ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ଆଉ କିଛି ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍ଏମ୍ଡିଆର୍, ଏସ୍ଆଇଆର୍କୁ ପ୍ରସଙ୍ଗ କରି ଲୋକଙ୍କ ନିକଟରେ ପହଞ୍ଚିବା ଓ ତୃଣମୂଳସ୍ତର ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସଂଗଠନର ଏକତାକୁ ବଜାୟ ରଖିବାକୁ ରଣନୀତି ପ୍ରସ୍ତୁତ ହୋଇଥିଲା।
Cuttack Congress: କଟକ କଂଗ୍ରେସକୁ ରାଜ୍ୟ ନେତୃତ୍ବଙ୍କ ଅଣଦେଖା! ନେତା ଓ କର୍ମୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
ଆଜି (ରବିବାର) ମଧ୍ୟାହ୍ନରେ ପିସିସିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକରେ ଏଆଇସିସିର ରାଜ୍ୟ ପ୍ରଭାରୀ ଲାଲଜୀ ଦେଶାଇ ଅଧ୍ୟକ୍ଷତା କରିଥିଲେ। ନିଜ ଦଳର ନେତା ଓ ନିଜ ସାମର୍ଥ୍ୟ ଉପରେ ବିଶ୍ବାସ କରିବା ଆରମ୍ଭ କଲେ କଂଗ୍ରେସକୁ ଓଡ଼ିଶାରେ କେହି ରୋକିପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ନିଜ ରାଜ୍ୟ ଗୁଜରାଟରେ ଦଳ ୩୭ ପ୍ରତିଶତ ଭୋଟ ହାତେଇଥିବା ବେଳେ ୫ ହଜାର ଲୋକଙ୍କର ସମାବେଶଟିଏ ଆୟୋଜନ କରିବା କଷ୍ଟକର ହେଉଥାଏ। ତେବେ ଓଡ଼ିଶାରେ ମାତ୍ର ସାଢ଼େ ୧୩ ପ୍ରତିଶତ ଭୋଟ ହାତେଇ ମଧ୍ୟ ଦଳର ନେତାମାନେ ଅନାୟାସରେ ୫-୭ ହଜାର ଲୋକଙ୍କ ସମାବେଶ କରିଦେଇପାରନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ସଂଗଠିତ ଭାବେ ପରିଶ୍ରମ କଲେ ଦଳ ବିଜୟୀ ହେବା ସୁନିଶ୍ଚିତ ବୋଲି କହିଥିଲେ।
ପିସିସି ସଭାପତି ଭକ୍ତ ଚରଣ ଦାସ, ପଂଚାୟତ ନିର୍ବାଚନରେ ଦଳର ବଡ଼ ନେତାମାନେ ନିଜନିଜ ଜିଲ୍ଲାର ଦାୟିତ୍ବ ନେବାକୁ ଆହ୍ବାନ ଦେଇଥିଲେ।
ଏହି ନିର୍ବାଚନରେ ଓବିସି ସଂରକ୍ଷଣ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏମ୍ଏମ୍ଡିଆର ଓ ଏସଆଇଆର ପ୍ରସଙ୍ଗକୁ ଓଡ଼ିଶାର ଘରେଘରେ ପହଞ୍ଚାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସଂକଳ୍ପ ନିଆଯାଇଥିଲା। ନଭେମ୍ବର ୧ ଦିଲ୍ଲୀ ସମାବେଶରେ ଓଡ଼ିଶାରୁ ହଜାରହଜାର ସଂଖ୍ୟାରେ କିପରି ଯୋଗଦେବେ କଂଗ୍ରେସ ନେତା ଓ କର୍ମୀ, ତା’ର ଏକ ରୂପରେଖ ଚୂଡ଼ାନ୍ତ ହୋଇଥିଲା।
Youth Congress Complains ଜଳସମ୍ପଦ ବିଭାଗ ଏସଇ, ଏସଡିଓ, ଜେଇଙ୍କ ନାମରେ ଯୁବକଂଗ୍ରେସ ପକ୍ଷରୁ ଥାନାରେ ଅଭିଯୋଗ
ଦଳ ପକ୍ଷରୁ ପୂର୍ବପରି ‘କଂଗ୍ରେସ ବାର୍ତ୍ତା’ ପ୍ରକାଶନ ସପକ୍ଷରେ ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଓ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ମତପ୍ରକାଶ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗ, ରାଜ୍ୟର ଦୁଇ ସହ-ପ୍ରଭାରୀ ଜେଟି କୁସୁମ କୁମାର ଓ ମୟୂରା ଜୟକୁମାର, ପିସିସି ଉପସଭାପତି (ସଂଗଠନ) ସନ୍ତୋଷ ସିଂହ ସାଲୁଜା, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା ଓ ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ଓ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନଗେନ୍ଦ୍ରନାଥ ପ୍ରଧାନ ଓ ଅମରନାଥ ପ୍ରଧାନ, ପୂର୍ବତନ ସାଂସଦ ଅନନ୍ତ ସେଠୀ ଓ ଡ.ରାମଚନ୍ଦ୍ର ଖୁଣ୍ଡିଆ, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଶରତ ରାଉତ, ପିସିସି ଉପସଭାପତି ସସ୍ମିତା ବେହେରା, ବରିଷ୍ଠ ନେତା ଶିବାନନ୍ଦ ରାୟ, ସେବାଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତି ଓ ଛାତ୍ରକଂଗ୍ରେସ ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ର, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାଶ, ତ୍ରିନାଥ ବେହେରା, ରାମଚନ୍ଦ୍ର ହାଁସଦା, ଡା ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
1


