NIA: ସଚିନ ୱାଜେ ନିଜେ ଅମ୍ବାନୀ ହାଉସ୍‌ ବାହାରେ ବିସ୍ଫୋରକ ବୋଝେଇ ଏସ୍‌ୟୁଭି ରଖିଥିଲେ

1 hour ago 1
ARTICLE AD BOX

ମୁମ୍ବାଇ: ବହିଷ୍କୃତ ପୁଲିସ ଅଫିସର୍‌ ସଚିନ ୱାଜେ ନିଜକୁ ‘ସୁପର୍‌ କପ୍‌’ ବା ସବୁଠୁ ଭଲ ପୁଲିସ ଅଫିସର୍‌ ଭାବେ ଦର୍ଶାଇବା ଏବଂ ନିଜକୁ ରକ୍ଷକ ଭାବେ ପ୍ରତିପାଦିତ କରିବା ପାଇଁ ୨୦୨୧ରେ ନିଜେ ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ବିସ୍ଫୋରକ ବୋଝେଇ ଏସ୍‌ୟୁଭି ରଖିଥିଲେ। ଏହାପରେ ନିଜେ ଏହି ମାମଲାର ସମାଧାନ କରି ସାବାସି ନେବାକୁ ଚାହୁଥିଲେ ବୋଲି ଏନ୍‌ଆଇଏ ବୁଧବାର ବମ୍ବେ ହାଇକୋର୍ଟଙ୍କୁ କହିଛି।

ଏନ୍‌ଆଇଏ କୋର୍ଟଙ୍କୁ ଏହା ମଧ୍ୟ ଜଣାଇଛି ଯେ, ୱାଜେ ତାଙ୍କ ବ୍ୟବସାୟୀ ବନ୍ଧୁ ମନସୁଖ ହିରନଙ୍କୁ ହତ୍ୟା କରିଥିଲେ। ହିରନଙ୍କ ମାଲିକାନାରେ ହିଁ ବିସ୍ଫୋରକଭର୍ତ୍ତି ଏସ୍‌ୟୁଭିଟି ଥିଲା। ହିରନ ତାଙ୍କ ଷଡ଼ଯନ୍ତ୍ରକୁ ପଦାରେ ପକାଇଦେବେ ବୋଲି ୱାଜେ ଭାବିଥିଲେ ଏବଂ ସେଥିପାଇଁ ତାଙ୍କୁ ହତ୍ୟା କରିଥିଲେ ବୋଲି ଏନ୍‌ଆଇଏ ଦାବି କରିଛି। ବୋମା ଆତଙ୍କ ଓ ହିରନଙ୍କ ହତ୍ୟା ମାମଲାରେ ୱାଜେଙ୍କୁ ସ୍ୱତନ୍ତ୍ର କୋର୍ଟ ଦେଇଥିବା ଜାମିନକୁ ବିରୋଧ କରି ଏନ୍‌ଆଇଏ ଏହି ଆବେଦନ କରିଛି। ଗତ ସପ୍ତାହରେ ସ୍ୱତନ୍ତ୍ର କୋର୍ଟ ୱାଜେଙ୍କୁ ଦେଇଥିବା ଜାମିନ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିବା ବେଳେ ବୁଧବାର ଜଷ୍ଟିସ୍‌ ଜିଏସ୍‌ କୁଲକର୍ଣ୍ଣୀ ଓ ନୀଲ ଗୋଖେଲଙ୍କ ଡିଭିଜନ୍‌ ବେଞ୍ଚ୍‌ ଏହି ରହିତାଦେଶର ଅବଧି ବୃଦ୍ଧି କରିଛନ୍ତି।

ଆହୁରି ପଢନ୍ତୁ: Punjab politics: ଭଗୱନ୍ତ ମାନ୍‌, କେଜ୍ରିୱାଲଙ୍କ ଉପରେ ବର୍ଷିଲା ବିଜେପି

ଏନ୍‌ଆଇଏ ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ୍‌ ଅନିଲ ସିଂହ କୋର୍ଟଙ୍କୁ କହିଥିଲେ ଯେ, ନକଲି ଏନ୍‌କାଉଣ୍ଟର ମାମଲାରେ ପୂର୍ବରୁ ନିଲମ୍ବିତ ହୋଇଥିବା ୱାଜେଙ୍କୁ ପୁଣିଥରେ ପୁଲିସ ବାହିନୀକୁ ଫେରାଇ ଅଣାଯାଇଥିଲା। ଏହାପରେ ତାଙ୍କୁ ସିଟି ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍‌ର କ୍ରାଇମ୍‌ ଇଣ୍ଟେଲିଜେନ୍ସ ୟୁନିଟ୍‌ର ମୁଖ୍ୟ କରାଯାଇଥିଲା। ସେ କହିଥିଲେ ଯେ, ୱାଜେ ନିଜକୁ ‘ସୁପର୍‌ କପ୍‌’ ଭାବେ ପ୍ରତିପାଦିତ କରିବା ପାଇଁ ଏହି ଷଡ଼ଯନ୍ତ୍ର ରଚିଥିଲେ। ଅମ୍ବାନୀଙ୍କ ବାସଭବନ ବାହାରେ ବିସ୍ଫୋରକ ବୋଝେଇ ଗାଡ଼ି ରଖିବା ପରେ ତାଙ୍କୁ ଏହି ମାମଲାର ତଦନ୍ତ ଭାର ମିଳିବ ବୋଲି ସେ ନିଶ୍ଚିତ ଥିଲେ। ମାମଲାର ସମାଧାନ କରି ସେ ନିଜକୁ ଜଣେ ‘ସୁପର୍‌ କପ୍‌’ ଭାବେ ପ୍ରତିପାଦିତ କରିବାକୁ ଚାହୁଥିଲେ। ଏହା କେବଳ ଶିଳ୍ପପତି କିମ୍ବା ତାଙ୍କ ପରିବାର ମନରେ ଭୟ ସୃଷ୍ଟି କରିବା ପାଇଁ ନୁହେଁ, ବରଂ ସମଗ୍ର ସମାଜରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଥିଲା ବୋଲି ସେ କହିଥିଲେ।

ଆହୁରି ପଢନ୍ତୁ: Rahul Gandhi: ସିଇସି ବିରୋଧୀ ଆନ୍ଦୋଳନ ସମୟରେ ରାହୁଲ ମହିଳା ପୁଲିସଙ୍କୁ ଠେଲିବାକୁ ଚେଷ୍ଟା କରିଛନ୍ତି: ବିଜେପି

ଉଲ୍ଲେଖଯୋଗ୍ୟ, ୨୦୨୧ ଫେବ୍ରୁଆରି ୨୫ ତାରିଖରେ ଦକ୍ଷିଣ ମୁମ୍ବାଇର ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଥିବା ଏକ ଗାଡ଼ି ମିଳିଥିଲା। ଚୋରି ହେବା ପୂର୍ବରୁ ଏହି ଏସ୍‌ୟୁଭି ହିରନଙ୍କ ମାଲିକାନାରେ ଥିଲା। ୨୦୨୧ ମାର୍ଚ୍ଚ ୫ ତାରିଖରେ ପଡ଼ୋଶୀ ଥାନେରୁ ତାଙ୍କ ମୃତଦେହ ମିଳିଥିଲା। ଉଭୟ ଆଣ୍ଟିଲିଆ ବୋମା ଆତଙ୍କ ଏବଂ ହିରନଙ୍କ ହତ୍ୟା ମାମଲାରେ ୱାଜେଙ୍କୁ ଏନ୍‌ଆଇଏ ୨୦୨୧ ମାର୍ଚ୍ଚ ୧୩ ତାରିଖରେ ଗିରଫ କରିଥିଲା। କୋର୍ଟ ଏହି ମାମଲାର ଶୁଣାଣି ଆସନ୍ତାକାଲି ମଧ୍ୟ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.