Odia Virtual Academy ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ‘ପରିଚୟ’ କର୍ମଶାଳା

2 hours ago 1
ARTICLE AD BOX

ଭୁବନେଶ୍ୱର:  ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଦୁଇଦିନିଆ କର୍ମଶାଳା ‘ପରିଚୟ’ ଅନୁଷ୍ଠିତ ହୋଇଛି। 

ସି.ୱାଇ.ଏସ୍‍.ଡି. ସଭାଗୃହରେ ଅନୁଷ୍ଠିତ  ଉଦ୍‌ଘାଟନୀ ଉତ୍ସବରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ କହିଥିଲେ, ଓଡ଼ିଶାର ବିଭିନ୍ନ ସ୍ଥାନ, ଜଣାଶୁଣା ବ୍ୟକ୍ତିତ୍ୱ, ବିଭିନ୍ନ କାର୍ଯ୍ୟକ୍ରମ, ଘଟଣା ଓ ପାରମ୍ପରିକ ଖାଦ୍ୟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଡିଜିଟାଲ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବାର ଗୁରୁତ୍ୱ ରହିଛି ।

Odia language: ବିକ୍ରମଖୋଲ ଶିଳାଲେଖ ଏବେ ବିଲୁପ୍ତି ଦ୍ବାରରେ: ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ପ୍ରମୁଖ ଆଧାର

ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିମାନେ ଅଂଶଗ୍ରହଣ କରି ରାଜ୍ୟର ପ୍ରସିଦ୍ଧ ସ୍ଥାନ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦିବଂଗତ ଓ ଜୀବିତ ବ୍ୟକ୍ତିତ୍ୱ, କାର୍ଯ୍ୟକ୍ରମ ଓ ଘଟଣା, ଉତ୍ସବାନୁଷ୍ଠାନ ଓ ପାରମ୍ପରିକ ଖାଦ୍ୟ ଉପରେ ଆଲୋଚନା କରିଥିଲେ । ଏକାଡେମୀର ସଚିବ ଡ. ପ୍ରଦୀପ କୁମାର ରାଉତ ଉଦ୍ଘାୀଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ ଓଡ଼ିଆ ଭାଷାର ଉନ୍ନତି ସହିତ ଆମ ଅର୍ଥନୀତିର ବିକାଶ ଜଡ଼ିତ । ଓଡ଼ିଶାର ବିଭିନ୍ନ ସ୍ଥାନ, ପ୍ରତିଷ୍ଠାନ, ଖାଦ୍ୟ, ବେଶପୋଷାକ ଆଦିର ପ୍ରଚାର ପ୍ରସାର ଦ୍ୱାରା ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବା ସହିତ ନୂଆ ପିଢ଼ିଙ୍କୁ ଆମ ଅର୍ଥନୈତିକ ବିକାଶର ଅଂଶୀଦାର କରାଯାଇ ପାରିବ ।
କର୍ମଶାଳାରେ ଚାରିଟି ଅଧିବେଶନରେ ପ୍ରତିନିଧିମାନେ ବ୍ୟାପକ ଆଲୋଚନା କରିଥିବା ବେଳେ ଡ. ଅଜୟ କୁମାର ମିଶ୍ର, ଡ. ଅଭିରାମ ବିଶ୍ୱାଳ, ଡ. ଶାନ୍ତନୁ କୁମାର ରଥ, ମାନସ ମୁଦୁଲି ଓ ରିତୁ ପଟ୍ଟନାୟକ ସଂସାଧନ ବକ୍ତା ଭାବରେ ଯୋଗ ଦେଇଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ଉତ୍କଳଗୌରବ

କର୍ମଶାଳାର ଉଦ୍ଯାପନ କାର୍ଯ୍ୟକ୍ରମରେ ସି.ୱାଇ.ଏସ୍‍.ଡି.ର ପ୍ରତିଷ୍ଠାତା ଜଗଦାନନ୍ଦ, ଓକାକ୍ର  ଜେନେରାଲ ମ୍ୟାନେଜର ସବ୍ୟସାଚୀ ହୋତା ଏବଂ ଓଡ଼ିଶା ନଲେଜ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୋଥାଳ ବକ୍ତବ୍ୟ ରଖିଥିଲେ । ପ୍ରତିନିଧିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏକାଡେମୀର ବରିଷ୍ଠ ପରିଚାଳକ ସ୍ମୃତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ଦିନ କାର୍ଯ୍ୟକ୍ରମରେ ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର, ପରାମର୍ଶଦାତା ଡ. ଡି. ଏନ୍‍. ମହାନ୍ତି, ଦେବାନନ୍ଦ ଭଞ୍ଜ, ସଚ୍ଚିଦାନନ୍ଦ ପଣ୍ଡା, ସୂର୍ଯ୍ୟରଞ୍ଜନ ମହାନ୍ତି ଓ ସୂର୍ଯ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.