ARTICLE AD BOX
ମୈଦଲପୁର: ତାମିଲନାଡ଼ୁରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନବରଙ୍ଗପୁରଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଚରାମୁଳା ଗ୍ରାମରେ ଗ୍ରାମର ବୁଦୁ ମାଝୀଙ୍କ ପୁଅ ବୈଶାଖୁ ମାଝୀ (୨୩)ଙ୍କ ମୃତ୍ୟୁ ଘଟିଛି।
Dead: ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ
ରୋଜଗାର ଆଶାରେ ତାମିଲନାଡୁର ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ କୌଣସି ସମସ୍ୟା ହେତୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ମୃତ ବୈଶାଖୁ ମାଝୀ (ଫାଇଲ୍ ଫଟୋ)ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଓ ଆସନ୍ତାକାଲି ମୃତଦେହ ଚରାମୁଳା ଗ୍ରାମରେ ପହଞ୍ଚିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
Death: ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣା: ପ୍ରବାସୀ ଶ୍ରମିକ ମୃତ
ରୋଜଗାରିଆ ପୁଅକୁ ହରାଇ ବାପା ବୁଦୁ ମାଝୀଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ପୁଅର ମୃତଦେହ ନିଜ ଗାଁକୁ ଆଣିବାରେ ଆବଶ୍ୟକ ସହାୟତା ନିମନ୍ତେ ବୁଦୁ ମାଝୀ ମୈଦଲପୁର ଥାନାରେ ନିବେଦନ କରିଛନ୍ତି।

51 minutes ago
1


