NIT Rourkela Innovation ଏନ୍‌ଆଇଟି ଉଦ୍‌ଭାବନ: ଥ୍ରୀ-ଡି ପ୍ରିଣ୍ଟିଙ୍ଗ୍‌ ଟେକ୍ନୋଲୋଜି ପାଇଁ ବରଦାନ ‘ଏକ୍ସଟ୍ରୁଡର୍‌’

4 days ago 4
ARTICLE AD BOX

ରାଉରକେଲା: ଗବେଷଣା କ୍ଷେତ୍ରରେ ପୁଣି ଏକ ଉପଲବ୍ଧି ହାସଲ କରିଛି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)। ଅନୁଷ୍ଠାନର ଗବେଷକମାନେ ଥ୍ରୀ-ଡି ପ୍ରିଣ୍ଟିଙ୍ଗ୍‌ ପାଇଁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ କମ୍ପୋଜିଟ୍ ଫିଲାମେଣ୍ଟ୍‌ ତିଆରି କରିବା ପାଇଁ ଏକ ଶସ୍ତା ଏବଂ ପୋର୍ଟେବଲ୍ ଏକ୍ସଟ୍ରୁଡର୍ ସିଷ୍ଟମ୍ ବିକଶିତ କରିଛନ୍ତି। ଏହି ବିକଶିତ ଟେକ୍ନୋଲୋଜିକୁ ପେଟେଣ୍ଟ୍‌ ମଧ୍ୟ ମିଳିସାରିଛି। ମେକାନିକାଲ ଇଞ୍ଜିନିଅରିଂ ବିଭାଗର ଆସୋସିଏଟ୍‌ ପ୍ରଫେସର ସନ୍ଧ୍ୟାରାଣୀ ବିଶ୍ବାସ ଓ ସୁଜିତ ସେନଙ୍କ ନେତୃତ୍ବରେ ଜଗଦୀଶ ଉଦୟ ଖାଟୁ, ହିମାଂଶୁ ସିଂହ, କିରଣ ସୁନାଙ୍କ ନେଇ ଗଠିତ ଦଳ ଏହାକୁ ବିକଶିତ କରିଛନ୍ତି।

NIT Rourkela Research କ୍ଷତକୁ ଶୀଘ୍ର ଶୁଖାଇବ ସ୍ମାର୍ଟ ବ୍ୟାଣ୍ଡେଜ୍‌

ମାତ୍ର ୪୫ ହଜାର ଟଙ୍କା ମୂଲ୍ୟର ଏହି ଉପକରଣଟି ପୁରୁଣା ପ୍ଲାଷ୍ଟିକ୍‌କୁ ପୁନଃଚକ୍ରଣ କରି ଫିଲାମେଣ୍ଟ ତିଆରି କରିବାରେ ସକ୍ଷମ, ଯାହା ବିଦ୍ୟମାନ ଦାମୀ ଫିଲାମେଣ୍ଟ୍‌ର ଏକ ସ୍ଥାୟୀ ଓ ଉଚ୍ଚ-ଗୁଣାତ୍ମକ ବିକଳ୍ପ ଭାବେ କାମ କରିବ।

3d printing NIT

ଏହା ଶିଳ୍ପାୟନ ଓ ଗବେଷଣା କ୍ଷେତ୍ରରେ କାର୍ଯ୍ୟକ୍ଷମ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ମୂଲ୍ୟବାନ ଉତ୍ପାଦରେ ପରିଣତ କରିବ। ଏହି ନୂତନ ଏକ୍ସଟ୍ରୁଡର୍‌ ସିଷ୍ଟମ୍‌ ସୁଦୃଢ ଓ ସ୍ଥାୟୀ କମ୍ପୋଜିଟ୍ ଫିଲାମେଣ୍ଟ୍‌ ପ୍ରସ୍ତୁତ କରିଥାଏ, ଯାହା ଉନ୍ନତ ଆକାର ଏବଂ ସଠିକତା ପ୍ରଦାନ କରୁଛି। 

NIT Rourkela ଏନ୍ଆଇଟିରୁ କଟାଯିବ ଆହୁରି ୨ ହଜାର ଗଛ, କୋର୍ଟରେ ମାମଲା

ଏହି ଫିଲାମେଣ୍ଟ୍‌ଗୁଡିକ ଅଟୋମୋବାଇଲ୍, ଏରୋସ୍ପେସ୍, ମେଡିକାଲ୍ ଉପକରଣ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ। ଯଦ୍ବାରା ପ୍ଲାଷ୍ଟିକ୍‌ ଉପରେ ନିର୍ଭରଶୀଳତା ହ୍ରାସ କରିବ। ଏତଦ୍‌ବ୍ୟତୀତ, ଏହି ଉଦ୍ଭାବନ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ଥ୍ରୀ-ଡି ପ୍ରିଣ୍ଟିଙ୍ଗ୍‌ ଟେକ୍ନୋଲୋଜିକୁ ଅଧିକ ସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ପ୍ଲାଷ୍ଟିକ୍ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବ। ଏନେଇ ପ୍ରଫେସର ବିଶ୍ୱାସ କହିଛନ୍ତି, ଏହି ଏକ୍ସଟ୍ରୁଡର୍‌ ୩-ଡି ପ୍ରିଣ୍ଟିଙ୍ଗ୍‌ ଶିଳ୍ପ ପାଇଁ ଆକର୍ଷଣୀୟ ବୈଷୟିକ ଓ ବାଣିଜ୍ୟିକ ଲାଭ ଆଣିବ। ଏହାସହ ଫିଲାମେଣ୍ଟ୍ ତିଆରିରେ ପୁନଃଚକ୍ରିତ ପ୍ଲାଷ୍ଟିକ୍ ବ୍ୟବହାର ଯଥେଷ୍ଟ ପରିବେଶଗତ ଲାଭ ପ୍ରଦାନ କରିବ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.