ARTICLE AD BOX
ବ୍ୟବସାୟିକ ସୁଯୋଗ ବଢ଼ାଇବା ପାଇଁ ଓଟିବି ୨୦୨୬ ରେ ପ୍ରଥମ ଥର ପାଇଁ ୨୦୦ରୁ ଅଧିକ କ୍ରେତା, ୧୦୦ ରୁ ଅଧିକ ପର୍ଯ୍ୟଟନ ବ୍ୟବସାୟୀ ଏବଂ ୬,୦୦୦ ରୁ ଅଧିକ ବ୍ୟବସାୟିକ ଆଲୋଚନା ବୈଠକ
ଭୁବନେଶ୍ଵର: ଆସନ୍ତା ୩ ତାରିଖ ଠାରୁ ୫ ତିନି ଦିନ ଧରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ମେଫେୟାର୍ରେ ସପ୍ତମ ଓଡ଼ିଶା ଟ୍ରାଭେଲ୍ ବଜାର ଅନୁଷ୍ଠିତ ହେବ। ଆଜି(ଗୁରୁବାର) ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।
Adventure Tourism: ଚନ୍ଦକାରେ ଆଡ୍ଭେଞ୍ଚର ଟୁରିଜିମ୍: କର୍ଣ୍ଣାଟକରୁ ଆସିବେ ୫ କୁମ୍କୀ ହାତୀ
ଆଜି ମେଫେୟାର ଲାଗୁନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ସୂଚନାନୁସାରେ, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମିଳିତ ସହଯୋଗରେ ଆୟୋଜିତ ଏହି ତିନିଦିନିଆ ବ୍ୟବସାୟିକ ପର୍ଯ୍ୟଟନ ମହାକୁମ୍ଭରେ ୯୨ ରୁ ଅଧିକ ଘରୋଇ ସଂସ୍ଥା, ୨୭ଟି ଦେଶର ବିଦେଶୀ ଟୁର ଅପରେଟର ଏବଂ ଦେଶର ୩୨ଟି ସହରର କ୍ରେତାମାନେ ଏକାଠି ହେବେ। ଏହି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରିତ ୬,୦୦୦ ରୁ ଅଧିକ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବାର ଆଶା କରାଯାଉଛି।
State tourism: ରାଜ୍ୟ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ବପୂର୍ଣ୍ଣ ବୈଠକ: ‘ପ୍ରତି ଜିଲ୍ଲାରେ ୧୦ଟି ଛୋଟ ପର୍ଯ୍ୟଟନ କ୍ଷେତ୍ରର ବିକାଶ କର’
ସାମ୍ବାଦିକ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖି ଶ୍ରୀମତୀପରିଡ଼ା କହିଛନ୍ତି, , ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟର ସ୍ଥିତିକୁ ମଜବୁତ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ସିଧାସଳଖ ଆର୍ଥିକ ଲାଭ ସୃଷ୍ଟି କରିବା ଲକ୍ଷ୍ୟରହିଛି। “ଆମର ମୂଳମନ୍ତ୍ର ହେଉଛି ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’। ଯଦି ବିଶ୍ଵରେ କେହି ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଚାହାଁନ୍ତି କିମ୍ବା ଭାରତ ଭ୍ରମଣ କରିବାକୁ ଇଚ୍ଛା କରନ୍ତି, ତେବେ ସେମାନେ ପ୍ରଥମେ ଓଡ଼ିଶା କଥା ଚିନ୍ତା କରିବା ଉଚିତ।
World Tourism Day 2026 ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ: ଡିଜିଟାଲ୍ ନବସୃଜନ, ଓ ଗୋଷ୍ଠୀ ନେତୃତ୍ୱାଧୀନ ପର୍ଯ୍ୟଟନକୁ ଗୁରୁତ୍ବ
ଓଟିବି ୨୦୨୬ ର ଏକ ଅଂଶ ଭାବରେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ଆଠଟି ପରିଚୟ ଭ୍ରମଣ (Familiarisation tour) ଆୟୋଜନ କରାଯିବ। ଏହାଦ୍ୱାରା ଟୁର ଅପରେଟର, କ୍ରେତା, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ପଦକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଶିଷ୍ଟ ଶେଫ୍ ଶ୍ରୀ ରଣବୀର ବ୍ରାରଙ୍କ ଦ୍ୱାରା ଏକ ଅଧିବେଶନ ରଖାଯାଇଛି ।
/filters:format(webp)/sambad/media/media_files/2026/10/01/travel-odisha-bazar-pressmeet1-2026-10-01-18-36-28.jpeg)
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶାର ମହାସଚିବ ଧୀମାନ ମଜୁମଦାର, ଟ୍ରାଭେଲ ଏଜେଣ୍ଟ ଆସୋସିଏସନ ଅଫ ଓଡ଼ିଶାର ସମ୍ପାଦକ ଆଲୋକ ମହାପାତ୍ର, ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ ଓଡ଼ିଶା ଶାଖାର ଅଧ୍ୟକ୍ଷ ଗଗନ ଷଡ଼ଙ୍ଗୀ, ଏଣ୍ଟରପ୍ରାଇଜିଂ ନେଟୱାର୍କ ଅଫ ଟ୍ରାଭେଲ ଆଣ୍ଡ ଟୁରିଜିମ ଆସୋସିଏଟ୍ସର ସଭାପତି ଶ୍ରୀ ଦେବାଶିଷ ମିଶ୍ର ଏବଂ ଓଟିଆଇଏର ସମ୍ପାଦକ ଯୁଗବ୍ରତ କର ପ୍ରମୁଖ ସାମିଲ ଥିଲେ।

21 hours ago
3


