Odisha's judiciary: ଓଡ଼ିଶାର ନ୍ୟାୟାଳୟ ଇତିହାସରେ ପ୍ରଥମ ଘଟଣା: ମାମଲାର ମାତ୍ର ୧୭ ଦିନରେ ବିଚାର ପ୍ରକ୍ରିୟା ଶେଷ

2 days ago 3
ARTICLE AD BOX

ଭୁବନେଶ୍ବର: ଓଡ଼ିଶାର ନ୍ୟାୟାଳୟ ଇତିହାସରେ ଘଟିଛି ପ୍ରଥମ ଘଟଣା। ରେଙ୍ଗାଲି ଥାନାରେ ରୁଜୁ ହୋଇଥିବା ମାମଲାର ମାତ୍ର ୧୭ ଦିନରେ ବିଚାର ପ୍ରକ୍ରିୟା ଶେଷ ସହ ମୋବାଇଲ ଚୋରକୁ ୧୦ ମାସ ଜେଲ ଦଣ୍ଡ ଶୁଣାଇଲେ ଲଖନପୁର ଜେଏମ୍ଏଫସି କୋର୍ଟ। ପୂର୍ବରୁ ୧୮ ଦିନରେ ଭୁବନେଶ୍ବର ଜେଏମ୍ଏଫସି କୋର୍ଟରେ ହୋଇଥିବା ରେକର୍ଡ ଭଙ୍ଗ। 

ସୂଚନାଯୋଗ୍ୟ,  ଅଭିଯୁକ୍ତ ସନାତନ କିସାନ(୨୬)ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଦେହେରିଢିପା ଗାଁର ହୋଇଥିବା ବେଳେ ଚଳିତ ମାସ ୮ ତାରିଖରେ ଏକ ମୋବାଇଲ ଦୋକାନରୁ ସେ ଚୋରି କରିଥିବା ନେଇ ୯ ତାରିଖରେ ମାମଲା ରୁଜୁ ହୋଇଥିଲା। ମାତ୍ର ୧୭ ଦିନରେ ଲଖନପୁର ଜେଏମ୍ଏଫସି କୋର୍ଟରେ ଏହାର ବିଚାର ପ୍ରକ୍ରିୟା ଶେଷ ହୋଇ ଆଜି ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସନାତନକୁ ବିଏନ୍ଏସର ୩ଟି ଦଫାରେ ସର୍ବମୋଟ ୧୦ ମାସ ଜେଲଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଜେଏମ୍ଏଫସି ଜୟା ରାୟ।

ଯାଜପୁରରେ ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ପ୍ରସନ୍ନ ସାହାଣୀ, ୪୦ ହଜାର ଟଙ୍କା ଲାଞ୍ଚ ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.