ARTICLE AD BOX
ଉତ୍ତରପ୍ରଦେଶର ଗୋରଖପୁରରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସ୍ୱାଗତ ପାଇଁ ଅଣାଯାଇଥିବା ଏକ ଜେସିବି ଧକ୍କାରେ ବିଜେପି ନେତାଙ୍କ ୧୩ ବର୍ଷୀୟ ପୁଅ ଆର୍ଯ୍ୟବର୍ଦ୍ଧନ ସିଂହଙ୍କ ମୃତ୍ୟୁ ହୋଇଛି। ବୁଧବାର ଅପରାହ୍ଣ ପ୍ରାୟ ୧ଟାରେ କୁଡ଼ାଘାଟ...
/sambad/media/media_files/2026/11/18/new-project-11-2026-11-18-22-07-49.jpg)
ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁରରେ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ସ୍ୱାଗତ ପାଇଁ ଅଣାଯାଇଥିବା ଏକ ଜେସିବି ଧକ୍କାରେ ବିଜେପି ନେତାଙ୍କ ୧୩ ବର୍ଷୀୟ ପୁଅ ଆର୍ଯ୍ୟବର୍ଦ୍ଧନ ସିଂହଙ୍କ ମୃତ୍ୟୁ ହୋଇଛି। ବୁଧବାର ଅପରାହ୍ଣ ପ୍ରାୟ ୧ଟାରେ କୁଡ଼ାଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଆର୍ଯ୍ୟବର୍ଦ୍ଧନ ଚୌରୀଚୌରା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ରାଜଧାନୀ ଗାଁର ବିଜେପି ନେତା ଓଁକାର ସିଂହଙ୍କ ପୁଅ। ଦୁର୍ଘଟଣା ପରେ ଗୁରୁତର ଆହତ ଛାତ୍ରଙ୍କୁ ଗୋରଖପୁର ଏମ୍ସ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ଅଖିଳେଶଙ୍କ ସ୍ୱାଗତ ପାଇଁ ଏହି ଜେସିବିକୁ ଅଣାଯାଇଥିଲା। ସମାଜବାଦୀ ପାର୍ଟିର ରୋଡ୍ ସୋ’ ଶେଷ ହେବା ପରେ ଜେସିବିଟି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ ମୃତ ଛାତ୍ରଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନେ ରାସ୍ତା ଉପରେ ମୃତଦେହ ରଖି ଧାରଣା ଦେଇଥିଲେ। ଶତାଧିକ ଲୋକ ଏଥିରେ ସାମିଲ ହୋଇ ଅଖିଳେଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ସହର ଏସ୍ପି ଓ ପ୍ରଶାସନିକ ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉତ୍ତ୍ୟକ୍ତ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କୁ ବୁଝାବୁଝି କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ବିଧାୟକ ସରବନ ନିଷାଦ ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏହି ଦୁର୍ଘଟଣା ଅଖିଳେଶଙ୍କ ଗୋରଖପୁର ଗସ୍ତ ସମୟରେ ଘଟିଛି। ତେବେ ଦୁର୍ଘଟଣାର ସଠିକ୍ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

14 minutes ago
1


