New Zealand vs India T20I: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଲେ ‌ବୈଭବ ସୂର୍ଯ୍ୟବଂଶୀ, ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

1 hour ago 1
ARTICLE AD BOX

କ୍ରାଏଷ୍ଟଚର୍ଚ୍ଚ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି କ୍ରାଏଷ୍ଟଚର୍ଚ୍ଚର ହାଗଲି ଓଭାଲରେ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଚାରି ୱିକେଟରେ ବିଜୟୀ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ୧-୦ରେ ଆଗୁଆ ଅଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମୁକାବିଲାରେ ଈଶାନ କିଶନ ଆଘାତ ଯୋଗୁଁ ବାହାରେ ଅଛନ୍ତି। ଆହତ ଇଶନ କିଶନଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ଦିଆଯାଇଛି। ମୟଙ୍କ ଯାଦବଙ୍କ ସ୍ଥାନରେ ପ୍ରିନ୍ସ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ଟସ୍‌ ଜିଣି ଭାରତୀୟ ଟିମ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

 AFP)

ଟସ୍ ସମୟରେ, ଅଧିନାୟକ ଶ୍ରେୟସ ଆୟର ପିଚ୍ ଏବଂ ପାଗ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଥମେ ବୋଲିଂ କରିବାର କାରଣ କହିଛନ୍ତି। ସେ ଦଳର ପରିବର୍ତ୍ତନ ଏବଂ ରଣନୀତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଶ୍ରେୟସ ଆୟର କହିଛନ୍ତି, ଆମେ ପ୍ରଥମେ ବୋଲିଂ କରିବୁ। କାକର ଫ୍ୟାକ୍ଟର ଏହାର ମୁଖ୍ୟ କାରଣ।  ସମସ୍ତ ଖେଳାଳି ଭଲ ସ୍ଥିତିରେ ଅଛନ୍ତି ଏବଂ ସକାରାତ୍ମକ ମନୋଭାବରେ ଅଛନ୍ତି। ପଡ଼ିଆରେ ଆକ୍ରମଣାତ୍ମକ ମନୋଭାବ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। 

Cricket: ଭାରତୀୟ କ୍ରିକେଟ୍‌ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ

ଭାରତୀୟ ଦଳ: ସଞ୍ଜୁ ସାମସନ୍ (ୱିକେଟକିପର), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନୀତିଶ କୁମାର ରେଡ୍ଡୀ, ନମନ ଧୀର, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ।

ନ୍ୟୁଜିଲାଣ୍ଡ ଦଳ: ଫିନ୍ ଆଲେନ୍, ଟିମ୍ ସେଫର୍ଟ (ୱିକେଟକିପର), ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ବେଭାନ୍ ଜାକବ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (ଅଧିନାୟକ), ନାଥନ୍ ସ୍ମିଥ୍, ମ୍ୟାଟ୍ ହେନରୀ, ଜାକବ୍ ଡଫି, ଲକି ଫର୍ଗୁସନ୍।

Read Entire Article
LEFT SIDEBAR AD

Hidden in mobile, Best for skyscrapers.