ARTICLE AD BOX
ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ଚଳିତ ମାସ ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତିଙ୍କର ପ୍ରସ୍ତାବିତ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମକୁ ବଦଳାଯାଇଛି। ସାମ୍ଭାବ୍ୟ ବାତ୍ୟାକୁ ନେଇ ୨୮ ଓ ୨୯ ଅକ୍ଟୋବର ପରିବର୍ତ୍ତେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସରକାରୀ ଭାବେ କୁହାଯାଇଛି। ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରାଯାଇଛି। ରାଷ୍ଟ୍ରପତି ଭବନରୁ ଚିଠି ଆସିଥିବା ଜଣାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
୧ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଶିବିର
ତେବେ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ମହତାବ ଭବନ ଓ ସଞ୍ଜୀବ ନେତ୍ରାଳୟରେ ବହୁ ବିଶେଷଜ୍ଞ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହେବାକୁ ଥିବା ଶିବିର ଆସନ୍ତା ୧ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି।
Decomposed Body: ମହିଳାଙ୍କୁ ମାରି ପଟେରୁ ନଦୀରେ ଫିଙ୍ଗି ଦେଇଥିଲେ! ମିଳିଲା ହାତ ଗୋଡ଼ବନ୍ଧା ମୃତଦେହ

47 minutes ago
1


