ARTICLE AD BOX
ଭୁବନେଶ୍ବର: ରଣଜୀ ଟ୍ରଫିର ୨୦୨୬-୨୭ ନୂଆ ଋତୁ ରବିବାରଠାରୁ ଆରମ୍ଭ ହେଉଛି। ମୋଟେରାର ଆଇକନିକ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଓଡ଼ିଶା ଘରୋଇ ଗୁଜରାଟ ସହ ଖେଳି ସିଜନ୍ ଆରମ୍ଭ କରିବ। ଯୁବ ଖେଳାଳିଙ୍କୁ ନେଇ ଓଡ଼ିଶା ଅଭ୍ୟାସ କରିଥିବାବେଳେ ୨ ଜଣ ଅଭିଜ୍ଞ ପେସାଦାର ଖେଳାଳିଙ୍କୁ ସାମିଲ ରଖିଛି। ଶୁଭ୍ରାଂଶୁ ସେନାପତି ଏବଂ ଚିନ୍ତନ ଗାଜାଙ୍କ ନେତୃତ୍ବରେ ଏହି ଲଢ଼େଇରୁ ଉଭୟ ଦଳ ପୂରା ପଏଣ୍ଟ ସହ ଆଗକୁ ବଢ଼ିବାକୁ ଆଶା ରଖିଛନ୍ତି। ଉଭୟ ଦଳ ଗତ ଋତୁରେ ଖରାପ ଖେଳି ନକ୍ଆଉଟ୍ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ। ଓଡ଼ିଶା ୭ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ସହ ୭ ପଏଣ୍ଟ ପାଇଥିଲା। ଗୁଜରାଟ ୭ ମ୍ୟାଚ୍ରୁ ୨ ବିଜୟ ସହ ୧୫ ପଏଣ୍ଟ୍ ପାଇଥିଲା। ଓଡ଼ିଶା ଏଲିଟ୍ ଗ୍ରୁପ୍-ଏ’ରେ ୮ ଦଳ ମଧ୍ୟରେ ସପ୍ତମ ଏବଂ ଗୁଜରାଟ ଏଲିଟ୍ ଗ୍ରୁପ୍-ସି’ରେ ୮ ଦଳ ମଧ୍ୟରେ ଷଷ୍ଠ ସ୍ଥାନରେ ସୀମିତ ରହି ବିଦାୟ ନେଇଥିଲା।
Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ
ମୋଟେରାରେ ଓଡ଼ିଶା ଦଳ ଶନିବାର ଅଭ୍ୟାସ କରିବା ପରେ ଘାସୁଆ ପିଚ୍କୁ କାଟି ଦିଆଯାଇଥିବା ସୂଚନା ମିଳିଛି। ତେବେ ଯୁବ ବ୍ୟାଟର୍ ଓମ୍ ଟି ମୁଣ୍ଡେ ଏବଂ ସ୍ପିନ୍ ଅଲରାଉଣ୍ଡର୍ ସମ୍ବିତ ବେଜଙ୍କ ପଦାର୍ପଣ ପ୍ରାୟ ନିଶ୍ଚିତ ରହିଛି। ଗତ ଋତୁ ଭଳି କିନ୍ତୁ ସ୍ବସ୍ତିକ ସାମଲ ଓ ଗୌରବ ଚୌଧୁରୀ ପାଳି ଆରମ୍ଭ କରିବେ। ଦୁଇ ପେସାଦାର ଖେଳାଳି ସ୍ପିନ୍ ଅଲରାଉଣ୍ଡର୍ ନିନାଦା ରାଥୱା ଏବଂ ଦ୍ରୁତ ବୋଲର ଲଳିତ ଯାଦବଙ୍କ ଖେଳିବା ନିଶ୍ଚିତ ଥିବାରୁ ସେମାନଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ଆଶୀର୍ବାଦ ସ୍ବାଇଁ ପ୍ରଥମ ପସନ୍ଦର ୱିକେଟରକ୍ଷକ ରହିଛନ୍ତି। ଅଭିଜ୍ଞ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ସହ ଲଳିତ ଯାଦବଙ୍କ ଯୋଡ଼ି କିଛି ସ୍ମରଣୀୟ ଛାପ ଛାଡ଼ିବେ ବୋଲି ବିଶ୍ବାସ କରାଯାଉଛି।
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଗୌରବ ଚୌଧୁରୀ, ସ୍ବସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଶ୍ରେୟାଂଶ ଭରଦ୍ବାଜ, ଓମ୍ ଟି ମୁଣ୍ଡେ, ସୌମ୍ୟ ରଂଜନ ଲେଙ୍କା, ଆଶୀର୍ବାଦ ସ୍ବାଇଁ (ୱିକେଟରକ୍ଷକ), ସମ୍ବିତ ବେଜ, ବାଦଲ ବିଶ୍ବାଳ, ନିନାଦ ରାଥୱା, ଲଳିତ ଯାଦବ, ରାଜେଶ ମହାନ୍ତି, ଦିନେଶ ମାଝୀ (ୱିକେଟରକ୍ଷକ), ପ୍ରଶାନ୍ତ ରାଣା, ସୟଦ ତୁଫାଇଲ୍ ଅହମ୍ମଦ।
ଗୁଜରାଟ ଦଳ: ଚିନ୍ତନ ଗାଜା (ଅଧିନାୟକ), ଉର୍ଭିଲ ପଟେଲ୍ (ୱିକେଟକିପର, ଉପଅଧିନାୟକ), ଆର୍ଯ୍ୟ ଦେଶାଇ, ଅମିତ ଦେଶାଇ, ବେଦାନ୍ତ ତ୍ରିବେଦୀ, ବିଶାଲ ଜୟସ୍ବାଲ, ଜୟମିତ ପଟେଲ୍, କ୍ଷିତିଜ ପଟେଲ୍, ହର୍ଷଲ ପଟେଲ୍, ସିଦ୍ଧାର୍ଥ ଦେଶାଇ, ଅଭିଷେକ ଦେଶାଇ, ମନନ ହିଙ୍ଗରେଜିଆ, ପ୍ରିୟଜିତ୍ ସିଂହ ଜାଡ଼େଜା, ଆର୍ଜନ ନାଗୱାସୱାଲିଆ, ସରଳ ପ୍ରଜାପତି, ପ୍ରିୟେଶ ପଟେଲ୍।

1 hour ago
1


