Odia Movie: କେବେ ବଡ଼ ପରଦାରେ ‘ଦେବକନ୍ୟା’ ?

14 hours ago 1
ARTICLE AD BOX

ଭୁବନେଶ୍ବର: ଏମିତି କେତେକ ଓଡ଼ିଆ ଛବି ରହିଛି, ଯାହାର ନିର୍ମାଣ କାମ ଆରମ୍ଭ ହେବାର ଦୁଇ ବର୍ଷ ପାଖାପାଖି ସମୟ ବିତିଗଲାଣି। ସେଗୁଡ଼ିକ କାହିଁକି ମୁକ୍ତିଲାଭ କରିପାରୁନି, ତାହା ଜଣାପଡ଼ୁନି। ଏମିତି ଏକ ସିନେମା ହେଲା ରାସେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଦେବକନ୍ୟା’। ଅଭିନେତା ଶୁଭାଶିଷ ଓରଫ ମଣ୍ଟୁଙ୍କୁ ଦର୍ଶକ ପୁଣି ଏଥିରେ ନାୟକ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ମଣ୍ଟୁଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଶିବ। ଘୋଡ଼ାନାଚରେ ଯୁବତୀ ବେଶରେ ନାଚିବା ହେଉଛି ଶିବର ନିତିଦିନିଆ କାମ। ତାହା ବି ତାର ରୋଜଗାରର ପନ୍ଥା। ତେବେ ଏହାକୁ ନେଇ ଲୋକେ ତାଙ୍କୁ ଛି ଛାକର ବି କରନ୍ତି। କିନ୍ତୁ ସେଥିପ୍ରତି ଭ୍ରୁକ୍ଷେପ ନକରି ସେ ଘୋଡ଼ାନାଚରେ ମନୋନିବେଶ କରେ। ଶିବ ଜୀବନର ସଂଘର୍ଷ ଓ ଯନ୍ତ୍ରଣାକୁ ଦେବକନ୍ୟା’ରେ ଦର୍ଶାଯାଇଛି।

ଉତ୍ସାହିତ ଅଛନ୍ତି ଶୁଭାଶିଷ

ଏହି ସିନେମାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଶୁଭାଶିଷ। ଆଉ ସେ ହିଁ ସବୁଠାରୁ ଅଧିକ ବ୍ୟଗ୍ର କେମିତି ଏହି ସିନେମା ରିଲିଜ୍ ହେଉ। ଏଥିରେ  ଶୁଭାଶିଷଙ୍କ ବ୍ୟତୀତ ସୁଶ୍ରୀ, ନୂତନ, ଅଶ୍ରୁମୋଚନ, କୁନା ତ୍ରିପାଠୀ ଓ କେଦାର ମିଶ୍ର ପ୍ରମୁଖ ନଜର ଆସିବେ।

‘ଦେବକନ୍ୟା’ ର ପ୍ରଯୋଜକ ହେଲେ ସୁରେଶ ସାହୁ ଓ ଭାର୍ଗବ ତ୍ରିପାଠୀ। ପୁଷ୍କରା ଓ ଶ୍ରୀଜଗନ୍ନାଥଙ୍କ ନବକଳେବର ଫେମ୍‌ ଶଙ୍କର ତ୍ରିପାଠୀ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ବିକାଶ ଦାସ ଏଥିରେ ସ୍ବରସଂଯୋଜନା କରିଛନ୍ତି। ଏହାର ସିନେମାଟୋଗ୍ରାଫର ହେଲେ ସୁଦର୍ଶନ ସେନାପତି।

Leopard Skin: ଖରିଆର ବନାଞ୍ଚଳରେ ଭିଜିଲାନ୍ସ ଚଢ଼ଉ: ଜବତ ହେଲା କଲରାପତରିଆ ବାଘଛାଲ, ଜଣେ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.