Tramadol Capsule Smuggling Case ନିୟନ୍ତ୍ରିତ ଟ୍ରାମାଡୋଲ୍‌ କ୍ୟାପସୁଲ୍‌ ଚୋରାଚାଲାଣ: ନବରଙ୍ଗପୁରରେ ୮ ମାସ ଧରି ଜଗଦଲପୁର ପୁଲିସର ରେକି

1 hour ago 2
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡ଼ୁ):  ନବରଙ୍ଗପୁରରୁ ପଡ଼ୋଶୀ ଛତିଶଗଡ଼ର ଜଗଦଲପୁରକୁ ନିୟନ୍ତ୍ରିତ ଟ୍ରାମାଡୋଲ୍‌ କ୍ୟାପ୍‌ସୁଲ୍‌ ଚୋରାଚାଲାଣ ଘଟଣାରେ ଜଗଦଲପୁର ପୁଲିସର ଏକ ଟିମ୍‌ ନବରଙ୍ଗପୁରରେ ଗତ ୮ ମାସ ଧରି ନବରଙ୍ଗପୁରର ବିଭିନ୍ନ ଔଷଧଦୋକାନରେ ଚଢ଼ାଉ ଜାରି ରଖିବା ସହ ରେକି କରୁଛି। ପୁଲିସର ଏଭଳି ଧରପଗଡ଼ରେ ଅଞ୍ଚଳର ଔଷଧଦୋକାନୀମାନଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଅପରପକ୍ଷରେ ଏନେଇ କୌଣସି ସୂଚନା ନଥିବା ସ୍ଥାନୀୟ ପୁଲିସ ସ୍ପଷ୍ଟୀକରଣ‌ ଦେଇଛି।  

Health: ଅନୁମତି ବିନା ପ୍ରେସକ୍ରିପ୍ସନ ଔଷଧର ବିଜ୍ଞାପନ ମନା; ଆଗୁଆ ଅନୁମତି ଦରକାର
ସୂଚନାନୁସା‌ରେ, ଚଳିତ ବର୍ଷ ଫେବ୍ରୁଆରିରେ ଜଗଦଲପୁରରେ ଜଣେ ଅଭିଯୁକ୍ତଙ୍କ ଠାରୁ ନିଷିଦ୍ଧ ନିଶାବଟିବା ଟ୍ରାମୋଡଲ କ୍ୟାପସୁଲ ପୁଲିସ ଜବତ କରିଥିଲା। ପଚରାଉଚରାରେ ମିଳିଥିବା ସୂଚନା ଆଧାରରେ ନବରଙ୍ଗପୁରର ଜଣେ ମେଡିକାଲ ଷ୍ଟୋର ମାଲିକଙ୍କୁ ଗିରଫ କରାଯାଇଥିଲା ଓ ତାଙ୍କ ଗୋଦାମରୁ କିଛି ଔଷଧ ଜବତ କରାଯାଇଥିଲା। କିଛି ମାସ ତଳେ ଆଉ ଜଣେ ମେଡିକାଲଷ୍ଟୋର ମାଲିକଙ୍କ ପୁଅକୁ ରାସ୍ତା ଉପରୁ ଜଗଦଲପୁର ପୁଲିସ ଗିରଫ କରିନେଇଥିଲା। 

ନିଶା ଔଷଧ କିଣିବାକୁ ପ୍ରେସ୍‌କିପ୍‌ସନରେ ହେର୍‌ଫେର୍‌ କରିଥିଲେ ଅଭିଯୁକ୍ତା ପତ୍ନୀ
ଏହାପରେ ଏବେ ନିୟମିତ ଭାବେ ଜଗଦଲପୁରର ପୁଲିସ ଏଠାକାର ମେଡିକାଲ ଷ୍ଟୋର ଗୁଡିକରେ ରେକି କରୁଛି।  ଗ୍ରାହକ ସାଜି ବାରମ୍ବାର ଔଷଧ ଦୋକାନକୁ ଆସି ବିଭିନ୍ନ ନିଶା ବଟିକା ଓ ଇଂଜେକ୍ସନ ମାଗୁଥିବା କିଛି ଔଷଧ ଦୋକାନୀ କହିଛନ୍ତି। ଏପରିକି କିଛି ଔଷଧ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ସେମାନେ ମଧ୍ୟାହ୍ନ ଭୋଜନ ପାଇଁ ଯିବା ସମୟରେ ରାସ୍ତାରେ ଟଙ୍କାର ଲାଲସା ଦେଇ ସୂଚନା ମାଗୁଥିବା କହିଛନ୍ତି କିଛି ଦୋକାନୀ। 

Drug addicts: ନିଶା ଔଷଧ ଶୁଂଘାଇ ନେଇଗଲେ ସୁନା କାନଫୁଲ: ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କଲେ, ଲୋକେ ସିସିଟିଭି ଫୁଟେଜ୍‌ରୁ ସନ୍ଦିଗ୍ଧ ଚିହ୍ନଟ
ତେବେ ଅନ୍ୟ ରାଜ୍ୟ ପୁଲିସ ଏଠାରେ ଚଢ଼ାଉ କରିବା କିମ୍ବା କାହାରିକୁ ଗିରଫ କରିନେବା ପୂର୍ବରୁ ସ୍ଥାନୀୟ ପୁଲିସକୁ ସୂଚନା ଦେବା ସହ ସହାୟତା ନେଇ ଚଢ଼ାଉ କରିବା କଥା। ଯଦି ଚଢ଼ାଉ ବେଳେ କିଛି ମିଳେ ତେବେ ସ୍ଥାନୀୟ କୋର୍ଟରେ ହାଜିର କରି ଟ୍ରାନଜିଟ୍ ରିମାଣ୍ଡରେ ନେବା କଥା। ତେବେ ସେଭଳି କିଛି ଜାଣି ନଥିବା କହିଛନ୍ତି ଥାନା ଅଧିକାରୀ ସମ୍ବିତ ବେହେରା। ଛତିଶଗଡ ପୁଲିସର ଏଭଳି ଆଚରଣକୁ ନେଇ ସ୍ଥାନୀୟ କ୍ୟାମିଷ୍ଟ୍ ଓଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ପ୍ରତିକ୍ରୀୟା ପ୍ରକାଶ ପାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.