Oil Theft: ରାଜସ୍ଥାନରେ ମାଟି ତଳେ ଚାଲିଥିଲା ଅଶୋଧିତ ତେଲ ଚୋରି

1 hour ago 1
ARTICLE AD BOX

ଟଙ୍କ: ରାଜସ୍ଥାନର ଟଙ୍କ ଜିଲ୍ଲାରୁ ତେଲ ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗର କାରସାଦି ସାମ୍ନାକୁ ଆସିଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ର ମୁଖ୍ୟ ପାଇପଲାଇନରୁ ବେଆଇନ ଭାବେ ଅଶୋଧିତ ତେଲ ଚୋରି କରିବା ପାଇଁ ମାଟି ତଳେ ପ୍ରାୟ ୪୦ ଫୁଟ୍ ଲମ୍ବର ଏକ ଗୁପ୍ତ ପାଇପଲାଇନ୍ ବିଛାଯାଇଥିବା ସୂଚନା ମିଳିଛି। କମ୍ପାନିର ମୁଖ୍ୟ ଲାଇନରେ ହଠାତ୍ ଅସ୍ୱାଭାବିକ ଭାବେ ତେଲର ଚାପ କମିଯିବା ପରେ ଯେତେବେଳେ ଯାଞ୍ଚ କରାଯାଇଥିଲା, ସେତେବେଳେ ଏହି ବେଆଇନ ନେଟୱର୍କ ବିଷୟରେ ଜଣାପଡ଼ିଥିଲା। ଏହି ଘଟଣା ପରେ ସ୍ଥାନୀୟ ପୁଲିସ ଏକ ମାମଲା ରୁଜୁ କରି ଅଜ୍ଞାତ ଦୁର୍ବୃତ୍ତମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

୪୦ ଫୁଟ୍ ଲମ୍ବର ବେଆଇନ ପାଇପଲାଇନର ସନ୍ଧାନ

ଆଧିକାରୀକ ସୂଚନା ଅନୁଯାୟୀ, ଗତ ଜୁନ୍ ୧ ତାରିଖରୁ ଆଇଓସିଏଲ୍ କମ୍ପାନି ନିଜ ପାଇପଲାଇନରେ କମ୍ ପ୍ରେସର ଥିବା ଲକ୍ଷ୍ୟ କରିଥିଲା। ଏହା ପରେ ବିଶେଷଜ୍ଞଙ୍କ ଏକ ଦଳ ସମ୍ପୂର୍ଣ୍ଣ ରୁଟର ତୀକ୍ଷ୍ଣ ଯାଞ୍ଚ କରିବା ଆରମ୍ଭ କରିଥିଲେ। ଗୁରୁବାର ମାଲପୁରା ସବଡିଭିଜନ୍ ଅନ୍ତର୍ଗତ ଲାଡି ଗ୍ରାମର ଏକ ଚାଷ ଜମି ଦେଇ ଯାଇଥିବା ମୁଖ୍ୟ ଲାଇନ୍ ଯାଞ୍ଚ କରିବା ସମୟରେ ଇଞ୍ଜିନିୟରମାନେ ମାଟି ତଳେ ପୋତାଯାଇଥିବା ସେହି ୪୦ ଫୁଟ୍ ଲମ୍ବର ବେଆଇନ ପାଇପ୍ଲାଇନର ସନ୍ଧାନ ପାଇଥିଲେ, ଯାହାକୁ ମୁଖ୍ୟ ହାଇ-ପ୍ରେସର କ୍ରୁଡ୍ ଅଏଲ୍ ଲାଇନ୍ ସହ ସଂଯୋଗ କରାଯାଇଥିଲା। କମ୍ପାନି ପକ୍ଷରୁ ତୁରନ୍ତ ଉକ୍ତ ବେଆଇନ ସଂଯୋଗକୁ ହଟାଇ ପାଇପଲାଇନ୍ ମରାମତି କରାଯିବା ସହ ପୁଲିସ ନିକଟରେ ଅଭିଯୋଗ କରାଯାଇଛି।

CM Vijay: ମୁଁ ପୁଲିସ ଉପରେ ବିଶ୍ବାସ କଲି; ସେମାନେ ମୋତେ ଦଳାଚକଟା ପାଇଁ ଦୋଷୀ କଲେ: ବିଜୟ

ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ପୁଷ୍ପେନ୍ଦ୍ର ସୋଲଙ୍କି କହିଛନ୍ତି ଯେ ଅଜ୍ଞାତ ଲୋକଙ୍କ ବିରୋଧରେ ତେଲ ଚୋରି ଉଦ୍ୟମ ମାମଲା ରୁଜୁ ହୋଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚୋରି ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ନୂଆ, ଯାହା ସୂଚାଉଛି ଯେ ଏହାକୁ ନିକଟରେ ହିଁ ସେଠାରେ ଲଗାଯାଇଥିଲା ଏବଂ ଅଭିଯୁକ୍ତମାନେ ଏହି ଗୁପ୍ତ ଲାଇନ୍କୁ ଆହୁରି ଆଗକୁ ବଢ଼ାଇବାକୁ ଯୋଜନା କରୁଥିଲେ। ଏକ ହାଇ-ପ୍ରେସର ଅଶୋଧିତ ତେଲ ପାଇପଲାଇନକୁ କାଟି ଅନ୍ୟ ଏକ ପାଇପ୍ ଯୋଡ଼ିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ, ତେଣୁ ଏହି କାର୍ଯ୍ୟରେ କୌଣସି ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପୁଲିସ କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.