ARTICLE AD BOX
ବଦଦୋରା:ଭାରତ-ଜିମ୍ବାୱେ ମଧ୍ୟରେ ଏଠାରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ରବିବାର ଖେଳାଯିବ। ପ୍ରଥମ ମ୍ୟାଚ୍କୁ ଘରୋଇ ଦଳ ୯ ୱିକେଟ୍ରେ ଜିତି ଶୃଙ୍ଖଳାରେ ଆଗୁଆ ରହିଛି। ଫଳରେ ଦ୍ବିତୀୟ ଦିନିକିଆକୁ ଜିତି ସ୍ମୃତି ମନ୍ଧାନାଙ୍କ ଦଳ ଆଗୁଆ ଶୃଙ୍ଖଳା କବ୍ଜା କରିବାକୁ ଲକ୍ଷ୍ୟ ରଖିଛି।
ପ୍ରଥମ ମ୍ୟାଚ୍ରେ ପ୍ରତୀକା ରାୱଲଙ୍କ ଅପରାଜିତ ଶତକ ଓ ଶ୍ରୀ ଚରଣୀଙ୍କ ଚମତ୍କାର ବୋଲିଂ ଭାରତକୁ ସହଜ ବିଜୟ ଦେଇଥିଲା। ପ୍ରତୀକା ୯୬ ବଲ୍ରୁ ଅପରାଜିତ ୧୦୦ ରନ୍ କରିଥିବା ବେଳେ ଚରଣୀ ୨୩ ରନ୍ରେ ୪ ୱିକେଟ୍ ନେଇଥିଲେ। ଏହି ପ୍ରଦର୍ଶନ ଭାରତୀୟ ଦଳର ଆତ୍ମବିଶ୍ୱାସ ବଢ଼ାଇଛି।
ଟକ୍କର ଦେବାକୁ ପ୍ରୟାସ
ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ମୂଳପୋଛ କରିଥିବା ଭାରତ ଦିନିକିଆରେ ମଧ୍ୟ ଆଧିପତ୍ୟ ବିସ୍ତାର କରିବାକୁ ଚାହିବ। ଅନ୍ୟପକ୍ଷରେ ଜିମ୍ବାୱେ ପ୍ରଥମ ମ୍ୟାଚ୍ରେ କରିଥିବା ତ୍ରୁଟିକୁ ସୁଧାରି ଭାରତକୁ ଟକ୍କର ଦେବାକୁ ପ୍ରୟାସ କରିବ।
ଭାରତ (ସମ୍ଭାବ୍ୟ ୧୧): ସ୍ମୃତି ମନ୍ଧାନା (ଅଧିନାୟିକା), ଶେଫାଳି ବର୍ମା, ପ୍ରତୀକା ରାୱଲ, ହରମନ୍ପ୍ରୀତ କୌର, ହର୍ଲିନ ଦେଓଲ, ତେଜଲ ହାସାବନିସ୍, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍କିପର), ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼, ଜିନ୍ତିମଣି କଲିତା।
Cricket: ପ୍ରଥମ ‘ଏ’ ଟେଷ୍ଟ୍: ଭାରତ ୧୧୩ ରନ୍ରେ ଅଲ୍ଆଉଟ୍
ଜିମ୍ବାୱେ (ସମ୍ଭାବ୍ୟ ୧୧): ମୋଡେଷ୍ଟର ମୁପାଚିକୱା (ୱିକେଟକିପର), କେଲିସ୍ ଧଲୋଭୁ, ଚିପୋ ମୁଗେରି-ତିରିପାନୋ, ବିଲଭ୍ଡ ବିଜା, ଯୋସେଫିନେ ଏନ୍କୋମୋ, ଶାର୍ନେ ମେୟର୍ସ, ନ୍ୟାଶା ଗ୍ବାଞ୍ଜୁରା, ମିଚେଲି ମାଭୁଙ୍ଗା, ନମଭେଲୋ ଶିବାନ୍ଦା, ଫ୍ରାନ୍ସିସ୍କା ଚିପାରେ, ଓଲିନ୍ଦର ଚାରେ।

1 hour ago
1


