Odisha High Court: ବାଲିଯାତ୍ରା ପଡ଼ିଆରେ ବାମ୍‌ସେଫ୍‌ ରାଷ୍ଟ୍ରୀୟ ସମ୍ମିଳନୀର ଅନୁମତି ବାତିଲ ପ୍ରସଂଗ, ପ୍ରଶାସନର ନିଷ୍ପତ୍ତି କାଏମ

1 hour ago 2
ARTICLE AD BOX

କଟକ: ବାଲିଯାତ୍ରା ତଳ ପଡିଆରେ ୨୦୨୫, ଡିସେମ୍ବର ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ବାମ୍‌ସେଫ୍‌ (ଅଖିଳ ଭାରତୀୟ ପଛୁଆ (ଏସସି/ଏସଟି/ଓବିସି) ଓ ଅଳ୍ପସଂଖ୍ୟକ ସମୁଦାୟ କର୍ମଚାରୀ ମହାସଂଘ)ର ୪୨ତମ ରାଷ୍ଟ୍ରୀୟ ସମ୍ମିଳନୀ ଓ ୧୫ତମ ଭାରତ ମୁକ୍ତି ମୋର୍ଚ୍ଚା(ବିଏମଏମ) ସମ୍ମିଳନୀ ଆୟୋଜନ ପାଇଁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନୁମତି/ଏନଓସି ବାତିଲ ପାଇଁ କଟକ ଜିଲ୍ଲା ଓ ପୁଲିସ ପ୍ରଶାସନ ଦେଇଥିବା ନିର୍ଦ୍ଦେଶ ହାଇକୋର୍ଟରେ କାଏମ ରହିଛି। ପ୍ରଶାସନ ଦ୍ୱାରା ଦିଆଯାଇଥିବା ଅନୁମତି ବାତିଲ ନିଷ୍ପତ୍ତି ଆଇନସଙ୍ଗତ ଥିଲା ବୋଲି ହାଇକୋର୍ଟ କହିଛନ୍ତି। ପ୍ରଶାସନର ୨୦୨୫, ଡିସେମ୍ବର ୨୧ର ନିଷ୍ପତ୍ତିରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିଛନ୍ତି। ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବାମ୍‌ସେଫ୍‌ ଓ ବିଏମଏମ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶପ୍ରଦାନ କରିଛନ୍ତି। ଆବେଦନକାରୀ ସଂସ୍ଥା ପକ୍ଷରୁ ଚଳିତ ବର୍ଷ ଡିସେମ୍ବରରେ ଏହି ସମ୍ମିଳନୀ କରିବାକୁ ଅନୁମତି ଦିଆଯାଉ ବୋଲି ଦର୍ଶାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ ବାଲିଯାତ୍ରା ପଡ଼ିଆ ଭଳି ସାର୍ବଜନୀନ ସ୍ଥାନରେ ସଭାସମିତି ପାଇଁ ଗତ ୨୦୨୬ ମାର୍ଚ୍ଚ ୭ ମାର୍ଚ୍ଚରେ ନୂଆ ଏସଓପି ଜାରି କରାଯାଇଛି। ଆବେଦନକାରୀ ନୂଆ ଏସଓପି ଅନୁଯାୟୀ ସାନି ଅନୁମତି ପାଇଁ ଦରଖାସ୍ତ କରି ପାରିବେ। ପ୍ରଶାସନ ଆଇନ ଅନୁଯାୟୀ ତାହାର ବିଚାର କରିବ। ପୂର୍ବରୁ ଆବେଦନକାରୀ ବିଭିନ୍ନ କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିଥିବା ସରକାରୀ ଦେୟକୁ ଏଥି ପାଇଁ ଗ୍ରହଣ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି।

କଟକ ଡିସିପି ଏଥିପାଇଁ ପ୍ରଥମେ ଅସ୍ଥାୟୀ ଭାବେ ଅନୁମତି ଦେଇଥିଲେ

ମାମଲାରୁ ପ୍ରକାଶ ଯେ, ଆବେଦନକାରୀ ସଂଗଠନ ୨୦୨୫, ଡିସେମ୍ବର ୨୬ତାରିଖରୁ ଆରମ୍ଭ ହେବାକୁ ଥିବା ସମ୍ମିଳନୀ ପାଇଁ ଆବଶ୍ୟକ ଦେୟ ଜମା କରି ବିଭିନ୍ନ ବିଭାଗରୁ ଆବଶ୍ୟକୀୟ ଏନଓସି ହାସଲ କରିଥିଲା। କଟକ ଡିସିପି ଏଥିପାଇଁ ପ୍ରଥମେ ଅସ୍ଥାୟୀ ଭାବେ ଅନୁମତି ଦେଇଥିଲେ। ପରେ ଗତ ଡିସେମ୍ବର ୨୧ତାରିଖର ଆଦେଶ ମାଧ୍ୟମରେ ପୂର୍ବ ଅନୁମତିକୁ ବାତିଲ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଥିଲେ। ଏପରି ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଏହି ମାମଲା ୨୦୨୫, ଡିସେମ୍ବର ୨୩ରେ ଦାୟର ହୋଇଥିଲା। ଡିସେମ୍ବର ୨୪ରେ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାର, କଟକ ଜିଲ୍ଲାପାଳ, ଡିସିପି, ସଦର ତହସିଲଦାର, ସିଏମସି କମିସନରଙ୍କୁ ନୋଟିସ ଜାରି କରିଥିଲେ। ଅନ୍ୟପକ୍ଷରେ ଡିସେମ୍ବର ୨୧ର ଅନୁମତି ବାତିଲ ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି ସହିତ ପୂର୍ବ ଅନୁମତି ଆଧାରରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ମିଳନୀ ଆୟୋଜନ ପାଇଁ ଅନୁମତି ପ୍ରଦାନ ପ୍ରସଂଗ ନେଇ ଦାୟର ଅନ୍ତରୀଣ ଆବେଦନର ହାଇକୋର୍ଟ ଶୁଣାଣି କରି କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କରିଥିଲେ।

Family Dispute: ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.