ARTICLE AD BOX
ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀତଟରେ ଥିବା ୬ଟି ମୌଜାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସୀମା ବିବାଦ ରହିଛି। ଯାହାର ସମାଧାନ ପାଇଁ ବାଟ ଫିଟୁଛି। ଖୁବ୍ଶୀଘ୍ର ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ୪୧ଟି ଭୌଗୋଳିକ ନିର୍ଦ୍ଦେଶାଙ୍କ (ଜିଓ କୋର୍ଡିନେଟ୍) ଚିହ୍ନଟ କରାଯିବ। ଜିଓ କୋର୍ଡିନେଟ୍ ଅକ୍ଷାଂଶ ଓ ଦ୍ରାଘିମା ଆଧାରରେ କରାଯିବା ସହ ସେହି ସ୍ଥାନଗୁଡ଼ିକରେ ପିଲର୍ ନିର୍ମାଣ ହେବ।
Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ
ଜଳେଶ୍ବର ତହସିଲର ସୁବର୍ଣ୍ଣରେଖା ନଦୀତଟ ଓ ପଶ୍ଚିମବଙ୍ଗ ସୀମାକୁ ଲାଗି ତୋଟାପଡ଼ା, ବେହେରାସାହି, ଗୋବରଘାଟା, ମକ୍ରମପୁର, ଦକ୍ଷିଣ ପ୍ରହରାଜପୁର ଓ ପ୍ରହରାଜପୁର ମୌଜା ରହିଛି। ଏହି ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ଦୁଇ ପାର୍ଶ୍ବକୁ ଦୁଇ ରାଜ୍ୟର ସୀମା ଭାବେ ବିବେଚନା କରାଯାଉଥିଲା। ତେବେ ନଦୀର ଗତିପଥରେ ପରିବର୍ତ୍ତନ ହେବାରୁ ସୀମା ନିର୍ଦ୍ଧାରଣକୁ ନେଇ ବିବାଦ ଉପୁଜିଥିଲା। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ସରକାର ଓଡ଼ିଶା ସୀମାରେ ଥିବା ବାଲି ସୈରାତକୁ ନିଜ ରାଜ୍ୟର ଦର୍ଶାଇ ନିଲାମ ଡାକିଥିଲେ। ପଶ୍ଚିମବଙ୍ଗର ବାଲି ମାଫିଆମାନେ ଓଡ଼ିଶା ସୀମା ମଧ୍ୟରୁ ବାଲି ଉତ୍ତୋଳନ କରିଥିଲେ। ଏହାକୁ ବିରୋଧ କରି ୨୦୨୫ ଜାନୁଆରିରେ ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା।
Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ
ଅଭିଯୋଗ ପରେ ଦୁଇ ରାଜ୍ୟର ସୀମା ନିର୍ଦ୍ଧାରଣ ପାଇଁ ଓଡ଼ିଶା ସରକାର ପଶ୍ଚିମବଙ୍ଗକୁ ଚିଠି ଲେଖିଥିଲେ। ଫଳରେ ୨୦୨୫ ମାର୍ଚ୍ଚ ଓ ଜୁନ୍ରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଡିଫରେନ୍ସିଆଲ୍ ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଡିଜିପିଏସ୍) ଆଧାରରେ ମାପଚୁପ ଓ ସର୍ଭେ କରାଯାଇଥିଲା। ସର୍ଭେ ସମୟରେ ଓଡ଼ିଶାର ସୀମା ପଶ୍ଚିମବଙ୍ଗ ଦଖଲରେ ଏବଂ ପଶ୍ଚିମବଙ୍ଗର ସୀମା ଓଡ଼ିଶା ଅଞ୍ଚଳ ଭିତରେ ଥିବା ଜଣାପଡ଼ିଥିଲା। ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ନକ୍ସା ଆଦାନପ୍ରଦାନ ହୋଇଥିଲା। ଏହାପରେ ଜିଓ କୋର୍ଡିନେଟ୍ ଚିହ୍ନଟ ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ। ଏନେଇ କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁ ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳ ଓ ଜଳେଶ୍ବର ତହସିଲଦାରଙ୍କୁ ଚିଠି ଲେଖାଯାଇଛି। ବର୍ଷାଋତୁ ପରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

2 days ago
2


