Oil price: ବଲ୍‌କ ଡିଜେଲ୍‌ ଦର ୧୪.୬ ଟଙ୍କା ବଢ଼ିଲା

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ତୈଳ କମ୍ପାନିଗୁଡ଼ିକ ବଲ୍‌କ ଡିଜେଲ୍‌ ଦର ଲିଟର ପିଛା ୧୪ ଟଙ୍କା ୬୦ ପଇସା ବଢ଼ାଇଛନ୍ତି। ଶିଳ୍ପ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ବଡ଼ ବଡ଼ ସଂସ୍ଥା ଏକକାଳୀନ କିଣୁଥିବା ବିପୁଳ ପରିମାଣର ଡିଜେଲ୍‌କୁ ବଲ୍‌କ ଡିଜେଲ କୁହାଯାଉଛି। ସାଧାରଣ ପେଟ୍ରୋଲ୍‌ ପମ୍ପରେ ବିକ୍ରି ହେଉଥିବା ଡିଜେଲ୍‌ଠାରୁ ତାହାର ମୂଲ୍ୟ ଅଲଗା ରହିଛି। 

ଗତକାଲି ଘରୋଇ ତୈଳ କମ୍ପାନି ନାୟରା ଏନର୍ଜି ଏହାର ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ପେଟ୍ରୋଲ ଦର ଲିଟରକୁ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ବଢ଼ାଇଥିଲା।ଗତ ସେପ୍ଟେମ୍ବରରେ ବଲ୍‌କ ଡିଜେଲ ଦର ଲିଟରକୁ ୧୩୮ ଟଙ୍କା ୯୭ ପଇସା ଥିଲା। ଏବେ ତାହା ୧୫୩ ଟଙ୍କା ୫୭ ପଇସାକୁ ବୃଦ୍ଧି ପାଇଛି। ବଲ୍‌କ ଡିଜେଲ ଦର ହେଉଛି ତେଲର ପ୍ରକୃତ ବଜାର ଦର ଯାହା ଅନ୍ତର୍ଜାତୀୟ ମୂଲ୍ୟ ଅନୁସାରେ ପରିଚାଳିତ ହେଉଛି। 

ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିବା ପେଟ୍ରୋଲ ଓ ଡିଜେଲ ଦର ତାଠାରୁ ଯଥେଷ୍ଟ କମ୍‌ ରହିଛି। ବଜାର ଦରଠାରୁ କମ୍‌ ମୂଲ୍ୟରେ ତେଲ ବିକ୍ରିରୁ ହେଉଥିବା କ୍ଷତି ଭରଣା କରିବା ଲାଗି କେନ୍ଦ୍ର ସରକାର ତୈଳ କମ୍ପାନିଗୁଡ଼ିକୁ ସବ୍‌ସିଡି ପ୍ରଦାନ କରୁଛନ୍ତି। ଦିଲ୍ଲୀରେ ପେଟ୍ରୋଲ ଦର ଲିଟରକୁ ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ୍‌ ୯୫ ଟଙ୍କା ୬୪ ପଇସାରେ ଅପରିବର୍ତ୍ତିତ ରହିଛି। ପେଟ୍ରୋଲ ପମ୍ପଗୁଡ଼ିକରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ଡିଜେଲ୍‌ ଓ ବଲ୍‌କ ଡିଜେଲ୍‌ ଦରରେ ଏବେ ୫୭ ଟଙ୍କା ୯୩ ପଇସାର ବ୍ୟବଧାନ ରହିଛି। ସେଥିପାଇଁ ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥାଗୁଡ଼ିକର ଗାଡ଼ି ସାଧାରଣ ପେଟ୍ରୋଲ୍‌ ପମ୍ପରେ ତେଲ ପକାଇବା ଆରମ୍ଭ କରିଛନ୍ତି। ତାହା ତୈଳ ବିପଣନ ବ୍ୟବସ୍ଥା ଉପରେ ଅତିିରିକ୍ତ ଚାପ ସୃଷ୍ଟି ଆଶଙ୍କା ରହିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୧୦୨.୨୫ ଡଲାର ରହିଛି। ସେପ୍ଟେମ୍ବର ୩୦ରେ ତାହା ୧୧୭.୨୮ ଡଲାରକୁ ବୃଦ୍ଧି ପାଇଥିଲା। ଅଶୋଧିତ ତୈଳ ଦରରେ ବୃଦ୍ଧି ବିଚାରକୁ ନେଇ ଘରୋଇ ତୈଳ ବିପଣନ କମ୍ପାନି ଯଥା ନାୟରା ଏନର୍ଜି ଓ ଜିଓ ବିପି ତରଫରୁ ଡିଜେଲ ବିକ୍ରିର ପରିମାଣ ସୀମା ଧାର୍ଯ୍ୟ କରାଯାଇଥିଲା। ତାହା ଜାଣିବା ପରେ ସରକାର ସେମାନଙ୍କୁ ତାଗିଦ୍‌ କରିବା ସହ ସେଭଳି ପଦକ୍ଷେପ ନ ନେବାକୁ କହିଥିଲେ।

Tax Cut: ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ରପ୍ତାନି ଟିକସ ହ୍ରାସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.