ARTICLE AD BOX
ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମ ଅଧୀନରେ ୧୬୫୮ଟି ଉଠା ଜଳସେଚନ ପ୍ରକଳ୍ପର ମରାମତି ତଥା ପୁନରୁଦ୍ଧାର ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବୈଠକରେ ଉପସ୍ଥିତ ରହି ସୁବିସ୍ତୃତ ଆଲୋଚନା କରିଥିଲେ l
ଲଗାଣ ବର୍ଷା ତଥା ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଭାବିତ ତଥା କ୍ଷତିଗ୍ରସ୍ତ ହୋଇଥିବା ଉପରୋକ୍ତ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର ନିରୀକ୍ଷଣ କରି ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲେ l ଶକ୍ତି ବିଭାଗ, ଜଳସମ୍ପଦ ବିଭାଗ ଏବଂ ସ୍ପେଶାଲ୍ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ଵୟ ରକ୍ଷା କରି ଏହି ପୁନରୁଦ୍ଧାର କାର୍ଯ୍ୟ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ l ଚଳିତ ବର୍ଷ ଦୀର୍ଘ ସମୟ ଧରି ପ୍ରତିକୂଳ ପାଣିପାଗ ପରିସ୍ଥିତି ପରିପ୍ରେକ୍ଷୀରେ ପ୍ରଭାବିତ ହୋଇଥିବା ବିଭିନ୍ନ ବିଭାଗର ପ୍ରକଳ୍ପ ତଥା କାର୍ଯ୍ୟର ମରାମତି ଏବଂ ପୁନରୁଦ୍ଧାର ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିରନ୍ତର ପ୍ରୟାସରତ l ଏ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀ ବାରମ୍ବାର ସମୀକ୍ଷା କରି ବିଭିନ୍ନ ବିଭାଗ ସହ ଆଲୋଚନା କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଗୁରୁତ୍ଵ ଦେଇ ଆସିଛନ୍ତି l
ଓଡ଼ିଶା ବିଧାନସଭାସ୍ଥିତ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ୍, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ଶ୍ରୀମତୀ ଶୁଭା ଶର୍ମା, ସ୍ପେଶାଲ୍ ରିଲ କମିଶନରଙ୍କ କାର୍ଯ୍ୟାଳୟ ତଥା ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଯାଜପୁରରେ ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ପ୍ରସନ୍ନ ସାହାଣୀ, ୪୦ ହଜାର ଟଙ୍କା ଲାଞ୍ଚ ଜବତ

2 days ago
3


