ARTICLE AD BOX
ଭୁବନେଶ୍ବର: ଟାଟାର ସଂସ୍ଥା ତନେଇରା ପକ୍ଷରୁ ସ୍ବତନ୍ତ୍ର ସେଲ୍ ଘୋଷଣା କରାଯାଇଛି। କମ୍ପାନିର ମାଷ୍ଟର କ୍ୟାଣ୍ଟିନ୍ ଷ୍ଟୋର୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଜନେସ୍ ଆସୋସିଏଟ୍ ମାନିକ ହଂସ କହିଥିଲେ ଯେ ଏହି ସେଲ୍ରେ ନିର୍ଦ୍ଦିଷ୍ଟ ପ୍ରକାରର ଶାଢ଼ି ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଓ କୁର୍ତ୍ତା ତଥା କୁର୍ତ୍ତା ସେଟ୍ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଏହି ସେଲ୍ ଚଳିତ ମାସ ୧୬ ପର୍ଯ୍ୟନ୍ତ ଚାଲିବ।
ତନେଇରାରେ ଦେଶର ବିଭିନ୍ନ ହସ୍ତତନ୍ତ କ୍ଲଷ୍ଟର୍ରୁ ସଂଗ୍ରହ କରାଯାଇଥିବା ସ୍ବତନ୍ତ୍ର ଶାଢ଼ି ବିକ୍ରି ହେଉଛି। କାଞ୍ଜିବରମ, ବନାରସୀ, ସାଉଥ୍ ସିଲ୍କ, ଟସର, ଜାମଦାନି, ସମ୍ବଲପୁରୀ, ଇକତ୍, ଚନ୍ଦେରି, ମାହେଶ୍ବରୀ, ଡୋରିଆ ଆଦି ଶାଢ଼ି ଷ୍ଟୋର୍ରେ ରହିଛି। ବିବାହ, ଉତ୍ସବ ଓ ସ୍ବତନ୍ତ୍ର ଅବସର ପାଇଁ ଷ୍ଟୋର୍ରେ ଭିନ୍ନ ପ୍ରକାର କଲେକ୍ସନ ମଧ୍ୟ ରହିଛି। ଗ୍ରାହକମାନେ ତନେଇରାର ମାଷ୍ଟର କ୍ୟାଣ୍ଟିନ, ଚନ୍ଦ୍ରଶେଖରପୁର ଓ କଟକର ସିଡିଏରେ ଥିବା ଷ୍ଟୋର୍ ପରିଦର୍ଶନ କରି ଏହି ସେଲ୍ର ଲାଭ ପାଇପାରିବେ। ଅନ୍ଲାଇନ୍ କ୍ରୟ ଉପରେ ମଧ୍ୟ ଏହାର ଲାଭ ମିଳିପାରିବ। ଏହି ଅବସରରେ ଲିପ୍ସା ହଂସ ଓ ବିବେକ ହଂସ ଉପସ୍ଥିତ ଥିଲେ।
ତନେଇରାର ନୂଆ ‘କୁଇନ୍ସ କଲେକ୍ସନ’: ବର୍ଷକୁ ୫୦,୦୦୦ କୋଟିର ଶାଢ଼ି ବିକ୍ରି

1 month ago
19


