Odisha’s V. Ramesh Rao Wins Gold: ରାଜ୍ୟଗୋଷ୍ଠୀ ପାରା ଅସିଚାଳନା: ଓଡ଼ିଶା ପୁରୁଷ ଖେଳାଳି ଜିତିଲେ ୫ ପଦକ

8 hours ago 1
ARTICLE AD BOX

ଭୁବନେଶ୍ବର: ଚଳିତ ରାଜ୍ୟଗୋଷ୍ଠୀ ପାରା ଅସିଚାଳନା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ଖେଳାଳି ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବୁଧବାର ମହିଳା ପାରା ଅସିଚାଳିକା ମାଳତି ପନାଉରେ ୨ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଗୁରୁବାର ଓଡ଼ିଶାର ୫ ଖେଳାଳି ୫ ପଦକ (୨ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ) ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। 

ନାଇଜେରିଆର ଲାଗୋସ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାର ପୁରୁଷ ଫଏଲ୍ ‘ଏ’ ବର୍ଗରେ ଭି ରମେଶ ରାଓ ସ୍ବର୍ଣ୍ଣ ଜିତିଥିଲା ବେଳେ ପବିତ୍ର ସାହୁ ଓ ରାଖାଲ କୁମାର ସେଠୀ କାଂସ୍ୟ ପଦକ ପାଇଥିଲେ। ପୁଲ୍‌ ପର୍ଯ୍ୟାୟରେ ଏହି ୩ ଖେଳାଳି ଚମତ୍କାର ପ୍ରଦର୍ଶନ କରି କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥି‌ଲେ। କ୍ବାର୍ଟରଫାଇନାଲ୍‌ରେ ରମେଶ ୧୫-୨ରେ ଉଡ଼ୁନେୟେ ଓପଓଲୁୱାଙ୍କୁ, ପବିତ୍ର ୧୫-୧୦ ସନ୍ଦୀପଙ୍କୁ ଏବଂ ରାଖାଲ ୧୫-୧୦ରେ ପ୍ରବୀଣଙ୍କୁ ହରାଇଥିଲେ। ସେମିଫାଇନାଲ୍‌ରେ ରମେଶ ୧୫-୧୨ରେ ପବିତ୍ରଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ। ରାଖାଲ ୧୩-୧୫ରେ ପିଙ୍କୁଙ୍କଠୁ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ତେବେ ସେମିଫାଇନାଲ୍‌ରେ ହାରି ପବିତ୍ର ଓ ରାଖାଲ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ଫାଇନାଲ୍‌ରେ ରମେଶ ୧୫-୧୦ରେ ପିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

ଜୟପୁରରେ ଦେହ ବେପାର! ପୁଲିସ ଭୟରେ ଛାତ ଡେଇଁ ପଳାଇଲେ ରାଣୀ ମହୁମାଛି

ଫଏଲ୍‌ ବି ବର୍ଗରେ ଓମ୍‌ପ୍ରକାଶ ବେହେରା ସ୍ବର୍ଣ୍ଣ ଓ ରୁଦ୍ର ନାରାୟଣ ବେହେରା ରୌପ୍ୟ ପଦକ ଜିତିଥିଲେ। ସ୍ବର୍ଣ୍ଣ ମୁକାବିଲାରେ ଓମ୍‌ପ୍ରକାଶ ୧୫-୫ରେ ନିଜ ରାଜ୍ୟର ରୁଦ୍ରନାରାୟଣ ବେହେରାଙ୍କୁ ହରାଇଥିଲେ। ଉଭୟ ପୁଲ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ସିଧାସଳଖ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ସେମିଫାଇନାଲ୍‌ରେ ଓମ୍‌ପ୍ରକାଶ ୧୫-୨ରେ ଓ‌ୟିଲି ଡାମିଲୋଲାଙ୍କୁ ଏବଂ ରୁଦ୍ର ୧୫-୩ରେ ଅଜାନି ଇଡୋଉଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଲଢ଼େଇରେ ସାମିଲ ହୋଇଥିଲେ। ଏହି ସଫଳତା ଲାଗି ତାଙ୍କୁ ପାରା ଅଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ), ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ ଜଣ ଖେଳାଳି ଭାରତର ପ୍ରତିନିଧିତ୍ବ କରିଛନ୍ତି ଏବଂ ସମସ୍ତେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.