ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ ସେବାକୁ ଅଧିକ ସ୍ବଚ୍ଛ ଓ ସକ୍ରିୟ କରିବା ନିମନ୍ତେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ଗଠିତ ହୋଇଛି। ବିଦ୍ୟୁତ୍ଦେୟକୁ ଗ୍ରାହକାଭିମୁଖି କରିବା ନିମନ୍ତେ ଓଇଆର୍ସି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଏହାର ଅଧ୍ୟକ୍ଷ ନିଯୁକ୍ତି କରିବା କ୍ଷେତ୍ରରେ ରାଜ୍ୟ ସରକାର ଆଗେଇପାରୁନାହାନ୍ତି।
OERC ଅଧ୍ୟକ୍ଷଙ୍କ ଇସ୍ତଫା ଅନ୍ତରାଳେ: କର୍ପୋରେଟ୍ ଲବିର ଶିକାର?
ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ପ୍ରତି ରାଜ୍ୟ ସରକାର ଅଣଦେଖା କରିଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା ପ୍ରଶ୍ନ କରିଥିଲେ। ଶ୍ରୀ ବେହେରା ତାଙ୍କ ଅଣତାରକା ପ୍ରଶ୍ନରେ କହିଛନ୍ତିଯେ ବିଦ୍ୟୁତ୍ ଆଇନ୍ ଧାରା ୮୫(୨) ଅନୁଯାଇ ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଏଥି ପ୍ରତି ଅଣଦେଖା କରୁଛି। ଏହା ଉତ୍ତରରେ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦର୍ଶାଇଛନ୍ତି, ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଅଧ୍ୟକ୍ଷ ନିଯୁକ୍ତି ଚୟନ ପ୍ରକ୍ରିୟା ଏହି କମିଟି ବିଚାରାଧୀନ ରହିଛି।
OERC member ଓଇଆର୍ସି ସଦସ୍ୟ ଭାବେ ଶପଥ ନେଲେ ସୁଧାଂଶୁ ଶେଖର ବଡ଼ପଣ୍ଡା
ସୂଚନା ଯୋଗ୍ୟ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗତ ମେ ମାସରେ ପଦବିରୁ ଇସ୍ତଫା ଦେଇଥିଲେ। ଏଥି ମଧ୍ୟରେ ୬ମାସ ବିତିଗଲାଣି ଅଥଚ ଏହି ପଦବି ଶୂନ୍ୟ ପଡ଼ିଛି। ଶ୍ରୀ ଜେନାଙ୍କ ପୂର୍ବରୁ ପ୍ରାୟ ୨ବର୍ଷ ମଧ୍ୟ ଅଧ୍ୟକ୍ଷ ପଦବି ଶୂନ୍ୟ ପଡ଼ିଥିଲା। ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନେଇଯିବା ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବି ଶୂନ୍ୟ ପଡ଼ିଥିଲା। ବିଶେଷ କରି ରାଜ୍ୟବାସୀଙ୍କୁ ସଠିକ୍ ମୂଲ୍ୟରେ ଉନ୍ନତ ମାନର ବିଦ୍ୟୁତ୍ ସେବା ଯୋଗାଇଦେବାରେ ଓଇଆରସିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଶେଷ କରି ବିଦ୍ୟୁତ୍ ଦେୟ ଚୁଡ଼ାନ୍ତ କରିବା କ୍ଷେତ୍ରରେ ଓଇଆରସିର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଅଧ୍ୟକ୍ଷ ପଦବି ଶୂନ୍ୟ ପଡ଼ିବା ଘଟଣା ରାଜ୍ୟବାସୀଙ୍କ ସ୍ବାର୍ଥ ପ୍ରତି ଅଣଦେଖା କରାଯାଉଛି ବୋଲି ଚର୍ଚ୍ଚା ହେଉଛି।

2 hours ago
1


