Odisha Candidates in Andhra Elections: ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ: ନାମାଙ୍କନ ଦାଖଲ ନେଇ ସୀମାନ୍ତରେ ଉତ୍ତେଜନା

1 hour ago 2
ARTICLE AD BOX

ପାରଳାଖେମୁଣ୍ଡି: ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଗଜପତିଜିଲ୍ଲା ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତର ତିନି ଗ୍ରାମରୁ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲକୁ ନେଇ ଦୁଇ ରାଜ୍ୟର ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ମାଧିଆଖୋଲ ଓ ଗୁଡ଼ୁଖୁଡ଼ି ଗ୍ରାମକୁ ଆନ୍ଧ୍ର ସରକାର ନିଜ ପଞ୍ଚାୟତରେ ସାମିଲ କରିଛି। ଏଯାଏଁ ସୀମା ବିବାଦ ତୁଟିପାରୁନି। ଏଭଳି ପରିସ୍ଥିତିରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଓଡ଼ିଶା ପ୍ରାର୍ଥୀଙ୍କୁ ବି ସାମିଲ କରାଯାଉଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ଆଜି ସୀମାନ୍ତରେ ଦୁଇ ରାଜ୍ୟର ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବୁଝାସୁଝା ପରେ ୩ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିବା ବେଳେ ଅନ୍ୟ ୩ ଜଣଙ୍କ ପ୍ରାର୍ଥିପତ୍ର କାଏମ୍‌ ରହିଛି। 

Naveen and Pandian's foreign trip: ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମାଣିକପାଟଣା ଗ୍ରାମକୁ ଆନ୍ଧ୍ର ସାବାକୋଟା ପଞ୍ଚାୟତର ୫ ନମ୍ବର ୱାର୍ଡ, ମାଧିଆଖୋଲକୁ ୬ ନମ୍ବର ୱାର୍ଡ ଏବଂ ଗୁଡ଼ୁଖୁଡ଼ିକୁ ବୁଢ଼ାରସିଂ ପଞ୍ଚାୟତ ଅଧୀନରେ ସାମିଲ କରିଛି। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ସାମିଲ ନହେବା ଏବଂ ନିର୍ବାଚନରେ ଭାଗ ନ ନେବା ପାଇଁ ଓଡ଼ିଶା ପୁଲିସ ଓ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ତଥାପି ଆନ୍ଧ୍ରର ସାବାକୋଟ ପଞ୍ଚାୟତ ନିର୍ବାଚନରେ ମାଣିକପାଟଣାର ଗୁରୁନାଥ ଶବର, ଶାଙ୍କୁଡ଼ାର ଜିତୁ ଶବର, ମାଧିଆଖୋଲର ଲକ୍ଷ୍ମୀ ଶବର ଓ ଶୁକୁ ଶବର ୱାର୍ଡସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ସେହିଭଳି, ଗୁଡ଼ୁଖୁଡ଼ି ଗ୍ରାମର ଶଙ୍କର ଶବର ବୁଢ଼ାରସିଂ ପଞ୍ଚାୟତରେ ୱାର୍ଡସଭ୍ୟ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯାହାକୁ ମାଣିକପାଟଣାର କିଛି ଗ୍ରାମବାସୀ ପ୍ରତିବାଦ କରିବାରୁ ପ୍ରାର୍ଥୀ ଓ ସମର୍ଥକମାନେ ଆନ୍ଧ୍ର ପୁଲିସ ଓ ପ୍ରଶାସନ ନିକଟରେ ଗତ ୧୬ ତାରିଖରେ ଲିଖିତ ଭାବେ ଜଣାଇ ସୁରକ୍ଷା ମାଗିଥିଲେ।

ନାମାଙ୍କନ ଦାଖଲ ନେଇ ସୀମାନ୍ତରେ ଉତ୍ତେଜନା 
ବୁଝାସୁଝା ପରେ ୩ ଜଣ ପ୍ରତ୍ୟାହାର କଲେ
ଆଉ ୩ ଜଣଙ୍କ କାଏମ୍
ଏବେ ବି ତିନି ଗାଁରେ ଆନ୍ଧ୍ରର ଆଧିପତ୍ୟ

sfhfsfsfhsfh

ଏହାପରେ ଆନ୍ଧ୍ରର ପୁଲିସ ଓ ପ୍ରଶାସନିକ ଅଧିକାରୀ ୧୭ ତାରିଖରେ ଗଙ୍ଗାବାଡ଼ ଆସି ବୈଠକ କରିବା ସହ ସେମାନଙ୍କୁ ନିର୍ଭୟରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ କହିଥିଲେ। କିନ୍ତୁ ଆଜି ଉତ୍ତେଜନା ଦେଖାଦେବାରୁ ଆନ୍ଧ୍ର ପୁଲିସ ଓ ପ୍ରଶାସନିକ ଅଧିକାରୀ ପୁଣି ପହଞ୍ଚିଥିଲେ। ଓଡ଼ିଶା ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଆସିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ, ଭିଡ଼ ଦେଖି ଆନ୍ଧ୍ର ଅଧିକାରୀ ଓ ପୁଲିସ ଫେରିଯାଇଥିଲେ। ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜୀ, ରାୟଗଡ଼ ବ୍ଲକ ଉନ୍ନୟନ ଅଧିକାରୀ ସନ୍ତୋଷ ବାରିକ, ତହସିଲଦାର ସୁକାନ୍ତ ପ୍ରଧାନ, ଏସଡିପିଓ ମାଧବାନନ୍ଦ ନାୟକ, ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ ନିଶିକା ଓ ରାଜସ୍ୱ ଅଧିକାରୀ ତାରାପ୍ରସାଦ ରଥ ବୁଝାସୁଝା କରିବା ପରେ ଆଜି ଜିତୁ ଶବର ଓ ଲକ୍ଷ୍ମୀ ଶବର ନିଜ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ହେଲେ, ଅନ୍ୟ ୩ ଜଣଙ୍କ ପ୍ରାର୍ଥିପତ୍ର କାଏମ୍‌ ରହିଛି। ଫଳରେ ଆସନ୍ତା ୨୬ ତାରିଖରେ ଆନ୍ଧ୍ରରେ ହେବାକୁ ଥିବା ମତଦାନକୁ ନେଇ ଉତ୍କଣ୍ଠା ଜାରି ରହିଛି। 

Odisha ITI trainees: ଜାତୀୟସ୍ତରରେ ଚମକିଲେ ଓଡ଼ିଶାର ଦକ୍ଷ ଯୁବ ପ୍ରତିଭା, ୪ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ସରପଞ୍ଚ ହରିବନ୍ଧୁ କାର୍ଜୀ କହିଛନ୍ତି ଯେ ବହୁ ବର୍ଷ ଧରି ଆନ୍ଧ୍ରପ୍ରଦେଶ ଏହି ଅଞ୍ଚଳର ଜଳ, ଜଙ୍ଗଲ ଓ ଜମି ଉପରେ ନିଜର ଅଧିକାର ଜାହିର କରି ଆସୁଛି। ଓଡ଼ିଶା ସୀମାର ସୁରକ୍ଷା ପାଇଁ ଆମେ ଲଢ଼େଇ କରିଆସୁଛୁ। ବର୍ତ୍ତମାନ ନିର୍ବାଚନ ଆଳରେ ଆମ ଅଞ୍ଚଳକୁ ଅଧିକାର କରିବାକୁ ଯୋଜନା କରାଯାଉଛି। ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଆମେ ବାରମ୍ବାର ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.