ARTICLE AD BOX
ଜଗତସିଂହପୁର: ସାଉଦି ଆରବରେ ଫସି ରହିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ରଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରିବା ସହ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏନେଇ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି।
Visa Rules: ୱାର୍କ ଭିସା ନିୟମ ପରିବର୍ତ୍ତନ କଲା ସାଉଦି ଆରବ: ଭାରତୀୟ ହେବେ ପ୍ରଭାବିତ
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଜଗତସିଂହପୁର ଜିଲ୍ଲାର ପ୍ରଳୟ ରଞ୍ଜନ ମହାପାତ୍ର ଗତ ୨୦୨୪ ମଇ ୨୪ ତାରିଖରେ ସାଉଦି ଆରବ ଯାଇଥିଲେ । ସେଠାରେ ସେ 'ମଜାଦ୍ ଅଲ୍-ହରବି' କୋ. ନାମକ ଏକ କମ୍ପାନୀରେ ହୁଇଲ୍ ଲୋଡର୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ୨୦୨୬ ଏପ୍ରିଲ୍ ୩୦ ତାରିଖରେ ଉକ୍ତ କମ୍ପାନୀ ସହ ହୋଇଥିବା ଚୁକ୍ତିନାମା ଅବଧି ଶେଷ ହୋଇଥିଲା। କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ପ୍ରଳୟଙ୍କୁ ଭାରତ ଫେରିବାକୁ ଅନୁମତି ଦେଉ ନଥିବା ନେଇ ପ୍ରଳୟଙ୍କ ମାଆ ପ୍ରତିମା ସେଠୀ ଅଭିଯୋଗ କରିଛନ୍ତି। ପ୍ରଳୟଙ୍କ ବାପା ସାଧୁ ଚରଣ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ଯାହା ପରିବାରର ମାନସିକ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଏନେଇ ପ୍ରତିମା ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କୁ ଜଣାଇଥିଲେ।
Saudi Arabia: ଭିପୁଲ ସାଉଦି ଆରବରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ
ସମ୍ପ୍ରତି ମନ୍ତ୍ରୀ ଶ୍ରୀସ୍ବାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ତାଙ୍କୁ ଯଥାଶୀଘ୍ର ସୁରକ୍ଷିତ ଦେଶକୁ ଫେରାଇ ଆଣିବା ପାଇଁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

1 hour ago
1


