Night scuba drive: ମହାନଦୀର ନନ୍ଦିକେଶ୍ୱରୀ ପୀଠ ନିକଟରେ ପ୍ରଥମ ରାତ୍ରିକାଳୀନ ସ୍କୁବା ଡାଇଭ୍: ନଦୀ ତଳର ରହସ୍ୟ ଉନ୍ମୋଚନ ପାଇଁ ଆରମ୍ଭ ହେଲା ଅଭିଯାନ

2 hours ago 1
ARTICLE AD BOX

କଟକରୁ ଅନୁଜ ଦାସଙ୍କ ରିପୋର୍ଟ

ମହାନଦୀର ଗର୍ଭରେ ଲୁଚି ରହିଥିବା ପ୍ରାକୃତିକ ଗଠନ ଓ ସମ୍ଭାବ୍ୟ ଐତିହାସିକ ନିଦର୍ଶନ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଲକ୍ଷ୍ୟରେ ନନ୍ଦିକେଶ୍ୱରୀ ପୀଠ ନିକଟରେ ପ୍ରଥମ ଥର ପାଇଁ ରାତ୍ରିକାଳୀନ ସ୍କୁବା ଡାଇଭ୍ କରାଯାଇଛି। ଆନ୍ତର୍ଜାତୀୟ ସ୍କୁବା ଡାଇଭର ଡ. ସବିର ବକ୍ସ ଓ ମାର୍କୋସ କମାଣ୍ଡୋ ପୀତବାସ ସାସମଲଙ୍କ ସହ ଯୁବ ସ୍କୁବା ଡାଇଭର ଭବ୍ୟଶ୍ରୀ କର ଏବଂ ସୌମ୍ୟଜିତ ରାୟ ଏହି ଅଭିଯାନରେ ସାମିଲ ହୋଇଥିଲେ।

Mahanandi river: ମହାନଦୀ ତଳେ ଭିନ୍ନ ଏକ ଦୁନିଆ: ଗଭୀର ପାଣିରେ ପାହାଡ଼, ସୁଡ଼ଙ୍ଗ

ବର୍ଷା ଯୋଗୁଁ ମହାନଦୀର ପାଣି ଗୋଳିଆ ହୋଇଥିବାରୁ ଦୃଶ୍ୟମାନତା କମ୍ ଥିଲା। ତଥାପି ଡାଇଭରମାନେ ନଦୀ ତଳରେ ବିଶାଳ ପଥର ଗଠନ ଦେଖିଥିବା କହିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏକ ସ୍ଥାନରେ ସୁଢଙ୍ଗ ସଦୃଶ ଗଠନ ଦୃଶ୍ୟମାନ ହୋଇଥିଲେ ମଧ୍ୟ କମ୍ ଦୃଶ୍ୟମାନତା ଯୋଗୁଁ ଏହାର ପ୍ରକୃତ ସ୍ୱରୂପ କିମ୍ବା ଦିଗ ସ୍ପଷ୍ଟ ଭାବେ ଜଣାପଡ଼ିନଥିଲା। ଏହା ମାନବକୃତ କି ପ୍ରାକୃତିକ ଗଠନ, ତାହା ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବା ସମ୍ଭବ ହୋଇନାହିଁ। ୧୭ ବର୍ଷୀୟ ଭବ୍ୟଶ୍ରୀ କର ଗତ ଛଅ ବର୍ଷ ଧରି ସ୍କୁବା ଡାଇଭିଂ କରୁଥିବା ବେଳେ ଏହା ତାଙ୍କର ପ୍ରଥମ ରାତ୍ରିକାଳୀନ ଡାଇଭ୍। ସେ କହିଛନ୍ତି, ଦିନ ତୁଳନାରେ ରାତିରେ ଡାଇଭିଂର ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ। ଆଗକୁ ଅଧିକ ବୈଜ୍ଞାନିକ ଅନୁସନ୍ଧାନ ହେଲେ ମହାନଦୀର ତଳଭାଗ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ୧୪ ବର୍ଷୀୟ ସୌମ୍ୟଜିତ ରାୟ ମଧ୍ୟ ଏହି ରାତ୍ରିକାଳୀନ ଡାଇଭ୍‌ରେ ଅଂଶଗ୍ରହଣ କରିଥିଲେ। ଗତ ଚାରି ବର୍ଷ ଧରି ସ୍କୁବା ଡାଇଭିଂ କରୁଥିବା ସୌମ୍ୟଜିତ ଭାରତର ସର୍ବକନିଷ୍ଠ କାଇଟ ସର୍ଫର ଓ ଓଡ଼ିଶାର ସର୍ବକନିଷ୍ଠ ୱିଣ୍ଡ ସର୍ଫର ଭାବେ ପରିଚିତ।

River Drowning: କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ

ରାତିରେ ମହାନଦୀ ତଳକୁ ଯାଇ ଏକ ସମ୍ପୂର୍ଣ୍ଣ ଭିନ୍ନ ଜଳଜଗତ ଦେଖିବାର ଅନୁଭୂତି ସ୍ମରଣୀୟ ଥିଲା ବୋଲି ସେ କହିଛନ୍ତି।ଆନ୍ତର୍ଜାତୀୟ ସ୍କୁବା ଡାଇଭର ଡ. ସବିର ବକ୍ସ କହିଛନ୍ତି, ମହାନଦୀର ତଳଭାଗରେ ଅନେକ ପ୍ରାକୃତିକ ଗଠନ ଓ ସମ୍ଭାବ୍ୟ ଐତିହାସିକ ସୂଚନା ଲୁଚି ରହିଥାଇପାରେ। ତେବେ ଏସବୁର ସତ୍ୟତା ପାଇଁ ବୈଜ୍ଞାନିକ ସର୍ଭେ ଓ ବିଶେଷଜ୍ଞଙ୍କ ଅଧ୍ୟୟନ ଆବଶ୍ୟକ। ସରକାରଙ୍କ ସହଯୋଗ ମିଳିଲେ ନିୟମିତ ଅନୁସନ୍ଧାନ ମାଧ୍ୟମରେ ନଦୀ ତଳର ଅନେକ ଅଜଣା ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସେ କହିଛନ୍ତି। ଏପଟେ ନନ୍ଦିକେଶ୍ୱରୀ ପୀଠର ବିକାଶକୁ ନେଇ ସରକାରୀ ସ୍ତରରେ ଆଲୋଚନା ଚାଲିଥିବାବେଳେ ଭବିଷ୍ୟତରେ ଯଦି ବୈଜ୍ଞାନିକ ଅନୁସନ୍ଧାନରେ ମହାନଦୀ ତଳର ଉଲ୍ଲେଖନୀୟ ତଥ୍ୟ ମିଳେ, ତେବେ ଏହି ଅଞ୍ଚଳ ଜଳ ପର୍ଯ୍ୟଟନ ଓ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ମହଳରେ ଆଶା ପ୍ରକାଶ ପାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.