ARTICLE AD BOX
ଉମରକୋଟ: କଂଗ୍ରେସ ଦଳର ଆଜି(ଗୁରୁବାର) ଓଡ଼ିଶା ବନ୍ଦ ଉମରକୋଟରେ ସଫଳ ହେଇଛି। ତେବେ କଂଗ୍ରେସକର୍ମୀମାନେ ଖୋଲାଥିବା ଏକ ଦୋକାନକୁ ବନ୍ଦ କରିବା ଯିବାବେଳେ ଦୋକାନୀଙ୍କ ସଂଘବଦ୍ଧ ମାଡ଼ରେ କଂଗ୍ରେସକର୍ମୀ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ କରବା ଦାବିରେ କଂଗ୍ରେସକର୍ମୀ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ପୁଲିସ ପଦକ୍ଷେପ ନେଇ ଅଭିଯୁକ୍ତଙ୍କୁ ଅଟକ ରଖିଛି।
ଆଜି ସକାଳୁ କଂଗ୍ରେସ କର୍ମୀ ମାନେ ରାସ୍ତା ରେ ଯାଉଥିବା ଯାନବାହନକୁ ରାସ୍ତା ଉପରେ ଅଟକ ରଖି ରାସ୍ତା ଅବରୋଧ କରିଥିଲେ। ଶତାଧିକ କଂଗ୍ରେସ କର୍ମୀ ପୁରୁଣା ବସଷ୍ଟାଣ୍ଡ ଠାରେ ରାସ୍ତା ଅବରୋଧ କରି ବସିବା ସହ ବାଇକ୍ ରେ ସହର ସାରା ବୁଲି ବୁଲି ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ବ୍ୟାଙ୍କକୁ ବନ୍ଦ କରିଥିଲେ। ଅପରାହ୍ଣ ପ୍ରାୟ ୨ ଟା ସମୟରେ କଂଗେସ କର୍ମୀ ଶତାଧିକ ବାଇକ୍ ଧରି ଉମରକୋଟ ସହର ଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଗ୍ରାମ ଅଧିକାରୀଗୁଡ଼ା ଗ୍ରାମକୁ ଯାଇଥିଲେ।
/filters:format(webp)/sambad/media/media_files/2026/10/08/congress-protest-2026-10-08-19-48-31.jpeg)
ଏହି ସମୟରେ ଗୋଟିଏ ଦୋକାନ ଖୋଲା ଥିବା ଦେଖି କଂଗ୍ରେସକର୍ମୀମାନେ ଦୋକାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ତେବେ ଦୋକାନୀ ସିଦାମ୍ ମାଳାକାର, ତାଙ୍କ ୨ ଭାଇ ଓ ତାଙ୍କ ପୁଅ ମିଶି କଂଗ୍ରେସ କର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଶାବଳ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ।
ଭୁବନେଶ୍ବରରେ 'ଓଡ଼ିଶା ବନ୍ଦ'ର ପ୍ରଭାବ
ଏହି ଆକ୍ରମଣରେ କଂଗ୍ରେସର ସଭ୍ୟ ଅଜୟ ଚୌହାନ ଓ ଅମୂଲ୍ୟ ପଟ୍ଟନାୟକ ଗୁରୁତର ଆହତ ହୋଇଛନ୍ତି। ତେବେ ଅଜୟଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଉମରକୋଟ ହସ୍ପିଟାଲକୁ ନିଆ ଯାଇଥିଲା। ତେବେ ଆଘାତ ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁରଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅମୂଲ୍ୟଙ୍କଙ୍କ ହାତରେ ବାଜିଥିବା ଆଘାତ ସ୍ଥାନରେ ୫ ଟି ଷ୍ଟିଚ ପଡ଼ିଛି।
Kalyansinghpur: କଲ୍ୟାଣସିଂହପୁରରେ ୧୨ ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ
ଏହାକୁ ନେଇ ନଗର ସଭାପତି ପର୍ଶୁ ନାୟକ ଉମରକୋଟ ଥାନାରେ ଏତଲା ଦେଇଥିଲେ। ଆଜିର ବନ୍ଦ ବେଳେ କଂଗ୍ରେସ ଦଳର ଜିଲ୍ଲା କଂଗ୍ରେସ ଉପ ସଭାପତି ଶଙ୍କର ଦେ, ବ୍ଲକ୍ କଂଗ୍ରେସ ସଭାପତି କୃଷ୍ଣ ମାଝୀ, ପର୍ଶୁ ନାୟକ, କାଉନସିଲର ମୁନା ପାଢ଼ୀ, ଟୁଲୁ ସାହୁ, ଜିଲ୍ଲା ଓବିସି ସଭାପତି ଉସ୍ମାନ ଲାଠିଆ, ଅମୂଲ୍ୟ ପଟ୍ଟନାୟକ, ଗୌତମ ପଟ୍ଟନାୟକ,ଏସ.ବିଜୟ, ଗୋପାଳ ରାଓ , କୁନା ନାୟକ, ଅଜୟ ଚୌହାନ, ସୁରେନ୍ଦ୍ର ନାୟକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୨ ଘଣ୍ଟା ଧରି ଉମରକୋଟ ଥାନ ସମ୍ମୁଖ ରେ ଧାରଣାରେ ବସିଥିଲେ। ପୁଲିସ ସିଦାମ୍ ମାଳାକାର, ଉତ୍ତମ ଓ ଗୌତମ ଏବଂ ସିଦାମଙ୍କ ପୁଅଙ୍କ ସମେତ ୮ ଜଣକୁ ଥାନାରେ ଆଣି ଅଟକ ରଖିବା ପରେ କଂଗ୍ରେସ କର୍ମୀ ଧାରଣା ପ୍ରତ୍ୟାହାର କରିଥିଲେ।

43 minutes ago
1


