National Youth Athletics: ଜାତୀୟ ଯୁବ ଦୌଡ଼କୁଦ: ଦୂତିଙ୍କ ରେକର୍ଡ ଭାଙ୍ଗିଲେ ମ୍ରିଥିକା

59 minutes ago 1
ARTICLE AD BOX

ଲୁଧିଆନା: ଓଡ଼ିଶାର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କ ଏକ ରେକର୍ଡ ମଙ୍ଗଳବାର ଭାଙ୍ଗିଛି। ଏଠାରେ ଚାଲିଥିବା ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାର ତାମିଲନାଡ଼ୁର ଟି ମ୍ରିଥିକା ମହିଳା ୧୦୦ ମିଟରକୁ ୧୧.୭୮ ସେକେଣ୍ଡ୍‌ରେ ଶେଷ କରି ସ୍ବର୍ଣ୍ଣ ପଦକ ଜିତିବା ସହ ନୂଆ ମିଟ୍‌ ରେକର୍ଡ କରିଥିଲେ। ପୂର୍ବରୁ ଏହି ରେକର୍ଡ ଦୂତି (୧୧.୮୦ ସେକେଣ୍ଡ୍‌)ଙ୍କ ନାଁରେ ଥିଲା। ଦୂତି ୨୦୧୨ରେ ବେଙ୍ଗାଲୁରୁରେ ଏହି ରେକର୍ଡ କରିଥିଲେ। 

ମ୍ରିଥିକା ଏକ ମାତ୍ର ଧାବିକା ଭାବେ ଫାଇନାଲ୍‌ରେ ୧୨ ସେକେଣ୍ଡ୍‌ଠୁ କମ୍‌ ସମୟରେ‌ ରେସ୍‌ ଶେଷ କରିଥିଲେ। ତାଙ୍କ ପଛକୁ କର୍ଣ୍ଣାଟକର ସୁଚିତ୍ରା ଏସ୍‌ (୧୨.୦୩) ଓ ମହାରାଷ୍ଟ୍ରର ସାୱାରୀ କୁଲକର୍ଣ୍ଣି (୧୨.୦୯) ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ଜିତିଥିଲେ। ପୁରୁଷ ୧୦୦ ମିଟରରେ ତାମିଲନାଡ଼ୁର ନିଲ ସମରାଜ ଆର୍‌ ନୂଆ ରେକର୍ଡ ସମୟ ୧୦.୪୬ ସେକେଣ୍ଡ ସହ ସ୍ବର୍ଣ୍ଣ ଜିତିଥିଲେ। ଏହି ରେକର୍ଡ ପୂର୍ବରୁ ଅଂଶୁ ରଜାକ (୧୦.୬୩ ସେକେଣ୍ଡ, ୨୦୨୩ କୋଏମ୍ବାଟୁର)ଙ୍କ ନାଁରେ ଥିଲା। ପଶ୍ଚିମବଙ୍ଗର ମେହେବୁବୁଲ ଅହମଦ (୧୦.୭୪) ଓ ଦିଲ୍ଲୀର ପୁଷ୍ପେନ୍ଦର (୧୦.୮୧) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ।

US Open: ୟୁଏସ୍‌ ଓପନ୍‌: ଜନ୍ମଦିନରେ ମନ୍‌ଫିଲ୍ସଙ୍କ ବିଜୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.