରିଥିଲେ ଦୁଇ ନବାଗତ ନାୟକ ଅମନ୍ ଓ ମୁନ୍ନା

2 days ago 5
ARTICLE AD BOX

ଭୁବନେଶ୍ବର: ଓଲିଉଡର  ଟପ୍‌ ହିରୋଇନ୍‌ ରୀୟା ଦେ ‘ପ୍ରେମ ଅଢେଇ ଅକ୍ଷର’ ସିନେମା ଜରିଆରେ ଡେବ୍ୟୁ କରିଥିଲେ ଓଲିଉଡ ଇଣ୍ଡଷ୍ଟ୍ରିରେ। ଏଥିରେ ତାଙ୍କର ହିରୋ ଥିଲେ ଆଜିକାର ସୁପରଷ୍ଟାର୍‌ ବାବୁସାନ୍‌। ଏହାପରେ ଟପ୍‌ ହିରୋଇନ୍‌  ରୀୟା, ଅମ୍ଳାନ, ଆକାଶ, ସିଦ୍ଧାନ୍ତ, ଅଭିଷେକ ରଥ, ସମ୍ବିତ ଓ ସବ୍ୟସାଚୀଙ୍କ ଭଳି ପ୍ରତିଷ୍ଠିତ ନାୟକଙ୍କ ସହ ସ୍କ୍ରିନ-ସେଆର୍‌ କରିଛନ୍ତି।

ଓଲିଉଡର ଟପ୍‌ ହିରୋଇନ୍‌ ରୀୟା ଦେ ତାଙ୍କର ଦୀର୍ଘ ଷୋହଳ ବର୍ଷର କ୍ୟାରିଅର୍‌ରେ ମାତ୍ର ଦୁଇ ଜଣ ନବାଗତଙ୍କର ନାୟିକା ବନିଛନ୍ତି। ରୀୟାଙ୍କର ଏ ଦୁଇ ନୂଆ ନାୟକ ଥିଲେ ଅମନ୍‌ ଓ ମୁନ୍ନା। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶିତ ସିନେମା ‘କଥା ଦେଲି ମଥା ଛୁଇଁ’ ରେ ଓଲିଉଡର ଟପ୍‌ ହିରୋଇନ୍‌ ରୀୟାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନବାଗତ ଅମନ୍‌ । ଏଥି‌ରେ ଅଭିଷେକ ରଥ ବି ଥିଲେ ଅନ୍ୟତମ ନାୟକ ଭୂମିକାରେ।

ଏହି ସିନେମାରେ ଶ୍ରୀତମ୍‌ ଦାସ ବି ଅଭିନୟ କରିଥିଲେ

 ଠିକ୍‌ ସେହିପରି ଅଶୋକ କୁମାର ଦାଶଙ୍କ ପ୍ରଯୋଜନା ଓ ଶ୍ରୀତମ୍‌ ଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ସିନେମା ‘ଦିଓ୍ୱାନା ହେଲି ତୋ’ ପାଇଁ’ରେ ଓଲିଉଡର ହଟ୍‌ ହିରୋଇନ୍‌  ରୀୟା ନଜର ଆସିଥିଲେ। ଏଥିରେ ତାଙ୍କ ସହ ନାୟକ ଭାବେ ଓଲିଉଡରେ ପ୍ରବେଶ କରିଥିଲେ ନବାଗତ ମୁନ୍ନା। ଉଭୟ ନବାଗତଙ୍କ ସହ ରୀୟାଙ୍କୁ ଦର୍ଶକ ପସନ୍ଦ କରିଥିଲେ। ଏହି ସିନେମାରେ ଶ୍ରୀତମ୍‌ ଦାସ ବି ଅଭିନୟ କରିଥିଲେ।

Cyclone: ଟଳିଲା‌ ବିପଦ: ତୁହାକୁ ତୁହା ବର୍ଷା, ପ୍ରମୁଖ ନଦୀର ଜଳସ୍ତର ବଢ଼ୁଛି

Read Entire Article
LEFT SIDEBAR AD

Hidden in mobile, Best for skyscrapers.