Odisha : ଗଭୀର ଅବପାତ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ

16 hours ago 1
ARTICLE AD BOX

ଛତ୍ରପୁର: ସମ୍ଭାବ୍ୟ ଗଭୀର ଅବପାତର ମୁକାବିଲା ପାଇଁ ଗଞ୍ଜାମଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଗଞ୍ଜାମ ଜିଲ୍ଲା ପାଇଁ ଆଜି ଅରେଞ୍ଜ୍‌ ୱାର୍ଣ୍ଣିଂ ଏବଂ ଆସନ୍ତାକାଲି ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆଜି ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି।

ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ୬୮୮.୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରଙ୍ଗେଇଲୁଣ୍ଡାରେ ୬୪ ମିଲିମିଟର, ଚିକିଟିରେ ୬୧ ମିଲିମିଟର, ଛତ୍ରପୁରରେ ୫୨ ମିଲିମିଟର ଏବଂ ପାତ୍ରପୁରରେ ୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଜିଠାରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ବିଭିନ୍ନ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକତା ଅନୁଯାୟୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲାବାସୀ ଭୟଭୀତ ନ ହୋଇ ସତର୍କ ରହିବା ସହ ବିନା ଆବଶ୍ୟକତାରେ ଘରୁ ବାହାରକୁ ନ ଯିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅନୁରୋଧ କରିଛନ୍ତି।

ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ତିନିଦିନ ପାଇଁ ବନ୍ଦ ରଖାଯାଇଛି। ଏଥିସହ ଆସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ କଲେଜକୁ ମଧ୍ୟ ଛୁଟି ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ପାହାଡ଼ିଆ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ କରାଯାଇ ବ୍ୟାରିକେଡ୍‌ ଲଗାଯାଇଛି। ନୟାଗଡ଼ ପଟୁ ଆସୁଥିବା ଯାନବାହନକୁ ବିକଳ୍ପ ରାସ୍ତାରେ ଯାତାୟାତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିପର୍ଯ୍ୟୟ ମୁକାବିଲା ପାଇଁ ଗଞ୍ଜାମରେ ଦୁଇଟି ଓଡ୍ରାଫ୍‌ ଦଳ ମୁତୟନ

ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆନ୍ଧ୍ରପ୍ରଦେଶରୁ ଆସି ଟ୍ରଲର ଯୋଗେ ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଜିଲ୍ଲା ପ୍ରଶାସନ ସହଯୋଗରେ ଉଦ୍ଧାର କରାଯାଇ ଗୋପାଳପୁର ବନ୍ଦର ଏବଂ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରେ ରଖାଯାଇଛି।

ବିପର୍ଯ୍ୟୟ ମୁକାବିଲା ପାଇଁ ଗଞ୍ଜାମରେ ଦୁଇଟି ଓଡ୍ରାଫ୍‌ ଦଳ ମୁତୟନ ହୋଇଛନ୍ତି। ଗୋଟିଏ ଦଳକୁ ପାତ୍ରପୁର ଏବଂ ଅନ୍ୟ ଏକ ଦଳକୁ ଆସିକା ଅଞ୍ଚଳରେ ମୁତୟନ କରାଯାଇଛି। ଆସିକାରେ ମୁତୟନ ଦଳ ଆବଶ୍ୟକ ପଡ଼ିଲେ ଭଞ୍ଜନଗର ଓ ସୋରଡ଼ା ଅଞ୍ଚଳକୁ ଯାଇ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସାମିଲ ହେବ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପ୍ରଚାର ପାଇଁ ‘ସୌର ରଥ’ର ଶୁଭାରମ୍ଭ

Read Entire Article
LEFT SIDEBAR AD

Hidden in mobile, Best for skyscrapers.