ARTICLE AD BOX
ଯାଜପୁର ଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର ଓଏମ୍ସି କାଳିଆପାଣି ଟାଉନସିପ ସମ୍ମୁଖ ରାସ୍ତାରେ ଗତକାଲି ରାତି ଏକ ଅଜଣା ଟ୍ରକ୍ ଧକ୍କାର ଯୁବ ମାଇନିଂ ଇଞ୍ଜିନିୟର ଅବିନାଶ...
/sambad/media/media_files/2026/10/25/new-project-8-2026-10-25-20-31-02.jpg)
କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର ଓଏମ୍ସି କାଳିଆପାଣି ଟାଉନସିପ ସମ୍ମୁଖ ରାସ୍ତାରେ ଗତକାଲି ରାତି ଏକ ଅଜଣା ଟ୍ରକ୍ ଧକ୍କାର ଯୁବ ମାଇନିଂ ଇଞ୍ଜିନିୟର ଅବିନାଶ ପାଣିଗ୍ରାହୀ(୨୫)ଙ୍କର ଶୋଚନୀୟ ମୃତ୍ୟୁ ଅଭିଯୋଗ ହୋଇଛି। ସେ ଇମ୍ଫା ମହାଗିରି ଭୂତଳ ଖଣିରେ ନିୟୋଜିତ ମାହେଶ୍ବରୀ ମାଇନିଂ କମ୍ପାନିରେ ଟ୍ରେନିଂ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ।
ଖଣିରୁ ୨ କିଲୋମିଟର ଦୂର କାଳିଆପାଣି ମହାବୀର ବଜାର ଏମ୍ଏମ୍ପିଏଲ୍ ମେସରେ ରହୁଥିଲେ। କିଣିଥିବା ନୂଆ ବୁଲେଟ୍ ବାଇକ୍ରେ ସେ ସି’ସିପ୍ଟ୍ ଡ୍ୟୁଟି ପାଇଁ ଖଣିକୁ ଯାଉଥିଲେ। ମଝି ରାସ୍ତାରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲା। ହେଲମେଟ୍ ପିନ୍ଧିଥିଲେ ହେଁ ଛାତିରେ ଗୁରୁତର ଆଘାତ ପାଇଁ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଲିସ ତାଙ୍କୁ ସଂଜ୍ଞାହୀନ ଓ ନିଶ୍ଚଳ ଅବସ୍ଥାରେ ଉଦ୍ଧାରକରି ମେଡିକାଲ ପଠାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କେନ୍ଦୁଝର ଜିଲ୍ଲା ବଲାଣି କିରିବୁରୁରେ କାର୍ଯ୍ୟରତ ମୃତକଙ୍କ ବାପା ପ୍ରତାପରୁଦ୍ର ପାଣିଗ୍ରାହୀଙ୍କ ଏତଲା ଆଧାରରେ ଥାନାରେ ଏକ କେସ୍ ନମ୍ବର ୧୦୭/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ମୃତକଙ୍କ ପୈତୃକ ଘର ଯାଜପୁର ଅହିୟାସ ବୋଲି ସୂଚନା ମିଳିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


