Odisha Reviews Water Resources Projects ରାଜ୍ୟର ୬ଟି ପ୍ରମୁଖ ଜଳ ସମ୍ପଦ ପ୍ରକଳ୍ପର ସମୀକ୍ଷା, ଗଙ୍ଗୁଆ ନଦୀର ପୁନରୁଦ୍ଧାରକୁ ଗୁରୁତ୍ବ

31 minutes ago 1
ARTICLE AD BOX

ଭୁବନେଶ୍ୱର:  ଗଙ୍ଗୁଆ ନଦୀର ପୁନରୁଦ୍ଧାର ସହ ୬ଟି ପ୍ରମୁଖ ପ୍ରକଳ୍ପ ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ପ୍ରସ୍ତୁତି ସମ୍ପର୍କରେ ଜଳ ସମ୍ପଦ ବିଭାଗର  ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ, ପ୍ରକଳ୍ପଗୁଡ଼ିକର ନିର୍ଦ୍ଧ‌ାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। 

Rain: ଲଗାଣ ବର୍ଷା ମଧ୍ୟରେ ଘାଇ ଓ ନଦୀବନ୍ଧର ସ୍ଥିତି ଯାଞ୍ଚରେ ଜଳ ସମ୍ପଦ ବିଭାଗର ଅଧିକାରୀ
ବୈଠକରୁ ମିଳିଥିବା ସୂଚନାନୁସାରେ, ବୋଇତ ଯୋଜନା, ନଦୀ ପୁନରୁଦ୍ଧାର, ନଦୀ ମୁହାଣ ଖନନ, ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି, ଗଙ୍ଗୁଆ ନଦୀର ପୁନରୁଦ୍ଧାର ଏବଂ ଜଳଭଣ୍ଡାରରୁ ପଟୁ ମାଟି ଅପସାରଣ ଆଦି ପ୍ରକଳ୍ପର ଅଗ୍ରଗତି, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି, ବ୍ୟୟ ଅଟକଳ, ବୈଷୟିକ ଅନୁମୋଦନ, ଆବଶ୍ୟକୀୟ ଅନୁମତି ଓ କାର୍ଯ୍ୟାନ୍ୱୟନ ସମୟସୀମା ଉପରେ ଆଲୋଚନା ହୋଇଥିଲା। 

WALMI Signs 3 MoUs ଜଳ ସମ୍ପଦ ପରିଚାଳନା ନିମନ୍ତେ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ
ଯୋଜନାଗୁଡ଼ିକ ମାଧ୍ୟମରେ ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ଦ୍ୱାରା ଜଳବନ୍ଦୀ ସମସ୍ୟାର ନିରାକରଣ, ଗଙ୍ଗୁଆ ନଦୀର ପୁନରୁଦ୍ଧାର ଦ୍ୱାରା ଜଳର ଗୁଣବତ୍ତା ଓ ପରିବେଶଗତ ସ୍ଥିତିରେ ଉନ୍ନତି ଏବଂ ଜଳଭଣ୍ଡାରରୁ ପଟୁ ମାଟି ଅପସାରଣ ମାଧ୍ୟମରେ ଜଳଧାରଣ କ୍ଷମତାର ପୁନରୁଦ୍ଧାର କରାଯିବା ଲକ୍ଷ୍ୟ ରହିଛି। ବୋଇତ ଯୋଜନା ମାଧ୍ୟମରେ ରାଜ୍ୟର ଐତିହାସିକ ଜଳସେଚନ ଭିତ୍ତିଭୂମିକୁ ପର୍ଯ୍ୟଟନ ସହ ଯୋଡ଼ିବା ଏବଂ ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ଲକ୍ଷ୍ୟ ରହିଛି। 
ସମସ୍ତ ପ୍ରକଳ୍ପରେ ସରକାରଙ୍କ ଅନୁମୋଦିତ ଲକ୍ଷ୍ୟ, ବୈଷୟିକ ମାନଦଣ୍ଡ ଓ ଆର୍ଥିକ ବ୍ୟବସ୍ଥାର ଅନୁପାଳନ ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱାରୋପ କରି ଶ୍ରୀମତୀ ଶର୍ମା ସମସ୍ତ ସମ୍ପୃକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରସ୍ତୁତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ବିଭିନ୍ନ ସ୍ତରରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.