ARTICLE AD BOX
ପଟେରୁ ନଦୀରୁ ଅଜଣା ମହିଳାଙ୍କର ଗଳିତ ଶବ ଉଦ୍ଧାର। ଏକ ଜରି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଶବକୁ ଉଦ୍ଧାର କରାଯାଇଛି। ପଟେରୁ ନଦୀରେ ଏକ ଶବ ଭାସୁଥିବାର କାଲିମେଳା ପୁଲିସକୁ ଆଜି ସକାଳେ ସୂଚନା ମିଳିଥିଲା।
Decomposed Body of Unidentified Woman Found in Pateru River Photograph: (sambad.in)କାଲିମେଳା: ପଟେରୁ ନଦୀରୁ ଅଜଣା ମହିଳାଙ୍କର ଗଳିତ ଶବଉଦ୍ଧାର। ଏକ ଜରି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଶବକୁ ଉଦ୍ଧାର କରାଯାଇଛି। ପଟେରୁ ନଦୀରେ ଏକ ଶବ ଭାସୁଥିବାର କାଲିମେଳା ପୁଲିସକୁ ଆଜି ସକାଳେ ସୂଚନା ମିଳିଥିଲା।
ପୁଲିସ ଅନୁସନ୍ଧାନ ଜାରି ରଖିଛି
କାଲିମେଳା ପୁଲିସ ଅଗ୍ନିଶମ ବାହିନୀକୁ ଏ ସମ୍ପର୍କରେ ଜଣାଇଲା ପରେ ଆଜି ସକାଳେ ଅଗ୍ନିଶମ ବାହିନୀ ବୋଟ ସାହାଯ୍ୟରେ ପଟେରୁ ନଦୀରୁ ଏହି ଗଳିତ ଶବଟିକୁ ଉଦ୍ଧାର କରିଥିବାର ଜଣା ପଡିଛି। ଶବଟି ଏକ ଜରି ବସ୍ତା ଭିତରେ ଥିବା ବେଳେ ଗୋଡ଼ଟି ବାହାରକୁ ଦେଖା ଯାଉଛି। ଗୋଡ଼ଟିକୁ ଦଉଡ଼ିରେ ବନ୍ଧା ଯାଇଥିବାର ଦେଖିବାକୁ ମିଳିଛି। ମହିଳାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆ ଯାଇଥିବାର ଅନୁମାନ କରାଯାଉଛି। ତେବେ କାଲିମେଳା ପୁଲିସ ଏ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି।
Three Detained: ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ତିନିଜଣଙ୍କୁ ଉଠାଇନେଲା ପୁଲିସ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

49 minutes ago
1


