NiravModi: ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରାୟ ନିଶ୍ଚିତ: ଶେଷ ଆଇନଗତ ଲଢ଼େଇ ହାରିଲେ

1 hour ago 1
ARTICLE AD BOX

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅଭିଯୁକ୍ତ ତଥା ପଳାତକ ଅର୍ଥନୈତିକ ଅପରାଧୀ ନିରବ ମୋଦୀ ଭାରତକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କାରଣ ଭାରତ ପ୍ରତ୍ୟର୍ପଣକୁ ରୋକିବା ପାଇଁ କରିଥିବା ଶେଷ ପ୍ରୟାସରେ ସେ ବିଫଳ ହୋଇଛନ୍ତି। ୟୁରୋପୀୟ ମାନବାଧିକାର ଅଦାଲତ (ଇସିଏଚ୍‌ଆର୍‌)ରେ ତାଙ୍କ ଅପିଲ୍‌ ଖାରଜ ହୋଇଯାଇଛି। ଏଥି ସହିତ ପ୍ରତ୍ୟର୍ପଣକୁ ରୋକିବା ପାଇଁ ତାଙ୍କ ପାଖରେ ଯେତେ ସବୁ ଆଇନଗତ ବିକଳ୍ପ ଥିଲା ତାହା ଶେଷ ହୋଇଯାଇଛି। ବ୍ରିଟେନ ସରକାର ଯେକୌଣସି ସମୟରେ ତାଙ୍କୁ ଭାରତ ପଠାଇପାରିବେ। ଆଉ କେବଳ କିଛି ପ୍ରଶାସନିକ ପ୍ରକ୍ରିୟା ବାକି ରହିଛି।

ନିରବଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ବ୍ରିଟେନର କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିବାକୁ ସେ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। ବ୍ରିଟେନ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଭାରତର କାରାଗାର ଅବସ୍ଥା ଠିକ୍‌ ଅଛି ଓ ସେଠାରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରିବ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ସେ ମାନବାଧିକାର କୋର୍ଟ ଯାଇଥିଲେ।

ଆହୁରି ପଢନ୍ତୁ: Srilanka:ଶ୍ରୀଲଙ୍କା କାରାଗାରରେ କଏଦୀଙ୍କ ମଧ୍ୟ‌ରେ ସଂଘର୍ଷ; ୨୫ ମୃତ

୨୦୧୮ରେ ପିଏନ୍‌ବି ଠକେଇ ସାମନାକୁ ଆସିବା ପୂର୍ବରୁ ନିରବ ଭାରତ ଛାଡ଼ି ଚାଲିଯାଇଥିଲେ। ତେବେ ୨୦୧୯ରେ ତାଙ୍କୁ ବ୍ରିଟେନରେ ଗିରଫ କରାଯିବା ସହ ୱଣ୍ଡସ୍‌ୱର୍ଥ ଜେଲ୍‌ରେ ରଖାଯାଇଥିଲା। ପିଏନ୍‌ବି ଠକେଇ ମାମଲାରେ ତାଙ୍କୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଜୁଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ପାଇବାକୁ ନିରବ କରିଥିବା ପ୍ରତିଟି ଉଦ୍ୟମ ବିଫଳ ହୋଇଥିଲା। ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ୨୦୨୧ ଏପ୍ରିଲରେ ଆମେରିକାର ଗୃହ ସଚିବ ପ୍ରୀତି ପଟେଲ ତାଙ୍କ ପ୍ରତ୍ୟର୍ପଣ ଆଦେଶରେ ସ୍ବାକ୍ଷର କରିତିଲେ। ଭାରତରେ ତାଙ୍କୁ ନିର୍ଯାତନା ଦେବାର ଆଶଙ୍କା ରହିଥିବା ଦର୍ଶାଇ ପ୍ରତ୍ୟର୍ପଣ ମାମଲାକୁ ଆଉ ଥରେ ଖୋଲିବାକୁ ସେ କରିଥିବା ଉଦ୍ୟମ ମଧ୍ୟ ବିଫଳ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.