ARTICLE AD BOX
ଭୁବନେଶ୍ବର: ମିଳିତ ପୁଲିସ ସେବା ପରୀକ୍ଷା ଅଧୀନ ଏସ୍ଆଇ ପରୀକ୍ଷା ନିମନ୍ତେ ପ୍ରାର୍ଥୀଙ୍କ ତଥ୍ୟ ଅପ୍ଡେଟ୍ କରିବାକୁ ରାଜ୍ୟ ସରକାର ସମୟ ଧାର୍ଯ୍ୟ କରିଛନ୍ତି। ଆଜି ଏନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
Odisha Police Reshuffle: ଓଡ଼ିଶା ପୁଲିସରେ ବଡ଼ ଅଦଳବଦଳ: ହିମାଂଶୁ ଲାଲ ହେଲେ EOW- STF ଆଇଜି, ସତ୍ୟବ୍ରତ ଭୋଇ ଆଇଜି ଗୁଇନ୍ଦା
ପ୍ରଦତ୍ତ ସୂଚନାରେ, ମିଳିତ ପୁଲିସ ସେବା ପରୀକ୍ଷା - ୨୦୨୪ (CPSE-2024) ଉପ-ନିରୀକ୍ଷକସ୍ତରୀୟ (ଏସ୍ଆଇ ଲେଭେଲ୍) ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କୁ (ବୟସ ସୀମା କୋହଳ ବ୍ୟବସ୍ଥା ଅଧୀନରେ ୱେବସାଇଟ୍ ଯୋଗ୍ୟ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କ ସମେତ) http://ousssc.odisha.gov.in ରେ ପୁନଃ ଲଗ୍ ଇନ୍ କରି ଅକ୍ଟୋବର ୧୫ ତାରିଖ ପୂର୍ବାହ୍ଣ ୧୦ଟା ଠାରୁ ୨୯ ଅକ୍ଟୋବର ୨୦୨୬ ରାତି ୧୦ଟା ମଧ୍ୟରେ ନିଜର ତଥ୍ୟ ଅପ୍ଡେଟ୍ ଓ ଭ୍ୟାଲିଡେସନ୍ କରିପାରିବେ।
Police SI Exam Scam Sankar Prusty: ଓଡ଼ିଶା ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣା: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ଭୁବନେଶ୍ବର ଆଣିଲା କ୍ରାଇମବ୍ରାଞ୍ଚ
ଏହି ଅପ୍ଡେଟ୍/ଭ୍ୟାଲିଡେସନ୍ ତଥ୍ୟକୁ ପରୀକ୍ଷାର ସମସ୍ତ ପରବର୍ତ୍ତୀ ପର୍ଯ୍ୟାୟ ଏବଂ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଚୂଡ଼ାନ୍ତ ବୋଲି ବିବେଚନା କରାଯିବ ବୋଲି ବିଭାଗ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

1 hour ago
1


